୨୩ ଅକ୍ଟୋବର ବୁଧବାର ରାଶିଫଳ : ଏହି ରାଶିର ବ୍ୟକ୍ତି ବିଶେଷ ଚାପରୁ ମୁକ୍ତି ପାଇବେ, ନୂତନ କାର୍ଯ୍ୟ ଆରମ୍ଭ ହେବ, ପଢ଼ନ୍ତୁ ଆଜିର ରାଶିଫଳ।

ମେଷ ରାଶି :

ଆଜି ଚତୁର୍ଥ କେନ୍ଦ୍ରରେ ନୀଚସ୍ଥ ମଙ୍ଗଳ ପାରିବାରିକ ଖର୍ଚ୍ଚ ବଢ଼ାଇବା ସହ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିବ। ବନ୍ଧୁଙ୍କ ସହ ଆଲୋଚନା ମାନସିକ ଆଶ୍ୱସ୍ତି ପ୍ରଦାନ କରିବ। କିନ୍ତୁ ବ୍ୟବସାୟ, ପରିବହନ ଏବଂ ଶିଳ୍ପ, ବାଣିଜ୍ୟ, କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ଆନୁଷ୍ଠାନିକ କାମରେ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ଲାଭକରି ଖୁସିହେବେ।

ବୃଷ ରାଶି :

ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ହୋଇପାରେ। ଋତୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇପାରେ। କର୍ମକ୍ଷେତ୍ରରେ ବିରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ପରିବାରରେ ପତ୍ନୀଙ୍କ ସହ ବିବାଦ ହୋଇପାରେ।

ମିଥୁନ ରାଶି :

କର୍ମସ୍ଥାନରେ ଧନାଧିପତି ଅର୍ଥଲାଭ ସହ ବନ୍ଧଙ୍କ ପ୍ରତିଭାଜନ କରାଇବ। ପରିବାର, ଯାନବାହନ, ଆଲୋଚନା, ଯାତ୍ରା, ବ୍ୟବସାୟ ଦିଗଟି ଭଲ ରହିବ। ଯେଉଁ ବିଷୟରେ ଚିନ୍ତିତ ରହିଛନ୍ତି ତାହା ଅଚିରେ ସମାଧାନ ହୋଇଯିବ। ଆଶା ଫଳବତୀ ହେବାରେ ଅସୁବିଧା ରହିବ ନାହିଁ। ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।

କର୍କଟ ରାଶି :

ଆଜି ଖର୍ଚ୍ଚାନ୍ତ ହେବେ ସିନା ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି। ସାମାଜିକ ସ୍ତରରେ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହି ଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ।

ସିଂହ ରାଶି :

ଆଜି ତୁମର ମନୋବଳ ଭଲ ରହିବ। ଭଲ ଖବର ପାଇବାର ସମ୍ଭାବନା ଅଛି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ପାରିବାରିକ ସମସ୍ୟାରେ ଆରାମ ମିଳିବ। ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ।

କନ୍ୟା ରାଶି :

ଯାହା ପାଇବା ସକାଶେ ଆଶା କରୁଛନ୍ତି ତାହା ନିଶ୍ଚିତ ଭାବରେ ପାଇପାରିବେ। ତଥାପି ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ।

ତୁଳା ରାଶି :

ବନ୍ଧୁମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସହ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ।

ବିଛା ରାଶି :

ଆଜି ଆପଣ ବହୁତ ଆରାମ ପାଇପାରିବେ। କୋର୍ଟରେ ବିଚାରାଧୀନ ମାମଲାଗୁଡ଼ିକରେ ସଫଳତା ମିଳିବ। ତୁମର ଆଧିପତ୍ୟ ରାଜନୈତିକ କ୍ଷେତ୍ରରେ ରହିବ। ପିଲାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ପରିବାରରେ ଟେନସନ ହୋଇପାରେ।

ଧନୁ ରାଶି :

ନିଜ ମନର ଚିନ୍ତାଧାରାର ବିଷମତା ହିଁ ମାନସିକ ଅଶାନ୍ତି ସୃଷ୍ଟି କରିପାରେ। ପାରିବାରିକ କଳହ, ଟଙ୍କା ଦେଣନେଣ, କଚେରି ମାମଲାର ଟେନ୍ସନ ପ୍ରଭୃତି ସମସ୍ୟା ମଧ୍ୟ ରହିପାରେ। ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ, ଯାହାକି ବନ୍ଧୁଙ୍କ ମନକୁ ପାଇବ। ଏଜେନ୍ସିପ୍‌, ଗଣମାଧ୍ୟମ, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।

ମକର ରାଶି :

ଆଜି ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ଦିନ ହୋଇପାରେ। ପାରିବାରିକ ବିବାଦରେ ଫସି ରହିପାରନ୍ତି। ବ୍ୟବସାୟରେ ଆର୍ଥିକ ହ୍ରାସ ଘଟିବ। ପତ୍ନୀ ଏବଂ ପିଲାମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

କୁମ୍ଭ ରାଶି :

ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଭଲକଥାଗୁଡ଼ିକ ମଧ୍ୟ ପ୍ରିୟଜନଙ୍କୁ ଖଟା ଲାଗିପାରେ। ତଥାପି ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ ଓ ପାରିବେ ମଧ୍ୟ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

ମୀନ ରାଶି :

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ। ପୁରୁଣା ଟଙ୍କା ପାଇବା ପରେ ତୁମର ମନ ଖୁସି ହେବ। ପରିବାରରେ ଶୁଭ କାର୍ଯ୍ୟକଳାପ ହୋଇପାରେ। ଆପଣ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ବାହାରକୁ ଯାଇପାରିବେ।