ସବୁଦିନ ପାଇଁ ଅଲଗା ହୋଇଯିବେ ଅଭିଷେକ ବଚନ ଓ ଐଶ୍ଵର୍ୟା ରାୟ ବଚନ । ଏବେ ଏହାକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା । ଶୁଣିବାକୁ ମିଳୁଛି କୁଆଡେ ଆଉ ଏକାଠି ରହୁ ନାହାନ୍ତି ଦୁହେଁ । ତେବେ ଏ ନେଇ ଦୁହିଁଙ୍କ ତରଫରୁ କିଛି ବି ପ୍ରତିକ୍ରିୟା ମିଳି ନାହିଁ ।
ଏବେ ସୋସିଆଲ ମିଡିଆରେ ଟ୍ରେନ୍ଡିଂ ଆଲୋଚନା ପାଲଟିଛି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ଡିଭୋର୍ସ କଥା । କୁହାଯାଉଛି, ଦୁହେଁ କୁଆଡେ ଖୁବ୍ ଶୀଘ୍ର ହେବାକୁ ଯାଉଛନ୍ତି ଅଲଗା । ନିକଟରେ ଅଭିଷେକ ଏକ ଇଭେଣ୍ଟକୁ ଯାଇଥିବା ବେଳେ ନଜର ଆସିଥିଲା ଏପରି କିଛି ଯାହାକୁ ନେଇ ସନ୍ଦେହ ବଢିଥିଲା ଲୋକଙ୍କର ।
ଅଭିଷେକ ବିବାହ ପର ଠାରୁ ସବୁ ଦିନେ ପିନ୍ଧିଥିବା ବିବାହ ମୁଦିକୁ କାଢି ଦେଇଥିଲେ । ଯାହା ପରେ ଲୋକ ମାନଙ୍କ ସନ୍ଦେହ ଅଧିକ ବଢ଼ି ଯାଇଥିଲା । ହେଲେ କୁହାଯାଉଛି ଅମିତାଭ ବଚ୍ଚନ ଏ ନେଇ ଆଦୌ ଖୁସି ନାହାନ୍ତି ।
ଆହୁରି ପଢନ୍ତୁ :- ବୁଲିବା ପାଇଁ ଓଡ଼ିଶାର ୫ ଉତ୍କୃଷ୍ଟ ସ୍ଥାନ, ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଥିଲେ ଯାଆନ୍ତୁ ଏହି ୫ଟି ସ୍ଥାନକୁ
କୁହାଯାଉଛି ଦୁହିଁଙ୍କ ଅଲଗା ହେବା ପଛରେ ରହିଛନ୍ତି ସଲମାନ୍ ଖାନ୍ । ଐଶ୍ୱର୍ଯ୍ୟା କୁଆଡେ ପୁଣି ଫେରିଛନ୍ତି ସଲମାନ୍ ଖାନ୍ ଙ୍କ ପାଖକୁ । ଦୁହିଁଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ଥିବା ବେଳେ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା । ହେଲେ ଏବେ କୁଆଡେ ସ୍ଥିତି ବଦଳିଛି ।