ଆନିମଲ୍ ଫିଲ୍ମ କୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମାନସୀ, କହିଲେ- ରେପ୍ ସିନ୍ ରେ ମୋ ସହ କରାଯାଇଥିଲା ଏମିତି

“ଆନିମଲ୍” ର ରେପ୍ ସିନ୍ କୁ ନେଇ ଏପରି କିଛି କହିଲେ ମାନସୀ । ବର୍ତ୍ତମାନ ସିନେ ଜଗତରେ ଏକ ଦମ୍ ଦାର୍ ଫିଲ୍ମ ଭାବେ ଦେଖିବାକୁ ମିଳିଛି ଆନିମଲ୍ । ଯେଉଁଥିରେ ନାୟକ ଭାବେ ରଣବିର୍ କପୁର୍ ଓ ଖଳ ନାୟକ ଭାବେ ବବି ଦେୱାଲଙ୍କୁ ଦେଖିବାକୁ ମିଳିଛି । ରାତା ରାତି ସୁପର୍ ହିଟ୍ ହୋଇଥିବା ଫିଲ୍ମରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ରହିଛି ।

ଆନିମଲ୍ ଫିଲ୍ମ ରେ ଲୋକ ହିରୋ ସହିତ ଭିଲିୟାନ ରୋଲ୍ କୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ବବି ଦେୱାଲଙ୍କର ମଧ୍ୟ ସେଥିରେ ଅନେକ ଗୁଡ଼ିଏ ଦମ୍ ଦାର୍ ସିନ ରହିଛି । ଏହି ସିନ୍ ଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଏହି ଫିଲ୍ମ ।

ଏହି ଫିଲ୍ମରେ ବବି ଦେଓଲ ଅବରାର୍ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ । ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି । ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍‌କୁ ନେଇ ଖୁଲାସା କରିଛନ୍ତି । ମାନସୀ ତାଙ୍କ ବିବାହ ଦିନର ସିନ୍ ବିଷୟରେ କହିଛନ୍ତି ।

ଆହୁରି ପଢନ୍ତୁ :- ଏହି କାରଣରୁ ପୁରୁଷଙ୍କ ଠାରେ କମ ଦେଖା ଯାଇଥାଏ ଯୌନ ଇଚ୍ଛା, ଜାଣନ୍ତୁ ପୁରା ଖବର

ମାନସୀ କହିଛନ୍ତି “ମୋ ବିବାହରେ ଏପରି ଘଟଣା ଘଟିବ ମୁଁ କେବେ ବି ଚାହୁଁ ନାହିଁ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା । ବିବାହ ଏପରି ଶେଷ ହେବ ବୋଲି କେହି ଆଶା କରି ନ ଥିଲେ । ଏହି ସିନ୍ ରେ ବବି ତଥା ଅବରାର୍ ଙ୍କୁ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ମିଳୁଛି । ଯାହା ପରେ ସେ କଣ କରିବେ କିଛି ଭାବି ପାରୁ ନାହାଁନ୍ତି ।”

ବବି ଦେଓଲ ପାଗଳ ହୋଇ ବିବାହ ଷ୍ଟେଜ୍‌ରେ ହିଁ ନିଜ ପତ୍ନୀଙ୍କୁ ବଳାତ୍କାର କରିବା ଆରମ୍ଭ କରିଦିଅନ୍ତି । ମାନସୀ ଏହି ରେପ୍ ସିନ୍‌କୁ ନେଇ କୁହନ୍ତି, ‘ଅବରାରଙ୍କୁ ଆଶା ନଥିଲା ଯେ ନିଜ ବିବାହରେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ଆସିବ । ଏହି ଖରାପ ଖବର ଚରିତ୍ରକୁ ଏପରି ଏକ ସ୍ଥିତିକୁ ନେଇଯାଉଛି ଯେଉଁଠାରେ ସେ କିଛି ବି ଭାବିପାରୁ ନାହାନ୍ତି । ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ନିଜର ଭାବନା ପ୍ରକାଶ କରିବାକୁ ଆସନ୍ତି, ସେ ସେହି ସ୍ଥିତିକୁ ଚାଲିଯାଆନ୍ତି । ମତେ ଲାଗୁ ନାହିଁ ଯେ ଏହାର ଉଦ୍ଦେଶ୍ୟ କୌଣସି ପ୍ରକାର ଆକ୍ରମଣାତ୍ମକ ଥିଲା । ମୁଁ ଏଭଳି ସେଟ୍ କିମ୍ବା ସ୍କ୍ରିପ୍ଟରେ ଅନୁଭବ କରି ନାହିଁ ।”