ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ ମୋହନା ର ଆସିତଙ୍କୁ ସ୍ଵର୍ଣ୍ଣ…

ଗତ ୧୯ ତାରିଖ ବଲାଙ୍ଗୀର ରେ ଲଳିତ ନାୟକ ମେମୋରିଆଲ ତରଫରୁ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ହୋଇଥିଲା। ସେଥିରେ ଗଜପତି ଜିଲ୍ଲାର ମୋହନା ଗାଁ ର ଅସିତ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଛନ୍ତି।

ମୋହନାର ହିଲଟପ କଲେଜରେ +୨ ପଢିବା ପରେ ହାୟର ଷ୍ଟଡି ପାଇଁ ଭୁବନେଶ୍ବର ଚାଲିଯାଇଥିଲେ ଅସିତ। ସେଠାରେ ସେ ପାଠ ପଢିବା ସହିତ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଅଭ୍ୟାସ ମଧ୍ୟ କରୁଥିଲେ।

ଏହା ପୂର୍ବରୁ ସେ କୋଲକତା ରେ ଆୟୋଜିତ ପ୍ରତିଯୋଗିତାରେ ୨ୟ ସ୍ଥାନ ହାସଲ ମଧ୍ୟ କରିଛନ୍ତି। ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିବାର ତାଙ୍କର ରହିଛି ଲକ୍ଷ।