୨୪ ଜାନୁଆରୀ ଶୁକ୍ରବାର ରାଶିଫଳ : ତୁଳା ରାଶିର ଲୋକଙ୍କ ପ୍ରେମ ସମ୍ପର୍କ ଆଜି ହେବ ଉନ୍ନତି, ପଢ଼ନ୍ତୁ ଦୈନିକ ରାଶିଫଳ।

ମେଷ ରାଶି :

ଆଜି ତୁମର ଦିନ ଭଲ ହେବ। ତୁମର ହଜିଯାଇଥିବା ପୁରୁଣା ଜିନିଷ ଆଜି ଫେରସ୍ତ ହେବ। ଆପଣ ବିନିଯୋଗରେ ମଧ୍ୟ ଲାଭ ପାଇବେ। ଏହି ରାଶି ଚିହ୍ନ ଥିବା ଲୋକମାନେ ଆଜି ନିଜ ଜୀବନସାଥୀଙ୍କଠାରୁ ଉପହାର ପାଇପାରିବେ। କେଉଁ କାରଣରୁ ତୁମର ଦୁହିଁଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇବ। ଆଜି, ଅନ୍ୟମାନେ ଭଲ ଭାବରେ କ’ଣ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଏଥିରୁ ଲାଭ ପାଇବେ। ଆପଣ ଜଣେ ପ୍ରିୟ ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ। ଆଜି ତୁମେ ଆଇନଗତ ପ୍ରସଙ୍ଗରେ ବିଜୟ ପାଇବ। ଏହି ରାଶିର ଲୋକମାନେ ଆଜି ନୂଆ ରୋଜଗାର ପାଇବେ।

ବୃଷ ରାଶି :

ସପ୍ତମସ୍ଥ ତୃତୀୟାଧିପ ଯୋଗୁ ଧର୍ମକାର୍ଯ୍ୟ, ସତ୍‍ସଙ୍ଗ ସକାଶେ ପ୍ରେରଣା ପ୍ରଦାନ କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ ସମ୍ମାନ ମିଳିବା ସହ ଶୁଭକାର୍ଯ୍ୟରେ ଯୋଗଦେବେ। ବ୍ୟବସାୟ ତଥା କଳା, ସାହିତ୍ୟରେ ଉନ୍ନତି କରିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।

ମିଥୁନ ରାଶି :

ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ କାମ ଅଟକିବ ନାହିଁ। ବିଶେଷ ସମସ୍ୟା ଦେଖା ନ ଦେଲେ ମଧ୍ୟ ପୁରାତନ ରୋଗପୀଡ଼ା ଅନୁଭବ ହେବ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନିଅନ୍ତୁ।

କର୍କଟ ରାଶି :

ଆଜି ଆପଣ ଆର୍ଥିକ ଲାଭ ପାଇବେ। ଆଜି କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଟଙ୍କା କାରବାର ବିଷୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରାଚୀନମାନଙ୍କ ସହିତ ପରାମର୍ଶ କରନ୍ତୁ। ଆପଣଙ୍କ ଧ୍ୟାନକୁ କେନ୍ଦ୍ର କରି କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ। ତୁମର ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବ।

ସିଂହ ରାଶି :

ରବିଙ୍କ ୬ଷ୍ଠସଂସ୍ଥାନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ କ୍ଷେତ୍ର୍ରରେ ଅନ୍ୟମାନଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‍ ବୁଝିବେ। ଅର୍ଥସଙ୍କଟ କାରଣରୁ ସାମୟିକ ବ୍ୟସ୍ତତା ଉପଲବ୍ଧି କରିପାରନ୍ତି ।

କନ୍ୟା ରାଶି :

ରାଶିରେ କେତୁ ଥିବାରୁ କୌଣସି ବିଶେଷ କାରଣ ନ ଥାଇ ଅନ୍ୟମାନେ ଦୋଷଦେଇପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ ସମସ୍ୟା ସୃଷ୍ଟିହେବ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ବାଣିଜ୍ୟ, ପରିବହନରେ ସନ୍ତୋଷଜନକ ଫଳ ପାଇବେ। କର୍ମକ୍ଷେତ୍ର, ନିର୍ମାଣ, ମଙ୍ଗଳଜନକ କାମରେ ଉସତ୍ାହିତ ହେବେ।

