ଆମେରିକାର ବିମାନ ଜରୁରୀକାଳୀନ ଭାବରେ ଅବତରଣ କରିଛି। ଏହାର କାରଣ ହେଉଛି ଜଣେ ମହିଳାଙ୍କ ମୁଣ୍ଡରେ ଥିବା ଉକୁଣୀ। ଆଜ୍ଞା ହଁ କୌତୁହଳ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ଭାବରେ ସତ।
ଆମେରିକାର ଏକ ବିମାନ ଉଡାଣ କରୁଥିବା ସମୟରେ ଜଣେ ମହିଳାଙ୍କ କେଶରେ ଉକୁଣୀ ଦୃଷ୍ଟିଗୋଚର ହୋଇଥିଲା । ଫଳରେ ହଠାତ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ସହଯାତ୍ରୀମାନେ ଭୟରେ ହୋ-ହାଲ୍ଲା କରିବାରେ ମଧ୍ୟ ଲାଗିଥିଲେ। ଏହି ବିମାନଟି ଲସ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିଲା । ମହିଳାଙ୍କ କେଶର ଉକୁଣୀ କାରଣରୁ ବିମାନକୁ ଫିନିକ୍ସରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଲୋକେ ଭୟଭୀତ ହୋଇ ପଡିଥିଲେ ଓ ଅବତରଣର କାରଣ ଅନେକ ସମୟ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ ।
ବିମାନରେ ବହୁ ସମୟ ପର୍ଯ୍ୟନ୍ତ ହୋ ହାଲ୍ଲା ମଧ୍ୟ ଲାଗି ରହିଥିଲା । ଅବତରଣ ସମୟ ଅପେକ୍ଷା ଅବତରଣ ପରେ ଏହି ଘଟଣା ଆହୁରି ଭିନ୍ନ ମୋଡ ନେଇଥିଲା । ୧୨ ଘଣ୍ଟା ବିଲମ୍ବିତ ହୋଇଥିଲା ବିମାନ ମହିଳାଙ୍କ କେଶର ସାମାନ୍ୟ ଉକୁଣୀ ପାଇଁ । ଫଳରେ ଯାତ୍ରୀଙ୍କୁ ହୋଟେଲର ଭାଉଚର ମଧ୍ୟ ପ୍ରଦାନ କରାଯାଇଥିଲା ।
ବିମାନରେ ଟିକଟକ କ୍ରିଏଟର୍ସ ଏଥନ ଜୁଡେଲସନ ମଧ୍ୟ ଯାତ୍ରା କରୁଥିଲେ । ଏହି ଘଟଣାର ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବିମାନ ଅବତରଣ ପରେ ମହିଳା ଜଣକ ଦୌଡିକି ପଳାଇଥିଲେ । କେହି କିଛି ବୁଝିପାରି ନଥିଲେ । ମହିଳା ଜଣକ ମଧ୍ୟ ବେଶ୍ ବ୍ୟତିବ୍ରସ୍ତ ହୋଇ ପଡିଥିଲେ ।
ଆମେରିକାରେ ଘଟିଥିବା ଏହି ଘଟଣା ସାରା ବିଶ୍ୱରେରେ ଏବେ କୌତୁହଳ ସୃଷ୍ଟି କରିଛି।