ସାବଧାନ! ଫେଭିକ୍ୱିକ୍ ବ୍ୟବହାର କରି ଲୁଟେରାମାନେ କରୁଛନ୍ତି ATM ଲୁଟ।

ଦିଲ୍ଲୀ ଓ ଫରିଦାବାଦ ଭଳି ଏନସିଆର ସହରରେ ଦୀର୍ଘ ଦିନ ଧରି ଲୋକଙ୍କୁ ଲୁଟୁଛନ୍ତି ATM ଲୁଟେରା ଗ୍ୟାଙ୍ଗ। ଦିଲ୍ଲରେ ରାତି ପ୍ରାୟ ୯ଟା ବେଳକୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଏଟିଏମ୍ ବୁଥ୍ ରେ ପହଞ୍ଚିଥିଲେ।

ଟଙ୍କା ଉଠାଇବା ପରେ ମେସିନରୁ କାର୍ଡ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍ଡ ଟି ATM ମେସିନ ରେ ଅଟକି ରହିଯାଇଥିଲା। ବହୁତ ଚେଷ୍ଟା ପରେ ମଧ୍ୟ କାର୍ଡ ନ ବାହାରିବାରୁ ବ୍ୟକ୍ତି ଜଣକ ଏଟିଏମ୍ ବୁଥ୍ ରେ ଲେଖା ହୋଇଥିବା କଷ୍ଟମର କେୟାର ନମ୍ବରକୁ ଫୋନ୍ କରି ନିଜର ସମସ୍ୟା ଦର୍ଶାଇ ସାହାଯ୍ୟ ମାଗିଥିଲେ।

କଷ୍ଟମର କେୟାରରେ ବ୍ୟକ୍ତି ଜଣଙ୍କୁ ତାଙ୍କ କାର୍ଡ ମେସିନ୍ ରେ ଛାଡ଼ିବାକୁ କହିଥିଲ, ଏବଂ ଖୁବଶୀଘ୍ର ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଘର ଠିକଣାକୁ ନୂଆ କାର୍ଡ ପଠାଯିବ ବୋଲି କହିଥିଲେ। ବ୍ୟକ୍ତି ଜଣକ କଷ୍ଟମର କେୟାର କଥା ମାନି ସମାନ କାମ କରି ନିଜ ଘରକୁ ଚାଲିଯାଇଥିଲେ।

ହେଲେ, ସେ ଅଳ୍ପ ଦୂର ଯିବା ପରେ ତାଙ୍କ ମୋବାଇଲକୁ ବ୍ୟାଙ୍କରୁ ଟଙ୍କା କଟିବାର ଏକ ମେସେଜ ଆସିଥିଲା। ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ସେହି ଏଟିଏମ୍ କୁ ଦୌଡ଼ି ଆସିଥିଲେ।

ଏଟିଏମ୍ ବୁଥ୍ ରେ ପହଞ୍ଚିବା ମାତ୍ରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା, କାରଣ ମେସିନରେ ଫସି ରହିଥିବା କାର୍ଡ ଆଉ ନଥିଲା। ବାସ୍ତବରେ ବ୍ୟକ୍ତି ଜଳ ଏଟିଏମ୍ ଠକେଇର ଶିକାର ହୋଇଥିଲେ।

ଅକ୍ଟୋବର ୨୨ ତାରିଖରେ ପୁଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କ ଠାରୁ ନଗଦ ୩୫ ହଜାର ଟଙ୍କା, ଗୋଟିଏ ସ୍କ୍ରୁଡ୍ରାଇଭର, ଗୋଟିଏ ପ୍ଲାସ୍, ଗୋଟିଏ ଛୁରି, ଗୋଟିଏ କଳା ମାର୍କର୍ ଏବଂ ଏକ ଫେଭିକ୍ୱିକ୍ ଟ୍ୟୁବ୍ ଜବତ କରିଛି।