ତୁଳା ରାଶି :

ଆଜି ତୁମର ଦିନ ଖୁସିରେ ପରିପୂର୍ଣ୍ଣ ହେବ। ଆଜି ତୁମର ଆର୍ଥିକ ସ୍ଥିତି ଦୃଢ଼ ରହିବ। ଆଜି ତୁମେ ତୁମର କାର୍ଯ୍ୟରେ ସଫଳତାର ପତାକା ଉତ୍ତୋଳନ କରିବ। ମାନସିକ ଏବଂ ଶାରୀରିକ ଭାବରେ ଫିଟ୍ ଅନୁଭବ କରିବ। ଯଦି ଆପଣ ଏକ ନୂତନ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହାକୁ କିଣନ୍ତୁ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା। ଆଜି ଆପଣ ସାଙ୍ଗମାନଙ୍କ ସହିତ ଅନେକ ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିବେ, ଏହା ଆପଣଙ୍କୁ ବହୁତ ଖୁସି ଦେବ। ଆଜି ତୁମର ବିବାହିତ ଜୀବନ ଅତ୍ୟନ୍ତ ସୁଖଦାୟକ ହେବ ଓ ସମ୍ପର୍କ ଦୃଢ଼ ହେବ।

ବିଛା ରାଶି :

ଚତୁର୍ଥ କେନ୍ଦ୍ରସ୍ଥ ଶୁକ୍ରଙ୍କ ହେତୁ ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ରାସ୍ତାରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜିଯାଇପାରେ। ସାମାଜିକ ସମ୍ମାନ ସହ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନକରିବେ। ସ୍ଥଗିତ କାମକୁ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତିି ନେବେ।

ଧନୁ ରାଶି :

ଆଜି ସ୍ବତନ୍ତ୍ର ଭାବରେ ସଭାସମିତିକୁ ନିମନ୍ତ୍ରିତ ହୋଇ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ସମ୍ମାନିତ ହେବେ। ଶନିକ୍ଷେତ୍ରସ୍ଥ ରବିଙ୍କ ଯୋଗୁ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ବନ୍ଧୁମିଳନ, ସାହିତ୍ୟଚର୍ଚ୍ଚା, ସଭାସମିତି, ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପାଇଁ ଦିନଟି ବହୁତ ଭଲ।

ମକର ରାଶି :

ଗୁରୁଙ୍କ ସ୍ଥିତି କାରଣରୁ କୌଣସି ବିସ୍ମୟକର ଖବରଜନିତ ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହେବ। ବିବାଦୀୟ ସ୍ଥିତିରେ ରହିଥିବା କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‍ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି। ଅର୍ଥସଙ୍କଟକୁ ସୁଧାରିବାକୁ ଯାଇ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

କୁମ୍ଭ ରାଶି :

ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ତୁମେ ତୁମର କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବାକୁ ଯାଉଛ। ଆହୁରି ମଧ୍ୟ, ଏକ ବିଦେଶୀ କମ୍ପାନୀରୁ ଏକ ଚାକିରି ଅଫର୍ ଆସିପାରେ। ତୁମ ଗାଡିକୁ କେବଳ ଏକ ସୁରକ୍ଷିତ ସ୍ଥାନରେ ପାର୍କ କର, ନଚେତ୍ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ। ଆଜି ଆପଣଙ୍କର ବିରୋଧୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି, ତେଣୁ ଯଥାସମ୍ଭବ ସେମାନଙ୍କଠାରୁ ଦୂରତା ବଜାୟ ରଖନ୍ତୁ। ଆଜି ସାମାଜିକ କାର୍ଯ୍ୟରେ ତୁମର ଆଗ୍ରହ ବଢ଼ିବ। ଆଜି ତୁମର କାମକୁ ଭଲ ଭାବରେ କର।

ମୀନ ରାଶି :

କର୍ମକ୍ଷେତ୍ର୍ରରେ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଓ ସ୍ଥଗିତ କାମ ସହଜରେ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ପିଲାଙ୍କ କଳହରେ କ୍ରୋଧ ପ୍ରକାଶ କରି କଟୁ କଥା କହିବାକୁ ପଛାଇବେ ନାହିଁ। ବନ୍ଧୁମିଳନ, ଦେବଦର୍ଶନ, ସତ୍‍ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।