ଯେମିତିକି ଆପଣ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ଧନ ଓ ସମୃଦ୍ଧିର କାରକ ବୋଲି କୁହାଯାଉଥିବା ବେଳେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ ବିବେଚନା କରାଯାଏ । ଜାତକରେ ଶନି ଓ ଶୁକ୍ରଙ୍କ ସ୍ଥିତି ମଜବୁତ୍ ରହିଲେ ମଣିଷ ଜୀବନରେ ସୁଖ ସମୃଦ୍ଧିରେ ଭରିଯାଏ ।
ତେବେ, ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଶୁକ୍ର ଚଳନ କରିବେ । ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି ଯାହା ଦିର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିଛି । ତେବେ, ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ୩ ରାଶି ବିଷୟରେ…
ମକର ରାଶି :- ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ ଦିର୍ଘ ୩୦ ପରେ ପଡୁଥିବାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଚମକିବ । ଆୟ ବଢିବା ସହ ଆର୍ଥିକ ଦାରିଦ୍ରତା ଆପଣଙ୍କ ପାଖ ମାଡିବ ନାହିଁ । କ୍ୟାରିୟରରେ ସଫଳତା ପାଇବେ । ଚାକିରି ବଦଳାଇବା ପାଇଁ ଏହା ଏକ ଭଲ ସମୟ । ଆପଣ ନିଜ ପସନ୍ଦର ଚାକିରି ପାଇପାରିବେ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ । ବୈବାହିକ ଜୀବନ ସୁଖମୟ ହେବ ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି ହେବ । ନିଜ ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ବେଶ୍ ଅନୁକୂଳ ରହିଛି । କିନ୍ତୁ ସ୍ବାସ୍ଥ୍ୟକୁ ନେଇ ଆପଣ ଯତ୍ନବାନ୍ ରୁହନ୍ତୁ । ନଚେତ୍ ସ୍ବାସ୍ଥ୍ୟ ବିଗିଡିପାରେ ।
ଆହୁରି ପଢନ୍ତୁ :- ୧୮ ବର୍ଷ ପରେ ବଡ ସଂଯୋଗ, ଏହି ୩ ରାଶି ପାଇଁ ଆସୁଛି ଭଲ ସମୟ, ଦୂର ହେବ ଟଙ୍କାର ଅଭାବ!
ମେଷ ରାଶି :- ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ରାଶିର ଲୋକେ ରାଜସୁଖ ଭୋଗ କରିବେ । ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପାଇବେ । ଚାକିରିରେ ପଦୋନ୍ନତି ପାଇବା ସାଙ୍ଗକୁ ନୂତନ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ । ଆୟ ବଢିବ । ରୋଜଗାର ପାଇଁ ନୂଆ ବାଟ ଖୋଲିବ । ଶନି ଏବଂ ଶୁକ୍ରର ମିଳନ ହେତୁ ଆର୍ଥିକ ସ୍ଥିତି ମଜବୁତ୍ ହେବ । ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି ।
ବୃଷ ରାଶି :- ସେହିପରି ଏହି ରାଶିର ବ୍ୟକ୍ତି ମଧ୍ୟ ୨୦୨୪ ରେ ଶନି ଓ ଶୁକ୍ରଙ୍କ କୃପାରୁ ଶୁଭଫଳ ପାଇବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର କର୍ମ ଘରେ ଶୁକ୍ର-ଶନି ଦୁର୍ଲଭ ସଂଯୋଗ ସୃଷ୍ଟି ହେବ । ଏପରି ପରିସ୍ଥିତିରେ, ଆପଣ ନୂଆ ବର୍ଷରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ସେଥିରେ ସଫଳତା ପାଇବେ । ଧାର ଦେଇଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଆର୍ଥିକ ସ୍ଥିତି ମଜବୁତ୍ ହେବ । ବ୍ୟବସାୟରେ ଲାଭ ହେବ । ପରିବାର ଲୋକଙ୍କ ସମର୍ଥନ ପାଇବେ । ନୂଆ ଗାଡି଼ – ଜମି କିଣିବାର ସ୍ୱପ୍ନ ପୂରଣ ହେବ । ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।