ମେଷ ରାଶି :
ଆଜି ରାହୁ ଦୃଷ୍ଟ ଚନ୍ଦ୍ରଙ୍କ ହେତୁ ଅସ୍ଥିରତାଜନିତ ମାନସିକ ସ୍ଥିତି ଠିକ୍ ରହି ନ ପାରେ। ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, ସଂଗଠନ ତଥା ସାଂସ୍କୃତିକ କ୍ଷେତ୍ରରୁ ପ୍ରଶଂସା ମିଳିବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
ବୃଷ ରାଶି :
କଠିନ ପରିଶ୍ରମ ମାଧ୍ୟମରେ ବ୍ୟବସାୟକୁ ଅଭିବୃଦ୍ଧି ଆଡକୁ ନେଇଯିବ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଏବଂ ପିଲାମାନଙ୍କର ଅବସ୍ଥା ଭଲ ହେବ। ବ୍ୟବସାୟ ବହୁତ ଭଲ ହେବ। ବଜରଙ୍ଗବାଲିଙ୍କୁ ପ୍ରଣାମ କରି ବାହାରକୁ ଯାଆନ୍ତୁ।
ମିଥୁନ ରାଶି :
ଦୁର୍ବଳ ରବିଙ୍କ ବୁଧାଦିତ୍ୟ ଯୋଗଜନିତ ସୁବିଧା ସୁଯୋଗ ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଆଲୋଚନା ପରିପ୍ରେକ୍ଷୀରେ ମନକଥା ଖୋଲି କହିବାକୁ ବାଧ୍ୟ ହେବେ। ପ୍ରଶାସନିକ କ୍ଷେତ୍ରରେ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବନ୍ଧୁଙ୍କ ସହାନୁଭୂତି ପରିସ୍ଥିତିକୁ ଲାଘବ କରିବାରେ ସହାୟକ ହେବ।
କର୍କଟ ରାଶି :
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅଯଥା ବାକ୍ୟାଳାପ ସମସ୍ୟାର କାରଣ ହେବ। ଚନ୍ଦ୍ରଙ୍କ ପ୍ରଭାବରେ ଭାବପ୍ରବଣତା ବୃଦ୍ଧି ପାଇବାରୁ ମାନସିକ ସ୍ଥିତି ଠିକ୍ ରହି ନ ପାରେ। ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାର ଆଶା କରାଯାଇପାରେ। ସାମାଜିକ ସ୍ତରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ସିଂହ ରାଶି :
ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅଜ୍ଞାତର ଭୟ ତୁମକୁ ହନ୍ତସନ୍ତ କରିବ। ସ୍ୱାସ୍ଥ୍ୟ କିଛି ମାତ୍ରାରେ ମଧ୍ୟମ ହେବ, ପ୍ରେମ ଏବଂ ପିଲାମାନେ ମଧ୍ୟମ ଏବଂ ବ୍ୟବସାୟ ପ୍ରାୟ ଭଲ ରହିବ। ହଳଦିଆ ଜିନିଷ ପାଖରେ ରଖନ୍ତୁ।
କନ୍ୟା ରାଶି :
ଧନାଧିପଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଯୋଗୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅର୍ଥସଂକଟ ଲାଗିରହିିବା ହେତୁ କାମଗୁଡ଼ିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।
ତୁଳା ରାଶି :
ସ୍ୱଗୃହୀ କର୍ମାଧିପ ଯୋଗୁ କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିବେ। ସ୍ୱାତୀ ନକ୍ଷତ୍ରର ବ୍ୟବସାୟ, ପରିବହନ ଓ ସାମ୍ବାଦିକତାରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ବିଛା ରାଶି :
ଭାଗ୍ୟବାନ ରହିବେ। କାର୍ଯ୍ୟରେ ବାଧା ଆଜି ସମାପ୍ତ ହେବ। ସ୍ୱାସ୍ଥ୍ୟ ଭଲ ପ୍ରେମ, ପିଲାମାନେ ମଧ୍ୟମ ବ୍ୟବସାୟ ବହୁତ ଭଲ। ହଳଦିଆ ଜିନିଷ ପାଖରେ ରଖନ୍ତୁ।
ଧନୁ ରାଶି :
ବୁଧଙ୍କ ସୁପ୍ରଭାବରୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବେ କିନ୍ତୁ ସମୟାନ୍ତରରେ ସମାଧାନ ହୋଇପାରିବ। ବନ୍ଧୁଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସମ୍ପର୍କୀୟଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ପ୍ରତ୍ୟାବର୍ତ୍ତନ ଦୁଃଖର କାରଣ ହୋଇପାରେ।
ମକର ରାଶି :
ରାହୁ ଦୃଷ୍ଟ ଚନ୍ଦ୍ର ଯୋଗୁ ଭୁଲ୍ ବୁଝାମଣା କାରଣରୁ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ହେତୁ ବିଚଳିତ ହେବେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ବିନୟପୂର୍ଣ୍ଣ କଥା କହିବାକୁ ପଡ଼ିପାରେ। ଶ୍ରବଣା ନକ୍ଷତ୍ରର ଜଣେ ବନ୍ଧୁଙ୍କଠାରୁ କୌଣସି ଖବର ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଶେଷ ସମୟରେ ବିଚାର ବଦଳି ଯାଇପାରେ।
କୁମ୍ଭ ରାଶି :
ଶତ୍ରୁମାନେ ଆକ୍ରମଣ କରିବାକୁ ସାହସ କରିବେ ନାହିଁ। ଆପଣ ଜ୍ଞାନ ଏବଂ ଗୁଣ ହାସଲ କରିବେ। ତୁମେ ବୟସ୍କମାନଙ୍କଠାରୁ ଆଶୀର୍ବାଦ ପାଇବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ପ୍ରେମ, ପିଲାମାନେ, ଭଲ ବ୍ୟବସାୟ। ନାଲି ଜିନିଷ ଦାନ କରନ୍ତୁ।
ମୀନ ରାଶି :
କର୍ମକ୍ଷେତ୍ରର ବହୁବିଧ ସମସ୍ୟା ଲାଗିରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ ଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିବ।