ମେଷ ରାଶି :

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ, ଆର୍ଥିକ ସମସ୍ୟାର ସମାଧାନ ହେବ ଏବଂ ବ୍ୟବସାୟ ଅଭିବୃଦ୍ଧି ଦେଖିବ | ଚାରିଆଡେ ସୁଖ ଏବଂ ଉତ୍ସାହର ପରିବେଶ ରହିବ |
ବୃଷ ରାଶି :

ଚନ୍ଦ୍ରଙ୍କ କେନ୍ଦ୍ରରେ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରି ସାମଗ୍ରିକ ସୁଖ, ସୁବିଧା ପ୍ରଦାନ କରିବେ। ବିବାଦୀୟ ପରିସ୍ଥିତିରେ ବନ୍ଧୁ କିମ୍ବା ସହକର୍ମୀଙ୍କ ପରାମର୍ଶ କାର୍ଯ୍ୟ ହାସଲରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି।
ମିଥୁନ ରାଶି :

ଷଷ୍ଠ ଏକାଦଶାଧିପତି ମଙ୍ଗଳ ରାଶିରେ ରହିଥିବାରୁ ଶତ୍ରୁବାଧା ମନକୁ ବିଚଳିତ କରିବ। ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରି କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବ୍ୟୟବରାଦ କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଧର୍ମକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କର୍କଟ ରାଶି :

ନୂତନ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଭଲ ଖବର ଗ୍ରହଣ କରାଯିବ | ଆପଣ ଘର, ଜମି ଏବଂ ଯାନର ସୁଖ ପାଇବେ, ଏବଂ ଆପଣଙ୍କର ସମ୍ମାନ ଏବଂ ଆତ୍ମ ସମ୍ମାନ ସୁରକ୍ଷିତ ରହିବ |
ସିଂହ ରାଶି :

ଶତ୍ରୁ କ୍ଷେତ୍ରରେ ରାଶ୍ୟାଧିପତି ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି କିମ୍ବା ଚେଷ୍ଟା କରୁଥିବା କାମ ବାଧାପ୍ରାପ୍ତ ହେବ। ଖର୍ଚ୍ଚ ପରିମାଣ ବଢ଼ିପାରେ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।
କନ୍ୟା ରାଶି :

ଭାଗ୍ୟସ୍ଥାନରେ ବକ୍ରୀ ବୃହସ୍ପତି ଆପଣଙ୍କର ବହୁତ ଦିନର ଆଶା ଓ ଅଭିଳାଷକୁ ପୂରଣ କରିପାରିବ। ବନ୍ଧୁମିଳନ ସହ ଆନୁଷ୍ଠାନିକ କ୍ଷେତ୍ରରୁ ପୁରସ୍କୃତ ହେବାର ସୂଚନା ରହିଛି। ଅଫିସ୍ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ।
ତୁଳା ରାଶି :

କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଏବଂ ସଂଘର୍ଷ ହେବ, ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଏକ ନୂତନ ଯାନ କିଣିବାର ସୁଯୋଗ ମିଳିବ |
ବିଛା ରାଶି :

ମଙ୍ଗଳଙ୍କ ଦୁର୍ବଳତାଜନିତ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍ ନ ହୋଇପାରେ। ଅନ୍ୟର ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିପାରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଧନୁ ରାଶି :

ପ୍ରାପ୍ୟ ଲାଭର ଶେଷ ମୁହୂର୍ତ୍ତରେ କୌଣସି ବ୍ୟକ୍ତିଙ୍କ ବିରୋଧ ପରିସ୍ଥିତିକୁ ଓଲଟାଇ ଦେଇପାରେ। ଶନି ଓ ଶୁକ୍ରଙ୍କ ସଂଯୋଗରୁ ଅତୀତ ଘଟଣାକୁ ମନରେ ସ୍ଥାନ ଦେଇ ଶାନ୍ତିରେ ମଧ୍ୟ ଶୋଇ ପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକ ଧୋକା ଦେବେ। ବନ୍ଧୁଙ୍କ ପରାମର୍ଶରେ ଆରମ୍ଭ କରିଥିବା ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମକର ରାଶି :

ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ କେବଳ ଅଳ୍ପ ପରିଶ୍ରମ ଦ୍ୱାରା ସମ୍ପନ୍ନ ହେବ | ଆର୍ଥିକ ଲାଭ ପାଇଁ ସୁଯୋଗ ସୃଷ୍ଟି ହେବ ଏବଂ ପିଲାମାନଙ୍କର ଅଗ୍ରଗତି ହେତୁ ଉତ୍ସାହ ବୃଦ୍ଧି ପାଇବ |
କୁମ୍ଭ ରାଶି :

କେନ୍ଦ୍ରସ୍ଥ ବୃହସ୍ପତି ପ୍ରଭାବରେ ସମସ୍ୟା ସମାଧାନ ପୂର୍ବକ କାର୍ଯ୍ୟହାସଲରେ ସମର୍ଥ ହେବେ। ଆକସ୍ମିକ ଭାବରେ ସମ୍ମାନ, ବନ୍ଧୁମିଳନ କିମ୍ବା ଉପଢୌକନାଦି ପାଇବା ଯୋଗ ରହିଛି। ଆମତ୍ୀୟଙ୍କ ବ୍ୟବହାର, ଚାଲିଚଳନ ଏପରିକି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ, ସଭାସମିତିରେ ଲକ୍ଷ୍ୟ ହାସଲ ହୋଇପାରିବ।
ମୀନ ରାଶି :

ଧନଭାଗ୍ୟାଧିପତିଙ୍କ ସ୍ଥାନାବସ୍ଥାନରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ଏକଜିଦିଆ ମନୋବୃତ୍ତି ସମସ୍ୟାର କାରଣ ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଫଟୋଗ୍ରାଫି, ବ୍ୟବସାୟ ଓ ପରିବହନ ଦିଗରୁ ଉପକୃତ ହେବେ।