ମେଷ ରାଶି :

କୃତ୍ତିକା ନକ୍ଷତ୍ର ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ। କାମ ହାସଲରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି କିନ୍ତୁ କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ବନ୍ଧୁପ୍ରୀତି, ଅର୍ଥପ୍ରାପ୍ତି , ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ।
ବୃଷ ରାଶି :

ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ। ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ ରାଶି :

ବ୍ୟକ୍ତିଗତ ସଫଳତା ବୃଦ୍ଧି କରିବାର ଚିନ୍ତା କରିବେ। ପାରିବାରିକ ପ୍ରୟାସ ଭଲ ରହିବ। ଯୁକ୍ତିଯୁକ୍ତ ସନ୍ତୁଳନ ବଜାୟ ରଖିବ। ଆଚରଣରେ ସଚେତନତା ଆଣିବେ। ସ୍ୱାର୍ଥପରତା ଏବଂ ସଂକୀର୍ଣ୍ଣ ମାନସିକତା ତ୍ୟାଗ କରିବେ। ପରିବାର ପ୍ରତି ଘନିଷ୍ଠତା ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କଠାରୁ ଶିଖିବେ ଏବଂ ପରାମର୍ଶ ଦେବେ। ବୟସ୍କମାନଙ୍କ ସହିତ ସମ୍ପର୍କ ବୃଦ୍ଧି କରନ୍ତୁ। ଘର, ଗାଡି କିଣିବାକୁ ଆଗ୍ରହୀ ହେବେ। ବାସ୍ତୁ ଜିନିଷ ଉପରେ ଧ୍ୟାନ ଦେବେ। ବ୍ୟକ୍ତିଗତ ସମ୍ପର୍କ ଉପରେ ଗୁରୁତ୍ୱ ଦେବେ। ଯୁକ୍ତି ଏବଂ ବିବାଦରୁ ଦୂରରେ ରୁହନ୍ତୁ।
କର୍କଟ ରାଶି :

କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ଉତ୍ପର୍ଣ୍ଣ ହେବ। ଅଶ୍ଳେଷା ନକ୍ଷତ୍ରର ଭୁଲ୍ ବୁଝାମଣା ପାରିବାରିକ ସମସ୍ୟାକୁ ବଢ଼ାଇ ଦେଇପାରେ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ।
ସିଂହ ରାଶି :

ଯେତେ ଯାହା କଲେ ମଧ୍ୟ ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ବିଳମ୍ବରେ କାମ ସମ୍ପନ୍ନ ହେବାରୁ ମନସ୍ତାପ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ନୂତନ ଯୋଜନା କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହେବ। ଆଶା କରୁଥିବା ଦିଗରୁ କିଛି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ରହିବ।
କନ୍ୟା ରାଶି :

ଦିନଟି ବହୁତ ଭଲ, ମାତ୍ର କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସାମାଜିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଓ ସାହାଯ୍ୟ ସହଯୋଗ ମିଳିବ। ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ରହିଛି। ଚିତ୍ରା ନକ୍ଷତ୍ର ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ସକାଶେ ପରିବାରରୁ ବରାଦ ପାଇପାରନ୍ତି।
ତୁଳା ରାଶି :

ବିଦେଶ ସହ ଜଡିତ ବ୍ୟବସାୟରେ ଗତି ହେବ। ସ୍ମାର୍ଟ କାର୍ଯ୍ୟ ପରିଚାଳନା କରିବ। ପରିସ୍ଥିତି ମିଶ୍ରିତ ରହିବ। ସମ୍ପର୍କ ଶକ୍ତି ପାଇବ। ସବୁଆଡେ ଶୁଭକାମନା ପାଇବେ। ଆର୍ଥିକ କାର୍ଯ୍ୟକଳାପରେ ଧୈର୍ଯ୍ୟ ବଜାୟ ରଖନ୍ତୁ। ଦେବା ନେବାରେ ସତର୍କ ରୁହନ୍ତୁ। ବୃତ୍ତିଗତତାକୁ ଗୁରୁତ୍ୱ ଦିଅ। ବୃତ୍ତିଗତ ଯୋଗାଯୋଗ ଉପରେ ନିୟନ୍ତ୍ରଣ ବୃଦ୍ଧି କରନ୍ତୁ। ନ୍ୟାୟିକ କାର୍ଯ୍ୟରେ ସକ୍ରିୟତା ବଢିବ। ଭଦ୍ର ବଯେ ରଖିବେ। କାର୍ଯ୍ୟ ବିସ୍ତାର କରିବାକୁ ଯୋଜନା ଗତି ଲାଭ କରିବ। ସ୍ୱଚ୍ଛତା ବଜାୟ ରଖିବ। ଗୁରୁତ୍ୱପୂର୍ଣ୍ଣ କାରବାରରେ ସ୍ପଷ୍ଟ ହେବ।
ବିଛା ରାଶି :

ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ। ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସକାଳୁ ବନ୍ଧୁଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରୁ ମନ ଖୁସି ହୋଇଯିବାର ସୂଚନା ରହିଛି।
ଧନୁ ରାଶି :

ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସଙ୍ଗକୁ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ମୂଳା ନକ୍ଷତ୍ର ଜଣେ ବନ୍ଧୁଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଦ୍ୱାରା ସୁଫଳ ମିଳିବ। ଭ୍ରମଣ କ୍ଲାନ୍ତି ସହ ସ୍ବାସ୍ଥ୍ୟହାନି ଘଟିପାରେ। ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍ ହେବ।
ମକର ରାଶି :

ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଅପରିଚିତ ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଯୁକ୍ତିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅନ୍ୟମାନଙ୍କର ସହଯୋଗ ଅଭାବରୁ ଅଫିସରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ ରାଶି :

ମାନସିକ ଅସ୍ଥିରତା ବୃଦ୍ଧି ପଛରେ ପାରିବାରିକ ଅଶାନ୍ତି ମୁଖ୍ୟ କାରଣ ହେବ। ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍ ଧାରଣାକୁ ବଦଳାଇ ପାରିବେ ନାହିଁ। ପାରିବାରିକ, ବ୍ୟବସାୟିକ, ନୂତନ ପ୍ରକଳ୍ପ, ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବେ। ପୂର୍ବଭାଦ୍ର ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧା ଭୋଗିବେ।
ମୀନ ରାଶି :

ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ରେବତୀ ନକ୍ଷତ୍ର ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ସଫଳତା ହାସଲ କରିବେ। ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିପାରେ ତଥାପି ଅନ୍ୟମାନଙ୍କର ସେବାରେ ମନ ଦେଇ ଖୁସି ରହିବେ।