କାହା ଶକ୍ତି ଆଗରେ ହାର ମାନିଗଲେ ଅନୁଭବ । କାହିଁକି ମନ ଦୁଃଖ କରି ଛାଡିଲେ ବିଜେଡି । ମିଳିଥିବା ସୁଯୋଗ ପାଇଁ ଧନ୍ୟବାଦ ଦେଲେ । କିନ୍ତୁ କହିଲେ ଆଉ ଦଳରେ ରହି ପାରିବିନି । କାହା କଥା କହି ଦଳ ଛାଡି ଦେଲେ ଅନୁଭବ ମହାନ୍ତି । ଯାହାକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହେଉଥିଲା ଯେ ଦଳ ତାଙ୍କୁ ଅଣଦେଖା କରିଦେଇଛି । ଅଣଦେଖା କରୁଛି ଦଳ । ସେଥିପାଇଁ ସମସ୍ତେ ଆଲୋଚନା କରୁଥିଲେ ଯେ ଅନୁଭବ ଦଳ ଛାଡ଼ିଦେବେ ଆଉ ସତକୁ ସତ ଅନୁଭବ ଏବେ ବିଜେଡି ଦଳକୁ ଛାଡି ଦେଇଛନ୍ତି ।
ତେବେ ଏଠାରେ ଜଣେଇ ଦେବା ପାଇଁ ଚାହିଁବୁ ଯେ ଅନୁଭବ ବିଜେପିରୁ ଲୋକସଭାରେ ଛିଡା ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏବେ ଥମିବାର ନାଁ ଧରୁନାହିଁ । କିନ୍ତୁ ଏପଟେ ଅନୁଭବ କାହିଁକି ଦଳ ଛାଡିଲେ ବୋଲି ଯାହାକି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଅନୁଭବ । ତାହା ଦେଖି ସମସ୍ତେ ଅନୁଭବ କରୁଛନ୍ତି ଯେ ଅନୁଭବ ମନ କଷ୍ଟ କରି ସେଭଳି କିଛି ଚିଠି ଲେଖିଛନ୍ତି । ତାଙ୍କୁ ବହୁତ କଥା ବାଧିଛି ଯାହା ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।
୪ ବର୍ଷ ହେଲାଣି କିଛି ଅଦୃଶ୍ୟ ଶକ୍ତି କାମ କରୁଛି ଯାହା ପାଇଁ ମୁଁ ଦଳରେ ଥାଇ ଯେମିତି ଅଣନିଶ୍ୱାସୀ ହୋଇପଡୁଛି । ହେଲେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋର ପିତା ତୁଲ୍ୟ ମୁଁ ତାଙ୍କୁ ସମ୍ମାନ ଜଣାଉଛି । ଆଉ ଏପଟେ କହିଛନ୍ତି ମାତୃଭୂମି ପାଇଁ ମୋତେ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ଲାଗିଲା ଆଉ ସେଥିପାଇଁ ମୁଁ ଦଳ ଛାଡ଼ିଲି । ଆଉ ଏସବୁ ଲେଖିବା ଭିତରେ ନିଜର କଷ୍ଟ ସମୟର ଦିନକୁ ମଧ୍ୟ ଏଇ ଚିଠିରେ ଲେଖିଛନ୍ତି ଅନୁଭବ ଯାହା ତାଙ୍କ ସହ ଘଟିଛି । ଆଉ ବାପାଙ୍କ ବିୟୋଗର ଦୁଃଖ ମଧ୍ୟ ଲେଖିଛନ୍ତି ଅନୁଭବ । ତେବେ ସବୁଠାରୁ ବଡ଼ କଥା ଅନୁଭବ ଯାହା ଲେଖିଛନ୍ତି ଗୋଟେ ଅଦୃଶ୍ୟ ଶକ୍ତି ପାଇଁ ସେ ଅଣନିଶ୍ୱାସୀ ହୋଇ ପଡୁଥିଲେ । ସେ କେଉଁ ଶକ୍ତି କାହାର ଶକ୍ତି ସେ କିଏ ତାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି ।
ଦେଖନ୍ତୁ ଭିଡିଓ :-
ତେବେ ଚର୍ଚ୍ଚା ହେଉଛି ଅନୁଭବଙ୍କ ଛାଡପତ୍ର ମାମଲା ଯୋଗୁ ଅନୁଭବ ଦଳକୁ ସେତୋଟା ସମୟ ଦେଇପାରିନଥିଲେ । ଆଉ ମାନସିକ ଅଶାନ୍ତିରେ ରହୁଥିଲେ । ଆଉ ଏପଟେ ଦଳ ମଧ୍ୟ ତାଙ୍କୁ ଅଣଦେଖା କରୁଥିଲା । ତେବେ ଅନୁଭବ ଯେଉଁ ଅଦୃଶ୍ୟ ଶକ୍ତି କଥା କହୁଛନ୍ତି ତାହା କ’ଣ ହୋଇପାରେ ଯାହା ପାଇଁ ଅଣନିଶ୍ଵାସୀ ହୋଇ ଅନୁଭବ ମହାନ୍ତି ବିଜେଡି ଦଳ ଛାଡିଦେଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ବା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଶନିବାର ଦିନ ଅନୁଭବ ମହାନ୍ତି ଇସ୍ତଫା ପତ୍ର ପଠେଇଛନ୍ତି । ଅନୁଭବ କେନ୍ଦ୍ରାପଡାରୁ ସାଂସଦ ଥିଲେ ହେଲେ ଏବେ ଏଭଳି ସେ ଇସ୍ତଫା ପତ୍ର ଦେଇ ବିଜେଡି ଛାଡିଦେଲେ ।