୮ ଅଗଷ୍ଟ ଗୁରୁବାର ରାଶିଫଳ : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ନା ଯନ୍ତ୍ରଣାଦାୟକ ହେବ, ମେଷ ଠାରୁ ମୀନ ରାଶୀମାନଙ୍କ ଦୈନିକ ରାଶିଫଳ ପଢ଼ନ୍ତୁ।

ମେଷ ରାଶି :

ଆପଣ ଏକ ନୂତନ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ପାଇପାରନ୍ତି।ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ। ବିବାଦୀୟ ପରିସ୍ଥିତିରୁ ଦୂରରେ ରହିବା ଆପଣଙ୍କ ପାଇଁ ଭଲ ହେବ। ଆପଣଙ୍କୁ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ଅପମାନର ସାମ୍ନା କରିବାକୁ ପଡିପାରେ।

ବୃଷ ରାଶି :

କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବା ସହ ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତଥା କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଭାଇଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ନିର୍ମାଣ, ବାଣିଜ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତିର ଆଶାରହିଛି।

ମିଥୁନ ରାଶି :

ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ଚାରିଆଡ଼େ ହେବ। ‌

କର୍କଟ ରାଶି :

ଆଜି, କର୍କଟ ରାଶିର ଲୋକମାନେ ଭାବି ଚିନ୍ତି ଯେକୋୖଣସି କାର୍ଯ୍ୟ କରିବା ଉଚିତ୍। ବ୍ୟବସାୟରେ କୌଣସି ପ୍ରମୁଖ ନିଷ୍ପତ୍ତି ନିଅ ନାହିଁ। ନୂତନ ସହଭାଗୀତାରେ ବିଶେଷ ସତର୍କ ରୁହନ୍ତୁ। ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ।

ସିଂହ ରାଶି :

ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। କଠିନଶ୍ରମ ଓ ବିଶ୍ରାମର ଅଭାବ ଜନିତ ପୁରାତନ ରୋଗର ପୀଡ଼ା ବୃଦ୍ଧି ଘଟିପାରେ। ଆଖିରେ ନଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।

କନ୍ୟା ରାଶି :

ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ତାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

ତୁଳା ରାଶି :

କୌଣସି ପ୍ରକାରର ବିରୋଧରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ। ଅର୍ଥର ପ୍ରାପ୍ତି ହେବ। ସଞ୍ଚୟ କରିବାକୁ ସମର୍ଥ ହେବ। ପ୍ରେମ ଦୃଷ୍ଟିକୋଣରୁ ଦିନଟି ବିଶେଷ ହେବ।

ବିଛା ରାଶି :

ପ୍ରତ୍ୟେକ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତି ରହିବାର ସୂଚନା ରହିଛି। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।

ଧନୁ ରାଶି :

ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ନେଣେଦେଣେରେ ସାବଧାନତା ଅବଲମ୍ବନ କରନ୍ତୁ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପିଲାଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।

ମକର ରାଶି :

ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ। ଯେଉଁମାନେ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରିଛନ୍ତି ସେମାନେ କ୍ଷତି ସହିବାର ସମ୍ଭାବନା ରହିଛି। ପରିବାରରେ ଶୁଭ କାର୍ଯ୍ୟକ୍ରମର ସମ୍ଭାବନା ଅଛି। ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

କୁମ୍ଭ ରାଶି :

ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ। ଈର୍ଷାପରାୟଣତା ମନୋଭାବ ହେତୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହୋଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟର ଆଶଙ୍କା ରହିଛି। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।

ମୀନ ରାଶି :

ସବୁ ଆହ୍ବାନର ସାମନା କରିବାରେ ସଫଳ ହେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।