ଏକ ବଡ଼ ବିବାଦର ଘଟିଛି ଅନ୍ତ । ଦୀର୍ଘ ଦିନ ଧରି ଚାଲିଥିଲା ଏହି ବିବାଦରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ନ୍ୟାୟାଳୟ । ବର୍ଷା ଓ ଅନୁଭବ ମହାନ୍ତିଙ୍କ ବିବାଦର ଅନ୍ତ ଘଟାଇଛି ନ୍ୟାୟାଳୟ । ଦୁହିଁଙ୍କ ଛାଡ଼ପତ୍ରକୁ ଅନୁମତି ଦେଇଛନ୍ତି ନ୍ୟାୟାଳୟ । ଯେଉଁଥିରେ ଅଭିନେତା ଅନୁଭବ ମହାନ୍ତି ବେଶ୍ ଖୁସି ଅଛନ୍ତି ବୋଲି ଜଣା ପଡିଛି ।
ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ପ୍ରାୟ ୩ ବର୍ଷ ହେଲାଣି ଲାଗି ରହିଥିଲା ବର୍ଷା ଅନୁଭବ ବିବାଦ । ଆଗରୁ ଅନେକ ଦିନ ଧରି ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ନ୍ୟାୟାଳୟ ତରଫରୁ ଅନୁମତି ମିଳୁପାରୁ ନ ଥିଲା । ଯେଉଁଥି ପାଇଁ ନିରାଶ ଥିଲେ ଅନୁଭବ ମହାନ୍ତି ।
ବର୍ଷାଙ୍କ ସହିତ ସମ୍ପୂର୍ଣ ବିଚ୍ଛେଦ ପରେ ନିଜ ଦ୍ଵିତୀୟ ବିବାହର ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବାପାଙ୍କ ଦେହ ବର୍ତ୍ତମାନ ଭଲ ନାହିଁ । ଯେଉଁଥି ପାଇଁ ସେ ଏହି ମୁହୂର୍ତ୍ତକୁ ଭଲ ଭାବେ ହୃଦୟଙ୍ଗମ କରି ପାରୁ ନାହାଁନ୍ତି । ତାଙ୍କ ବାପାଙ୍କ ଦେହ ଖରାପ ନେଇ ମାଆଙ୍କ ମନ ଭଲ ନାହିଁ ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଅନୁଭବଙ୍କୁ ମିଳିଲା ବଡ଼ ବିଜୟ ଖୁସି, ହେଲେ କାନ୍ଦୁଛନ୍ତି ବର୍ଷା, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲା ଅନୁମତି
ସେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ ସେ ପୁଣି ଥରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ତାଙ୍କ ବାପାଙ୍କ ଦେହ ଭଲ ହୋଇଗଲେ ସେ ଦ୍ଵିତୀୟ ବିବାହ ପ୍ରକ୍ରିୟା ଆରମ୍ଭ କରିବେ । ସେ କହିଛନ୍ତି ଶେଷରେ ନ୍ୟାୟର ଜୟ ହେଲା । ମୁଁ ପ୍ରଥମରୁ ସତ କହୁଥିଲି । ଯାହା ଏବେ ସମସ୍ତଙ୍କ ସାମ୍ନାରେ ।
ତେବେ ଅନୁଭବଙ୍କ ପାରିବାରିକ ବିବାଦ ଆରମ୍ଭ ପରେ ବର୍ଷା ଅନୁଭବଙ୍କ ଛଡ଼ା ଆଉ ଜଣଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ସେ ହେଉଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା । ବର୍ଷା ଅନୁଭବଙ୍କ ମଧ୍ୟରେ ସେ ଅନେକ ଥର ଅନୁଭବଙ୍କ ସାଥ୍ ଦେଇ ବର୍ଷାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଜାଗୃତି ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ଉଭୟେ କେତେବେଳେ ରେଷ୍ଟୁରାଣ୍ଟରେ ନଜର ଆସୁଛନ୍ତି ତ କେତେବେଳେ କୌଣସି ପ୍ରୋଗ୍ରାମରେ ହେଉ କି ଫ୍ୟାମିଲି ପାର୍ଟିରେ ବି ଏହି ଦୁହିଁଙ୍କୁ ଦେଖିବାକୁ ମିଳୁଛି ।
ତେବେ ଅନେକ ଥର ଜାଗୃତି ଅନୁଭବଙ୍କ ସହ ନଜର ଆସିଛନ୍ତି ଏମିତି କି ଅନୁଭବଙ୍କ ଭାଇ ଭାଉଜଙ୍କ ସହ ମଧ୍ୟ ଜାଗୃତି ବୁଲାବୁଲିର ଫଟୋ ଦେଖିବାକୁ ମିଳିଛି । ଅନୁଭବଙ୍କ ପ୍ରଶଂସକ ମାନେ ଜାଗୃତିଙ୍କ ପୋଷ୍ଟରେ ଭାଉଜ ଲେଖି ଅନୁଭବଙ୍କୁ କେବେ ବାହା ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ଏବଂ ଲୋକଙ୍କ କହିବାନୁଯାୟୀ ବର୍ଷା ଙ୍କୁ ଛାଡିବା ପରେ ଅନୁଭବ ଜାଗୃତିଙ୍କୁ ହିଁ ବିବାହ କରିବେ । ବର୍ତମାନ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ନେବାକୁ ହାଇକୋର୍ଟ ଅନୁମତି ଦେବା ପରେ ଏହି କଥା ସତ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦେଖିବାକୁ ବାକି ରହିଲା ଅନୁଭବ ଦ୍ୱିତୀୟ ବିବାହ କାହା ସହ କରୁଛନ୍ତି ।