ଆପଣ ବି ଯଦି ଏକୁଟିଆ ରାସ୍ତାରେ କୁଆଡେ ଯାଉଥାନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ଏବେ ରାସ୍ତାରେ ବୁଲୁଛନ୍ତି ଛଦ୍ମ ବେଶୀ ବାବା । କେବଳ ବୁଲୁ ନାହାନ୍ତି ବରଂ କରୁଛନ୍ତି ଜଘର୍ଣ୍ୟ ଅପରାଧ । ଭାରତରେ ସାଧାରଣତଃ ସାଧୁ ବାବା ବେଶରେ ଥିବା ଲୋକ ମାନଙ୍କୁ ସାଧାରଣତଃ ଅନ୍ୟ ଲୋକ ମାନେ ବେଶ୍ ସମ୍ମାନ ଦେଇଥାନ୍ତି । ଏବଂ ସହଜରେ ସେମାନଙ୍କୁ ବିଶ୍ୱାସ ମଧ୍ୟ କରିଥାନ୍ତି ।
ମାତ୍ର ବର୍ତ୍ତମାନ ସମୟରେ କିଛି ଭଣ୍ଡ ଏହାର ଫାଇଦା ଉଠାଉଛନ୍ତି । ଏପରି କିଛି ଅପରାଧ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ସେଠାକାର ଜଣେ ମହିଳାଙ୍କୁ ରାସ୍ତାରେ ଏକୁଟିଆ ଯାଉଥିବାର ଦେଖି ତାଙ୍କ ସହିତ ଏପରି କିଛି କରିଥିଲେ ଜଣେ ଛଦ୍ମବେଶଧାରୀ ବାବା ।
ସୂଚନା ଅନୁସାରେ, ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୁଟୁପାଲି ଗ୍ରାମର ପ୍ରିୟଙ୍କା ସେଠ୍ । ପ୍ରିୟଙ୍କା ସନ୍ଧ୍ୟା ୭ଟା ସମୟରେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ସହ ଘଟିଛି ଏପରି କିଛି । ପ୍ରିୟଙ୍କା ଯାଉଥିବା ରାସ୍ତା ଟି ବିଶେଷ ଜନ ଗହଳି ନ ଥିଲା । ସେ ଏହି ରାସ୍ତାରେ ଏକ ବାବା ବେଶଧାରୀ ଲୋକଙ୍କୁ ଦେଖିଥିଲେ ।
ଆହୁରି ପଢନ୍ତୁ :- ବିବାହିତ ପୁରୁଷଙ୍କ ସହ ରଖୁଛନ୍ତି କି ସମ୍ପର୍କ? ହେବ ଏହି ସବୁ ବଡ଼ କ୍ଷତି
ପ୍ରିୟଙ୍କା କେବେ ଭାବି ନ ଥିଲେ ଏହି ବାବାଙ୍କ ପଛରେ ରହିଛି ଏତେ ଭୟଙ୍କର ରୁପ । ସେ ଯାଉଥିବା ସମୟରେ ହଠାତ୍ ସେ ବାବା ଜଣଙ୍କ ଖଣ୍ଡା ବାହାର କରି ତାଙ୍କୁ ଆକ୍ରମଣ କରିଥିଲେ । ବାବାଙ୍କ ଆକ୍ରମଣରେ ପ୍ରିୟଙ୍କା ଲହୁ ଲୁହାଣ ହୋଇ ଯାଇଥିଲେ । ସେଠାରୁ ପ୍ରିୟଙ୍କାଙ୍କୁ ରାଜଧାନୀ ହସ୍ପିଟାଲ୍ କୁ ସ୍ଥାନାନ୍ତରଣ କରା ଯାଇଥିଲା । ବର୍ତ୍ତମାନ ପୋଲିସ୍ ଏହି ବହୁରୂପୀ ବାବାକୁ ଖୋଜୁଛି ।