ମେଷ ରାଶି :
ଛାତ୍ରମାନଙ୍କ ପଢାପଢି ପାଇଁ ଉପଯୁକ୍ତ ସମୟ। ଲେଖକମାନଙ୍କ ପାଇଁ ଭଲ ସମୟ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମରେ କିଛି ବାଦବିବାଦ ହୋଇପାରେ କାରଣ ତୁମେ ଭାବପ୍ରବଣ ରହିବ। ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ତୁମର ବ୍ୟବସାୟ ସୁରୁଖୁରୁରେ ଚାଲିବ।ପାଖରେ ତମ୍ବା ଜିନିଷ ରଖିବା ତୁମ ପାଇଁ ଭଲ ହେବ।
ବୃଷ ରାଶି :
କର୍ମକ୍ଷେତ୍ରରେ ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଭୁଲ୍ ବୁଝାମଣାରୁ ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଲାଗିରହିବ। ପାଖରେ ସବୁଜ ଜିନିଷ ରଖନ୍ତୁ।
ମିଥୁନ ରାଶି :
କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ଉଦ୍ୟମରେ ସଫଳତା ପାଇପାରିବେ । ବକେୟା ଟଙ୍କା ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି । ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ । ଆପଣ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପରିସ୍ଥିତି ଏବଂ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଖୁସି ଦେବ । ମନରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟିର ବାତାବରଣ ରହିବ । ମୋଟାମୋଟି ଭାବେ ଦିନଟି ଆପଣଙ୍କର ବେଶ୍ ଭଲରେ କଟିବ । କାଳୀ ମାତାଙ୍କୁ ପୂଜା କରନ୍ତୁ।
କର୍କଟ ରାଶି :
ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଉଦ୍ଧାର ଟଙ୍କା ମିଳିବ। ପରିବାରରେ ବୃଦ୍ଧି ଘଟିବ। କଥା କହିବା ବେଳେ ଶବ୍ଦ ଉପରେ ନିୟନ୍ତ୍ରଣ କର। ପୁଞ୍ଜି ବିନିଯୋଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ଭଲ ହେବ। ସବୁଜ ଜିନିଷ ଦାନ କରନ୍ତୁ।
ସିଂହ ରାଶି :
ପରିସ୍ଥିତିବଶତଃ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ତଥା ନିର୍ମାଣ କ୍ଷେତ୍ର ସମସ୍ୟାବହୁଳ ରହିବ। ସ୍ନାୟବିକ ଦୁର୍ବଳତା ହେତୁ ମାନସିକ ଅସ୍ଥିରତା ଓ ବିସ୍ମରଣଜନିତ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
କନ୍ୟା ରାଶି :
ବୃଥା ଭ୍ରମଣ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସକ୍ରାର୍ଯ୍ୟରେ ବ୍ୟୟ କରିପାରନ୍ତି । ବୃଥା ଅପଚୟରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆଖିର ବିଶେଷ ଯତ୍ନ ନିଅନ୍ତୁ । ମାନସିକ ସ୍ତରରେ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ଭାବରେ ସଜାଗ ରହିବା ଉଚିତ । ନିଜର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପରିସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରନ୍ତୁ । ସମ୍ପର୍କୀୟମାନଙ୍କ ସହିତ କୌଣସି ପ୍ରକାର ବୃଥା ଶତ୍ରୁତା ସୃଷ୍ଟି କରନ୍ତୁ ନାହିଁ । ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡିପାରେ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ତୁଳା ରାଶି :
ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବିଚାରାଧୀନ ଟଙ୍କା ଫେରସ୍ତ ହେବ। ଭ୍ରମଣରେ ଲାଭ ହେବ। ସ୍ୱାସ୍ଥ୍ୟ, ପ୍ରେମ ଏବଂ ବ୍ୟବସାୟ ପାଇଁ ଦିନଟି ଭଲ ଦେଖାଯାଉଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ଶନି ଦେବଙ୍କୁ ପ୍ରଣାମ କରନ୍ତୁ।
ବିଛା ରାଶି :
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳ ହେବେ। ରାଜନୀତି, ସଂଗଠନ, ଗବେଷଣା, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହେବ। ଈର୍ଷାପରାୟଣତା କାରଣରୁ ନିଜ ଲୋକଙ୍କଠାରୁ ଆସ୍ଥା ହରାଇପାରନ୍ତି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ହଳଦିଆ ଜିନିଷ ପାଖରେ ରଖନ୍ତୁ।
ଧନୁ ରାଶି :
ଆଜି ପାରିବାରିକ କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍ଯୋଗ ସୃଷ୍ଟି ହେବାର ଆଶା ରହିଛି। ଆଲୋଚନା ପରିସରରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣାର ପୋଷଣ କରିବେ। ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ଉନ୍ନତି ଘଟିବାରୁ ଖୁସୀ ହେବେ। ପାଖରେ ଏକ ଲାଲ୍ ଜିନିଷ ରଖନ୍ତୁ।
ମକର ରାଶି :
ନିଜ ଲୋକ ଶତ୍ରୁତା ସୃଷ୍ଟି କଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କରି ଚାଲିଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରି ସଫଳ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବା ସଙ୍ଗକୁ ଦୂରଯାତ୍ରାର ମଧ୍ୟ ସୁଯୋଗଲାଭର ଆଶା ରହିଛି। କାଳୀ ମାତାଙ୍କୁ ପୂଜା କରନ୍ତୁ।
କୁମ୍ଭ ରାଶି :
ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ । ସାଂସାରିକ ଭୋଗ ଏବଂ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ନେଇପାରିବେ । ଶତ୍ରୁମାନେ ପରାଭୂତ ହେବେ । ଦାମ୍ପତ୍ୟ ଜୀବନରେ ସୁଖ ପାଇବେ । ପିଲାମାନେ ସୁଖସନ୍ତୋଷ ବୃଦ୍ଧି କରିବେ । ମାନସିକ ଶାନ୍ତି ପୁନଃସ୍ଥାପିତ ହେବ । ସୂର୍ଯ୍ୟଙ୍କୁ ଜଳ ଦେବା ଜାରି ରଖ।
ମୀନ ରାଶି :
କର୍ମକ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡିପାରେ। କ୍ରୀଡା, ଚଳଚ୍ଚିତ୍ର, କଳା,ସାହିତ୍ୟ ,ସାମ୍ବାଦିକତା ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବାଭଲ ହେବ। କଳା ଜିନିଷ ଦାନ କରନ୍ତୁ।