ଏକ ବଡ ଅଭିଯୋଗ ଆସିଛି ଅଙ୍ଗନବାଡି ଦିଦି ଙ୍କ ନାମ ରେ । ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ ତାହା ଏବେ ପରିଣତ ହୋଇଯାଇଛି ଭୂତ କୋଠୀ ରେ । ପିଲାମାନେ ସେଠାକୁ ଆଉ ପାଠ ପଢ଼ିବା ପାଇଁ ଯାଉନାହାଁନ୍ତି । ଦିଦି ନିଜ ଘରେ ଅଙ୍ଗନବାଡ଼ି ର ବୋର୍ଡ ଲଗେଇ ପାଠ ପଢ଼ାଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ କୋଚିପଦର ପଞ୍ଚାୟତ ତରିଗାତି ଗାଁ ରେ । ଏଠାରେ ଅଙ୍ଗନବାଡ଼ି ଦିଦି ଙ୍କ ବିଷୟ ରେ ସବୁ ସତ କଥା କହି ଦେଇଛନ୍ତି ତାଙ୍କ ଅଙ୍ଗନୱାଡି ହେଲ୍ପର ।
ସୂଚନା ଅନୁସାରେ ସେହି ଗାଁ ର ମଞ୍ଜୁଳା ନାମକ ଜଣେ ମହିଳା ଗତ କିଛି ବର୍ଷ ହେବ ଅଙ୍ଗନବାଡ଼ି ରେ ଚାକିରି କରିଥିଲେ । ସେ ଗାଁ ରେ ଏକ ପୁରୁଣା ଘରେ ପାଠ ପଢ଼ାଉଥିଲେ । ହେଲେ ଗତ କିଛି ଦିନ ହେବ ସେ ତାଙ୍କ ଘରେ ପାଠ ପଢ଼ାଉଛନ୍ତି । ଛୋଟ ଛୋଟ ପିଲା ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ସରକାର ଅଣ୍ଡା ଓ ଛତୁଆ ଦେଉଛନ୍ତି । ଯାହାକି ଗରିବ ପିଲା ମାନଙ୍କ ପାଖରେ ପହଞ୍ଚି ପାରି ନାହିଁ ।
ପିଲାମାନଙ୍କୁ ସରକାର ପ୍ରତିଦିନ ମଧ୍ୟାହ୍ନ ଭୋଜନ ଦେଇଥାନ୍ତି । ହେଲେ ଏହି ଅଙ୍ଗନବାଡ଼ି ରେ ପିଲା ଙ୍କୁ କିଛି ମିଳୁ ନାହିଁ । ଦିଦି ପିଲା ଙ୍କ ଖାଦ୍ୟ କୁ ନେଇ ଯାଉଛନ୍ତି ବୋଲି ଗାଁ ର ଲୋକ ମାନେ ଅଭିଯୋଗ କରିଛନ୍ତି । ଏ ବିଷୟ ରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରି ଥିଲେ । ସେ କହିଥିଲେ କି ଆମକୁ କିଛି ଜିନିଷ ମିଳୁ ନାହିଁ । ଆମେ କୋଉଠୁ ଆଣିବୁ । ପାଠ ପଢ଼ାଇବା ପାଇଁ ଘର ନାହିଁ, ଆଉ ଯେଉଁ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଥିଲା ତାହା ଭାଙ୍ଗି ଯାଇଚି ।
ଶୁଣନ୍ତୁ ଅଡିଓ :-
ସେଥିପାଇଁ ଆମେ ପିଲା ମାନଙ୍କୁ ଅଳ୍ପ ପରିମାଣ ରେ ଅଣ୍ଡା ଦେଉଛୁ । ହେଲେ ହେଲପର ମହିଳା ଜଣକ କହିଛନ୍ତି କି ମାସ କୁ ଦୁଇ ଥର ସେଠାରେ ରୋଷେଇ ହୁଏ । ଅନ୍ୟ ସବୁ ଜିନିଷ ଦିଦି ନେଇ ଯାଉଛନ୍ତି । ଆମକୁ କିଛି ବି ଦେଉ ନାହାନ୍ତି । ଏଭଳି ଅଭିଯୋଗ ଆସିବା ପରେ ଏବେ ଦିଦି ଧୀରେ ଧୀରେ ନିଜ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଥିରେ ତାଙ୍କର କିଛି ବି ଭୁଲ ନାହିଁ ।