ଅଭିନେତା ସୈଫ୍ ଅଲୀ ଖାନଙ୍କୁ ତାଙ୍କ ନିଜ ଘରେ ହୋଇଥିଲା ମରଣାତ୍ମକ ଆକ୍ରମଣ। ଆକ୍ରମଣରେ ଆହତ ହୋଇଥିବା ସୈଫ୍ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନେଇଥିଲା ଜଣେ ଅଟୋ ଚାଳକ।
ଏଥିପାଇଁ ଅଟୋ ଚାଳକ ଭଜନ ସିଂହ ରାଣାଙ୍କୁ ସୋସିଆଲ ମିଡିଆ ଇନଫ୍ଲୁଏନସର ଫୈଜାନ ଆନ୍ସାରୀ ସୋମବାର ଦିନ ରିକ୍ସା ଚାଳକମାନଙ୍କ ଉପସ୍ଥିତିରେ ଭଜନ ସିଂହ ରାଣାଙ୍କୁ ସମ୍ମାନିତ କରିଛନ୍ତି ଏବଂ ତାଙ୍କୁ ୧୧, ୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ଭଜନ ସିଂହ ରାଣାଙ୍କୁ ସମ୍ମାନିତ କରିଥିବା ଫୈଜାନ ଆନ୍ସାରୀ ଅଟୋ ଚାଳକଙ୍କୁ ରିୟଲ ହିରୋ ବୋଲି କହିଛନ୍ତି। ଫୈଜାନ କହିଛନ୍ତି, ସୈଫ୍ ଅଲୀ ଖାନଙ୍କୁ ଆଜି ଯେଉଁ ନୂଆ ଜୀବନ ମିଳିଛି, ତାହା କେବଳ ଭଜନ ସିଂହଙ୍କ ପାଇଁ।
ଭଜନ ସିଂହ ରାଣା କହିଛନ୍ତି, ମୁଁ ମୋ ଜୀବନରେ କେବେ ଭାବି ନଥିଲି ଯେ ଏପରି କିଛି ଘଟିବ। ମୁଁ ବହୁତ ଗର୍ବିତ ଅନୁଭବ କରୁଛି। ସମ୍ମାନିତ ହୋଇ ବହୁତ ଭଲ ଲାଗୁଛି।
ସେ କହିଛନ୍ତି, ମୋତେ ଖୁସି ଲାଗୁଛି ଯେ ମୁଁ କାହାକୁ ସାହାଯ୍ୟ କରିଛି। ସାଧାରଣତଃ ଲୋକେ କାହାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଲେ ଭୟଭୀତ ହୋଇଯାଆନ୍ତି ଏବଂ ମୁଁ ମଧ୍ୟ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲି। ହୁଏତ ପୁଲିସ୍ ମାମଲାରେ ଫସିଯିବି ବୋଲି ଭାବି ମୁଁ ଡରି ଯାଇଥିଲି। ତଥାପି ମୁଁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲି, ଏହା ମୋତେ ବେଶ୍ ଆନନ୍ଦିତ କରୁଛି।