ମେଷ ରାଶି :
ଆଜିର ଦିନ ସାହସ ଏବଂ ଉତ୍ସାହରେ ପରିପୂର୍ଣ୍ଣ ହେବ। କାର୍ଯ୍ୟରେ ଯେକୌଣସି ଚ୍ୟାଲେଞ୍ଜର ସାହସର ସହିତ ସାମ୍ନା କରିବାକୁ ତୁମର ଚତୁରତାକୁ ବ୍ୟବହାର କର। ଦାୟିତ୍ବ ଗ୍ରହଣ କରିବା ଏବଂ ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ହେବ।
ବୃଷ ରାଶି :
ବନ୍ଧୁଙ୍କ ନିକଟରୁ ଆର୍ଥିକ ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ଅପରାହ୍ନେ ପ୍ରିୟଜନଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ ହେବ। ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପରିବହନ ସମସ୍ୟା ବହୁଳ ହୋଇପାରେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ।
ମିଥୁନ ରାଶି :
କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଏହା ଏକ ଭଲ ସମୟ । ଈପ୍ସିତ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ଅଛି । ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଯଦି ଆପଣ ଜଣେ ମହିଳା, ଏହି ସମୟରେ ଗର୍ଭଧାରଣ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଏହି ସମୟ ମଧ୍ୟରେ ଆପଣ ବହୁତ ଭଲ ସ୍ୱାଦିଷ୍ଠ ଖାଦ୍ୟ ଉପଭୋଗ କରିବାର ସମ୍ଭାବନା ଅଛି ।
କର୍କଟ ରାଶି :
ଭୁଲ୍ ବୁଝାମଣା କାରଣରୁ ବୃଥା ସନ୍ଦେହ ଜନିତ ସାଧାରଣ କଥାରେ କଳହ ଘଟିବାର ଆଶଙ୍କା ରହିଛି। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀଭୂମିକା ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ସିଂହ ରାଶି :
ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଦୁଃଖଦ ଘଟଣା ଏବଂ ବିପଦ ମଧ୍ୟ ଦେଖାଦେଇପାରେ । ପ୍ରାପ୍ୟ ଟଙ୍କା ଫେରିପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଲାଭଜନକ ଭଲ କାମ ବନ୍ଦ କରିବାକୁ ପଡ଼ିପାରେ । ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ହଜମ ପ୍ରକ୍ରିୟା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ ।
କନ୍ୟା ରାଶି :
ସମୟୋଚିତ ପଦକ୍ଷେପ ଗ୍ରହଣ କରି ପରିବାରର ଅସଜଡା ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ସଙ୍ଗୀତ ସମାରୋହ, ସାମ୍ବାଦିକତା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଜମିଜମା ବିବାଦ କିମ୍ବା ଋଣଗ୍ରସ୍ତ ସାଙ୍ଗକୁ କରଜଦାତାଙ୍କ ଚାପ ଚିନ୍ତା ବଢ଼ାଇବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ।
ତୁଳା ରାଶି :
ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କ ଜନ୍ମରାଶିରୁ ଷଷ୍ଠ ଘର ଦେଇ ଗତି କରୁଛନ୍ତି । ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ଆଗକୁ ଯାଇ ଲକ୍ଷ୍ୟ ହାସଲ କରିବାର ସମୟ ଆସିଛି । କାରଣ ଏଥିରେ ଆପଣ ସଫଳ ହୋଇପାରିବେ । ନିଜ କତିତ୍ୱ ପାଇଁ ସମ୍ମାନ ଏବଂ ସ୍ୱୀକୃତି ପାଇପାରନ୍ତି । ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି ।
ବିଛା ରାଶି :
ଦୁଃଖ, ଯାତନା ସହ ଉଦ୍ବେଗ ଦେଖାଦେଇପାରେ । କିଛି ମିଶ୍ରିତ ଫଳାଫଳ ପାଇବେ । ନେଇଥିବା ଦାୟିତ୍ୱ ଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରନ୍ତୁ । ଟିକିଏ ପରିଶ୍ରମ ଅଧିକ ପଡ଼ିପାରେ । ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ । ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ । ଦୂରଯାତ୍ରା ବା ବିଦେଶ ଯାତ୍ରା ଯୋଜନା ସ୍ଥଗିତ ରଖନ୍ତୁ । ସାଙ୍ଗମାନଙ୍କ ସଫଳତାକୁ ଦେଖି ଈର୍ଷା କରନ୍ତୁ ନାହିଁ । ଆପଣଙ୍କ ପାଇଁ ସେଭଳି ଦିନ ଆସିବାକୁ ବିଳମ୍ବ ନାହିଁ । ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ ।
ଧନୁ ରାଶି :
ଆଜି ଆପଣ ଅସାଧାରଣ ସାହସ ପ୍ରଦର୍ଶନ କରିବେ। ନୂତନ ଜ୍ଞାନ ଆହରଣ କରିବାକୁ ଏବଂ ଆପଣ ବୈଷୟିକ ଦକ୍ଷତା ବୃଦ୍ଧି କରିବାକୁ ଚେଷ୍ଟା କର। ଏକ ନୂତନ ଚାକିରି ଖୋଜୁଥିବା ଲୋକମାନେ ଆଜି ଭଲ ଖବର ପାଇପାରନ୍ତି।
ମକର ରାଶି :
କର୍ମକ୍ଷେତ୍ରରେ ଅଟକି ରହିଥିବା ସକାଶେ ଫାଇଲ୍ କାମ ସମ୍ପନ୍ନ କରିବାରେ ସମର୍ଥ ହେବେ। ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧିରୁ ଅଶାନ୍ତ ରହିପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ବିବାଦର ଆଶଙ୍କା କରୁଥିବା ଘଟଣାରେ ସେମିତି କିଛି ହେବ ନାହିଁ।
କୁମ୍ଭ ରାଶି :
ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକମାନଙ୍କ ସହିତ ବ୍ୟବହାର ବେଳେ ବିଶେଷ ଭାବରେ ସଚେତନ ରହିବା ଉଚିତ । କୌଣସି ପ୍ରକାର ବିବାଦ ଭିତରେ ପଶିଲେ ତାହା ବୃଥା ଝଗଡା ରୂପ ନେଇପାରେ । ଅଫିସରେ କିଛି ବାଧା ଉପୁଜିପାରେ, କିନ୍ତୁ ତାହା ସ୍ଥାୟୀ ହେବନାହିଁ । କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ସ୍ୱାସ୍ଥ୍ୟରେ ହ୍ରାସ ଅନୁଭବ କରିପାରନ୍ତି । ବିଶେଷତଃ ଆଖିଜନିତ ସମସ୍ୟା ଦେଖାଦେଇପାରେ । ସତ୍ଚିନ୍ତା ଓ ସକ୍ରର୍ମରେ ନିବିଷ୍ଟ ରହିବା ଆବଶ୍ୟକ ।
ମୀନ ରାଶି :
ପ୍ରତ୍ୟେକ ଦିଗରେ ଶୁଭଫଳ ପ୍ରଦାନ ସକାଶେ ଆଜିର ଅନୁକୂଳ ଗ୍ରହସ୍ଥିତି ରହିଛି। କିନ୍ତୁ ଦୂରଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସଭାସମିତି କ୍ଷେତ୍ର୍ରରେ ଉପକୃତ ହେବେ। ଜମିଜମା ସମ୍ବନ୍ଧୀୟ କେତେକ କାଗଜପତ୍ର୍ରକୁ କେନ୍ଦ୍ରକରି ଯୁକ୍ତିତର୍କର ସୂଚନା ରହିଛି।