ଦିଲ୍ଲୀର ବସନ୍ତକୁଞ୍ଜସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଜଣେ ୨୩ ବର୍ଷୀୟ ଯୁବକ ଗତ ୨-୩ ଦିନ ଧରି ପେଟରେ ଯନ୍ତ୍ରଣା ଏବଂ ଖାଦ୍ୟ ହଜମ ହେଉ ନଥିବା ନେଇ ଅଭିଯୋଗ ନେଇ ଆସିଥିଲେ। ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଶୁଭମ୍ ବତ୍ସ୍ୟା ଯୋଗୀଙ୍କ ଏଣ୍ଡୋସ୍କୋପି କରିବା ପାଇଁ ପରାମର୍ଶ ଦେଇଥିଲେ।
ଏଣ୍ଡୋସ୍କୋପି ଜରିଆରେ ଡ଼କ୍ଟର ଏବଂ ତାଙ୍କ ଟିମ ଏକ ଆଶ୍ଚର୍ଯ୍ୟକର କଥା ଯାଇପାରିଲେ, ରୋଗୀର କ୍ଷୁଦ୍ର ଅନ୍ତ୍ରନଳୀରେ ୩ ସେଣ୍ଟିମିଟରର ଜୀବନ୍ତ ଅସରପା ମିଳିଥିଲା, ଯାହା ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଦେଇଥିଲା।
ଏହି ପରୀକ୍ଷା ନୀରିକ୍ଷା ସମୟରେ ରୋଗୀର କ୍ଷୁଦ୍ର ଅନ୍ତ୍ରନଳୀରେ ଏକ ଜୀବନ୍ତ ଅସରପା ମିଳିଥିଲା। ଡାକ୍ତର ଶୁଭମ୍ ବତ୍ସ୍ୟାଙ୍କ ଟିମ୍ ୧୦ ମିନିଟର ଏଣ୍ଡୋସ୍କୋପିକ୍ ପ୍ରକ୍ରିୟା ଦ୍ଵାରା ଅସରପାକୁ ବାହାର କରିଥିଲେ।
ଡାକ୍ତର ଶୁଭମ୍ ବତ୍ସ୍ୟାଙ୍କ କହିବାନୁସାରେ, “କ୍ଷୁଦ୍ର ଅନ୍ତ୍ରନଳୀରେ ଜୀବନ୍ତ ଅସରପା ପ୍ରାଣଘାତୀ ହୋଇପାରେ, ତେଣୁ ଏହାକୁ ବାହାର କରିବା ପାଇଁ ଆମେ ତୁରନ୍ତ ଏକ ଏଣ୍ଡୋସ୍କୋପି କରିଥିଲୁ।
ହୁଏତ ରୋଗୀ ଖାଦ୍ୟ ଖାଇବା ସମୟରେ ଅସରପାକୁ ଗିଳି ଦେଇଥିବେ କିମ୍ବା ଏହା ମଧ୍ୟ ସମ୍ଭବ ଯେ ଶୋଇବା ସମୟରେ ଅସରପା ତାଙ୍କ ପାଟିରେ ପଶି ଯାଇଥାଇପାରେ ବୋଲି ଡାକ୍ତରଙ୍କ ଅନୁମାନ।