ଆପଣ ମାନେ ତ ପୁର୍ବରୁ ନିକିତାଙ୍କ ଘଟଣା ବିଷୟରେ ଜାଣିଥିବେ। ତେବେ ବାଙ୍ଗାଲୋରର ନିକିତା ସିଂହାନିଆ ଙ୍କ ପାଖରେ ସମ୍ପର୍କ ଅପେକ୍ଷା ଟଙ୍କା ଥିଲା ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ସ୍ବାମୀଙ୍କୁ ଟଙ୍କା ମାଗୁଥିଲେ ନଦେଲେ ଯୁକ୍ତିତର୍କ କରୁଥିଲେ। ସ୍ବାମୀ ଅତୁଲ ସୁବାଷ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ସ୍ତ୍ରୀ ଦେଇଥିଲେ ସିଧା ଡିଭୋସ କେସ। ଗୋଟେ କି ଦୁଇଟି ନୁହେଁ ବ୍ୟାକ ଟୁ ବ୍ୟାକ୍ କେସ ଦେଇ ଅତୁଲଙ୍କ ଉପରେ ଚାପ ପକାଉଥିଲେ ସ୍ତ୍ରୀ ନିକିତା। ଟାୟାର ୩ ସିଟିରେ ରହୁଥିବା ୪ ବର୍ଷର ପୁଅର ଖର୍ଚ୍ଚ ପାଇଁ ମାସିକ ୪୦ ହଜାର ଟଙ୍କା ଦେଉଥିଲେ ଅତୁଲ।
ପରବର୍ତ୍ତୀ ସମୟରେ ଏହାକୁ 80 ହଜାର ଉପରେ ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ପତ୍ନୀ ନିକିତା। ଏପରିକି ଫ୍ୟାମିଲ କୋର୍ଟରେ ଶୁଣାଣି ବେଳେ ମେଣ୍ଟେନାନ୍ସ ବାବଦରେ ଏକକାଳୀନ ୩ କୋଟି ଦାବି କରିଥିଲେ ନିକିତା। ହେଲେ ଏତେ ଟଙ୍କା ଦେବା ପାଇଁ ସ୍ବାମୀ ଅତୁଲ ଅସହାୟତା ପ୍ରକାଶ କରିବା ପରେ, ଟଙ୍କା ଦେଇପାରିବନି ଯଦି ଆତ୍ମହତ୍ୟା କରିଦିଏ ବୋଲି ପତ୍ନୀ ନିକିତା କହିଥିଲେ।
ଯାହାକି ମୃତ୍ୟୁ ପୂର୍ବରୁ ନିଜ ସୁଇସାଇଡ ନୋଟରେ ଲେଖିଥିଲେ ସ୍ବାମୀ ଅତୁଲ। ଶେଷରେ ସ୍ତ୍ରୀ ପକ୍ଷରୁ ଅନେକ ପ୍ରକାର ଚାପରେ ଆସି ଆତ୍ମହତ୍ୟା କରିଦେଇଥିଲେ ନୀରିହ ସ୍ବାମୀ ଅତୁଲ। ଆଉ ନେପାଳର ଶ୍ରୀଜାନା ସୁମତି ଯାହାଙ୍କ ପାଖରେ ସ୍ବାମୀଙ୍କ ଜୀବନ ଆଗରେ ତୁଚ୍ଛ ହେଇଯାଇଥିଲା ସାରା ଦୁନିଆର ଖୁସି। ୬ ବର୍ଷର ପ୍ରେମ ସଂପର୍କ ପରେ ୨୦୨୦ ମସିହାରେ ବିବେକ ବଙ୍ଗିନିଙ୍କୁ ସେ ବିବାହ କରିଥିଲେ। ବାହାଘରର ମାତ୍ର ଦୁଇବର୍ଷ ପରେ ସ୍ବାମୀଙ୍କୁ କ୍ୟାନ୍ସର ହେଇଥିବା ଜଣା ପଡିଥିଲା।
ତାହା ପୁଣି ଥାଆଡ ଷ୍ଟେଜ ଏଭଳି ସଙ୍କଟ ସମୟରେ ସ୍ବାମୀଙ୍କ ସହିତ କାନ୍ଥ ପରି ଛିଡ଼ା ହେଇଥିଲେ ସ୍ତ୍ରୀ। ଘରୁ ମେଡିକାଲ ମେଡିକାଲରୁ ଘରକୁ ୨୪ ଘଣ୍ଟା ସ୍ବାମୀଙ୍କ ପାଖରେ ରହୁଥିଲେ। ଖାଇବା ପିଇବାଠୁ ଆରମ୍ଭ କରି ସ୍ବାମୀଙ୍କ ସବୁ ସେବା ତାଙ୍କ ପାଖେ ପାଖେ ରହି ସ୍ତ୍ରୀ ଜଣଙ୍କ କରୁଥିଲେ। ଏଭଳି ସମୟରେ ସ୍ବାମୀକୁ ଖୁସି କରିବା ପାଇଁ ଗୋଟେ ବି ସୁଯୋଗ ସେ ଛାଡୁ ନଥିଲେ।
ଶ୍ରୀଜାନା ଯେ କେବଳ ତାଙ୍କ ସ୍ଵାମୀଙ୍କ ପାଖରେ ରହି ତାଙ୍କ ମନବଳ ବଢ଼ାଇଥିଲେ ତାହା ନୁହେଁ ବରଂ ଏଥିରେ ପୀଡ଼ିତ ଗୋଟି ଗୋଟି ଲୋକଙ୍କୁ ସେ ପ୍ରେରଣା ବି ଦେଉଥିଲେ। ସ୍ବାମୀଙ୍କ ସହିତ ବିତାଉଥିବା ଗୋଟେ ଗୋଟେ ମୁହୂର୍ତ୍ତକୁ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଯାହା ଦେଖି ସମସ୍ତଙ୍କ ଆଖିରୁ ବାହାରି ଯିବ ଲୁହ। ଦୀର୍ଘଦିନର ସଂଘର୍ଷ ପରେ ଶେଷରେ ଆରପାରିକୁ ଚାଲିଗଲେ ସ୍ବାମୀ। ଯାହାପରେ ଦେଶର କୋଣ ଅନୁକୋଣରୁ ଶ୍ରୀଜାନାଙ୍କ ପାଇଁ ଛୁଟି ଆସିଥିଲା ସମବେଦନା।