ବିଜେଡି କୁ ନିନ୍ଦା କରି ବିଜେପି ରେ ମିଶିଲେ କିନ୍ତୁ ଏବେ ନାହିଁ ତାଲିକାରେ ନାମ, ଅନୁଭବ ଏବଂ ଅରିନ୍ଦମଙ୍କ କଣ ହେବ ?

ବିଜେପି ତାଲିକାରେ ନାହାଁନ୍ତି ଅନୁଭବ ଅରିନ୍ଦମ । ବିଜେପିରେ ମିଶିଥିଲେ କୁଆଡେ ଗଲେ । କାହିଁକି ନାହିଁ ବିଜେପି ତାଲିକାରେ ଅନୁଭବ ଏବଂ ଅରିନ୍ଦମଙ୍କ ନାଁ । କୁଆଡେ ଗଲା ଅନୁଭବ ଏବଂ ଅରିନ୍ଦମଙ୍କ ନାଁ । କ’ଣ ପାଇଁ ତାଲିକାରେ ନାହାଁନ୍ତି ଅନୁଭବ ଏବଂ ଅରିନ୍ଦମ । ନିର୍ବାଚନ ଲଢ଼ିବେ ନାଁ ଓହରି ଯିବେ । କେଉଁ ଆସନରୁ ଏବେ ଲଢ଼ିବେ ନିର୍ବାଚନ । ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି ଅନୁଭବ ଏବଂ ଅରିନ୍ଦମଙ୍କୁ ନେଇ ଓଡ଼ିଶାର ଜନସାଧାରଣଙ୍କ ମନରେ ।

ବିଜେପି ପ୍ରକାଶ କରିଛି ୧୧୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା । ଯାହାକୁ ନେଇ ଏବେ ରାଜନୈତିକ ମାହଲ ସରଗରମ ହୋଇଛି । ହେଲେ ଏହି ତାଲିକାରେ ୨ ଜଣ ଷ୍ଟାର ସିଦ୍ଧାନ୍ତ ଏବଂ ଆକାଶଙ୍କୁ ଟିକଟ ମିଳିଥିବା ବେଳେ ଅନୁଭବ ଏବଂ ଅରିନ୍ଦମଙ୍କ ନାଁ ନାହିଁ ତାଲିକାରେ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଅନୁଭବ ଏବଂ ଅରିନ୍ଦମ ନିର୍ବାଚନ ଲଢ଼ିବେ କି ନାହିଁ ନାଁ କେବଳ ଷ୍ଟାର ପ୍ରଚାରକ ହୋଇ ପ୍ରଚାର କରିବେ ।

ଅନୁଭବ ମହାନ୍ତି ଅରିନ୍ଦମ ରାୟ ବିଜେଡିରୁ ବାହାରି ଆସି ବିଜେପିରେ ସାମିଲ ହୋଇଥିଲେ ହେଲେ ସେମାନଙ୍କର ନାଁ ପ୍ରାର୍ଥୀ ତାଲିକାରେ ନାହିଁ । ଯାହାକୁ ନେଇ ଏବେ ରାଜନୈତିକ ମାହଲ ସରଗରମ ହୋଇଛି । ଯଦି ଦେଖିବା ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ ଥିଲେ ହେଲେ ବିଜେପି ସେଠାରୁ ଏବେ ବୈଜନ୍ତ ପଣ୍ଡା ଲଢ଼ି ପାରନ୍ତି । ଯାହା ପରେ ଏବେ ଅନୁଭବ ମହାନ୍ତି ଆଉ ଲୋକସଭା ପାଇଁ ନୁହେଁ ବିଧାନସଭା ପାଇଁ ଲଢ଼ିବେ । ହେଲେ କେଉଁ ଠାରୁ ଲଢ଼ିବେ ତାହା ଏବେ ପ୍ରଶ୍ନ ।

ଦେଖନ୍ତୁ ଭିଡିଓ :-

ଅନୁଭବ ମହାନ୍ତି କଟକ ବାରବାଟିରୁ ବିଧାନସଭା ପାଇଁ ଲଢ଼ି ପାରନ୍ତି । ଯାହା ଦ୍ୱିତୀୟ ପର୍ଯ୍ୟାୟରେ ଅନୁଭବଙ୍କ ନାମ ପ୍ରାର୍ଥୀ ତାଲିକାରେ ଆସିପାରେ ବୋଲି ଚର୍ଚ୍ଚା ହେଉଛି ।ସେପଟେ ଅରିନ୍ଦମ ରାୟଙ୍କୁ ମଧ୍ୟ ମିଳିନାହିଁ ଟିକଟ । ବିଜେଡିର କେଉଁ କାରଣ ଯୋଗୁ ବିଜେପିରେ ସାମିଲ ହୋଇଛନ୍ତି । ହେଲେ ଅରିନ୍ଦମଙ୍କୁ କେଉଁ ଠାରୁ ଟିକଟ ମିଳିବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଯଦି ଦେଖିବା ଭଦ୍ରକରେ ବିରାଟ ରାଲି କରିଥିଲେ ଅରିନ୍ଦମ । ଏବେ ବିଜେପିର ଦ୍ଵିତୀୟ ତାଲିକାରେ ଆହୁରି ୩୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି । ଯେଉଁଥିରେ ଅନୁଭବ ଏବଂ ଅରିନ୍ଦମଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।