ଆଣ୍ଟିବାୟୋଟିକ୍ ଏହାକୁ ନେଇ ଆମ ମନରେ ଏକ ସକାରାତ୍ମକ ଭାବନା ଥାଏ ଯେ, ଏହାର ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଓ ରୋଗ ଜଲଦି ଭଲ ହୋଇଥାଏ । ଏହା ଅବଶ୍ୟ ଏକ ପ୍ରକାରର ସତ । ହେଲେ ଜାଣନ୍ତି କୌଣସି ଗୋଟିଏ ଜିନିଷର ବାରମ୍ବାର ବ୍ୟବହାର ଦ୍ଵାରା ଏହା ନିଜସ୍ଵ ଗୁଣ ହରାଇ ବିପରୀତ ଦିଗରେ କାମ କରିଥାଏ ।
ବର୍ତ୍ତମାନର ଚଳ ଚଞ୍ଚଳ ଜୀବନ ଶୈଳୀ ମଧ୍ୟରେ ଆମକୁ ନିଜ ଶରୀରର ରୋଗ ସହିତ ଲଢ଼ିବାକୁ ସମୟ ନାହିଁ । ତେଣୁ କରି ତ ସାଧାରଣ ଜ୍ଵର , ଥଣ୍ଡା , କାଶ ଆଦି ରୋଗ ହେବା ମାତ୍ରେ ଆମେ ଏହା ପାଇଁ ଆନ୍ଟିବାୟୋଟିକ୍ ଖାଇଥାଏ । ହେଲେ ଆମେ କେବେ ବି ଏହାର ନକରାତ୍ମକ ପ୍ରଭାବ କଥା ଭାବି ନ ଥାଏ ।
ତେବେ ଆସନ୍ତୁ ଜାଣିବା ବାରମ୍ବାର ଆନ୍ଟିବାୟୋଟିକ୍ ର ବ୍ୟବହାର ସେବନ ଫଳରେ କେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ ।
- ଯକୃତ ଖରାପ୍ ହୋଇପାରେ ।
- ଫ୍ୟାଟି ଲିଭୟ ବଢି ଧୀରେ ଧୀରେ ସିରୋସିସ , ଫାଇବ୍ରୋସିସ ରୁ ବଦଳି ଯାଇଥାଏ ।
- ଶରୀରରୁ ଭଲ ଜୀବାଣୁ ଶେଷ ହୋଇ ଯାଆନ୍ତି ।
- ପେଟ ଦରଜ , ଡାଇରିଆ ଆଦି ହୋଇଥାଏ ।
- ମହିଳାଙ୍କ ଠାରେ ଭଜାଇନ୍ନାଲ ଇନ୍ ଫେକ୍ସନ୍ ଦେଖା ଦେଇଥାଏ ।
- କିଡନୀ ଖରାପ ହୋଇପାରେ ।
- ହଜମରେ ସମସ୍ୟା ଦେଖା ଦେଇପାରେ।
- ହାଡ଼ ଦୁର୍ବଳ ହୋଇଥାଏ ।
- ହୃଦ୍ ଘାତର ସମ୍ଭାବନା ବଢ଼ିଥାଏ ।