ଟିଭି ସିରିଏଲ ରେ ଆପଣମାନେ ତାଙ୍କୁ ସବୁବେଳେ ଦେଖନ୍ତି । ସେ ଆମ ସହିତ ବହୁତ୍ ବର୍ଷ ହେବ ଜଡ଼ିତ ଅଛନ୍ତି । ଆଉ ସମସ୍ତେ ତାଙ୍କୁ ତରୁଣ ନାଁ ରେ ମଧ୍ୟ ଜାଣନ୍ତି । ତେବେ ସେ ହେଉଛନ୍ତି ଆପଣ ମାନଙ୍କ ସମସ୍ତଙ୍କର ଅତି ପ୍ରିୟ ତରୁଣ ଓରଫ୍ ଦେବ ମହାନ୍ତି । ଯିଏକି “ତୁ ମୋ ଆଖିର ତାରା” ଧାରାବାହିକରେ ଦେଖା ଯାଆନ୍ତି । ତାଙ୍କର ଏବେ ଛୋଟ ଛୁଆ ମଧ୍ୟ ହୋଇଗଲାଣି ଆଉ ସେ ବାପା ମଧ୍ୟ ହୋଇଗଲେଣି । ତେବେ ନିକଟରେ ତାଙ୍କ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ ଅସୀମା ଏବଂ ତାଙ୍କର ସମ୍ପର୍କ କିପରି ସେ ବିଷୟରେ ।
ପ୍ରଥମେ ତାଙ୍କୁ ସିରିଏଲରେ ଏତେ ଦିନ ଧରି ଜଡ଼ିତ ଥିବାରୁ ସେଥିରେ ତାଙ୍କର ଅନୁଭୂତି ବିଷୟରେ ପଚରା ଯାଇଥିଲା । ଯାହା ବିଷୟରେ ଉତ୍ତର ଦେଇ ଦେବ ମହାନ୍ତି କହିଥିଲେ ତାଙ୍କୁ ସିରିଏଲ ବହୁତ୍ ପରିଚୟ ଦେଇଛି । ସେ ପ୍ରଥମେ “ତାରିଣୀ ଆଖିର ତାରା” କଲେ ତାପରେ “ତୁ ମୋ ଆଖିର ତାରା” ଏବେ କରୁଛନ୍ତି । ଆଉ ଏହି ସିରିଏଲ ଗୁଡ଼ିକ ତାଙ୍କୁ ବହୁତ୍ ମାଇଲେଜ୍ ଦେଇଛି । ସେ ସେଥିପାଇଁ ବହୁତ୍ ଗର୍ବିତ ଅନୁଭବ କରନ୍ତି ।
ଦେବ୍ ନିଜ କୋଆକ୍ଟର ସାପଲିନ ଏବଂ ସୁମନଙ୍କ ସହିତ ପର୍ସନାଲି ଭାବରେ ବହୁତ ଜଡ଼ିତ ତେବେ ସେମାନେ ପଳାଇଲା ପରେ ଦୁଃଖ କେତେ ହୋଇଥିଲା ବୋଲି ଦେବ୍ ଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରେ ଦେବ୍ କହିଥିଲେ ସେଇଟା ତାଙ୍କ ପାଇଁ ସବୁଠାରୁ ଦୁଃଖର ସମୟ ଥିଲା । ଯେହେତୁ ତାଙ୍କ ସହିତ ବହୁତ ଭଲ ବଣ୍ଡିଂ ଥିଲା ଆଉ ତାଙ୍କୁ ଲାଗେନି ସେମାନେ ଦୁଇ ଭାଇ ଅଲଗା ମା ପେଟର ବୋଲି । କାମ କଲା ବେଳେ ନିଜ ରକ୍ତର ଭାଇ ଭଳିଆ ଫିଲ୍ ହୁଏ ।
ଦେଖନ୍ତୁ ଭିଡିଓ :-
ଆହୁରି ମଧ୍ୟ ଦେବ୍ କହିଥିଲେ ତାପରେ ତାଙ୍କୁ ଯେତେ ଭଲ ଅଫର୍ ଆସିଲେ ମଧ୍ୟ ସେ କେବେ ହେଲେ ଭାବି ନାହାଁନ୍ତି “ତାରିଣୀ ଆଖିର ତାରା” କିମ୍ଵା “ତୁ ମୋ ଆଖିର ତାରା” ଛାଡ଼ିବା ପାଇଁ । ଯେଉଁଟା ତାଙ୍କୁ ପରିଚୟ ଦେଇଛି ସେଇଟା ସେ କେବେ ବି ନେଗଲେଟ୍ କରିକି ଆଗକୁ ବଢ଼ି ପାରିବେନି । ତେବେ ଦେବ୍ କହିଥିଲେ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ଜୀ ସାର୍ଥକର ସରଗମ୍ ସିରିଏଲରୁ । ସେ ଏସବୁ ଲାଇନ୍ ରୁ ବହୁତ୍ ଦୂରରେ ଥିଲେ । ତାପରେ ମଡେଲିଂ ଆରମ୍ଭ କରିଥିଲେ ଆଉ ସେଇଠୁ ତାଙ୍କ ଯାତ୍ରା ଆରମ୍ଭ ହେଲା ।