ଭାରତରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ଏହା ୧୮ ବର୍ଷ ଥିଲା । ବର୍ତ୍ତମାନ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ କରିବା ପାଇଁ ଏକ ବିଲ୍ ପାରିତ ହୋଇଛି । ବିବାହ ପାଇଁ ସଠିକ୍ ବୟସ କ’ଣ ବୋଲି ପ୍ରଶ୍ନ ଉପରେ ଅନେକ ଆଲୋଚନା ହୋଇଛି, କିନ୍ତୁ ମହିଳା ଓ ପୁରୁଷ ବାପା-ମା’ ହେବା ପାଇଁ ସଠିକ୍ ବୟସ କ’ଣ ତାହା ଉପରେ ଅପେକ୍ଷାକୃତ କମ୍ ଆଲୋଚନା ହୋଇଛି । ସାଧାରଣତଃ ଦମ୍ପତିମାନେ ବିବାହର ଏକରୁ ଦୁଇ ବର୍ଷ ମଧ୍ୟରେ ପରିବାର ଯୋଜନା କରନ୍ତି ।
କିନ୍ତୁ ଏହା ଜଣେ କାର୍ଯ୍ୟରତ ମହିଳାଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରେ। ଏହି ନିଷ୍ପତ୍ତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ଭୂମିକା ରହିଛି। ଝିଅମାନେ ମା ହେବା ପାଇଁ ଏକ ବୟସ ରହିଛି । କାରଣ ଡିମ୍ବାଣୁ ଉତ୍ପାଦନର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଅଛି । କିନ୍ତୁ ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ଉତ୍ପାଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ତଥାପି, ପୁରୁଷଙ୍କ ବୟସ ବଢି଼ବା ସହିତ ଶୁକ୍ରାଣୁ ଗଣନା ଏବଂ ଗୁଣ କମିଯାଏ । ସ୍ତ୍ରୀ ବିଶେଷଜ୍ଞଙ୍କୁ ଅଧିକ ପଚରା ଯାଏ ଏହି ପ୍ରଶ୍ନ ।
ଡାକ୍ତରଙ୍କ ଅନୁଯାୟୀ, ୧୮ ରୁ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ଫର୍ଟିଲିଟି ପିଲା ଜନ୍ମ କରିବାକୁ ଉପଯୁକ୍ତ । ୩୦ ବର୍ଷ ବୟସ ପରେ ଫର୍ଟିଲିଟି ହ୍ରାସ ପାଇବା ଆରମ୍ଭ କରେ । ପୁରୁଷଙ୍କ ଏହି କ୍ଷମତା ୨୫ ରୁ ୩୫ ବର୍ଷ ମଧ୍ୟରେ ସର୍ବୋତ୍ତମ ୩୫ ପରେ ପିତା ହେବା କଷ୍ଟକର । ମାନୋପାଜ୍ ହାରାହାରି ବୟସ ୫୧ ବର୍ଷ । ଏହା ମଧ୍ୟ ସତ୍ୟ ଯେ ୫୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ ମଧ୍ୟ ସନ୍ତାନ ପ୍ରସବ କରିବାରେ ସକ୍ଷମ ଅଟନ୍ତି । କାରଣ, ଶରୀରରେ ଶୁକ୍ରାଣୁ ଗଠନ ପ୍ରକ୍ରିୟା କଦାପି ବନ୍ଦ ହୁଏ ନାହିଁ ।
ଏଥି ସହିତ, ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବୟସ ସହିତ ଶୁକ୍ରାଣୁରେ ଜେନେଟିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଫଳସ୍ୱରୂପ, ଶୁକ୍ରାଣୁ ନଷ୍ଟ ହେବାର ଆଶଙ୍କା ବଢ଼ିଯାଏ। ସନ୍ତାନ ଜନ୍ମ ନିରାପଦ ବୟସ ୨୩ ରୁ ୩୨ । ବିଶେଷଜ୍ଞଙ୍କ ଅନୁଯାୟୀ, ପୁରୁଷମାନଙ୍କର ଅଧିକ ବୟସ ହେତୁ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ବିଶେଷକରି ସ୍ନାୟୁ ପ୍ରଣାଳୀର ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । ୩୦ ପରେ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ହ୍ରାସ ପାଏ ।