ରାଜଧାନୀରେ ହାଇଡ୍ରାମା, ଯୁବକଙ୍କୁ ପ୍ରେମ ନିବେଦନ କରିଥିଲେ ମନା କରିବାରୁ ଡେଇଁ ପଡିଲେ ଯୁବତୀ, ଜାଣନ୍ତୁ ପୁରା ଘଟଣା

ଏକ ତରଫା ପ୍ରେମ କରି ବାଇକ୍ ରୁ ଡେଇଁଲେ ଯୁବତୀ । ଏମିତି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେଶୋରି ଟକିଜ୍ ଛକରେ ।

ସମୟ ପ୍ରାୟ ଅପରାହ୍ନ ୨ଟା । ଯୁବକ ଯୁବତୀ ଦୁହେଁ ବାଇକ୍ ରେ କେଶୋରି ଟକିଜ୍ ରାସ୍ତା ଦେଇ ଯାଉଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଥିଲା ।

ଏହି ଯୁକ୍ତି ତର୍କ କରୁଥିବା ସମୟରେ ହଠାତ୍ ବାଇକ୍ ରୁ ଡେଇଁ ପଡ଼ିଥିଲେ ଯୁବତୀ ଜଣଙ୍କ । ସୂଚନା ଅନୁସାରେ , ଯୁବତୀ ଜଣକଙ୍କ ଘର ହେଉଛି ଶାସ୍ତ୍ରୀ ନଗରରେ । ଦୁହେଁ ଯୁବକ ଓ ଯୁବତୀ ପରସ୍ପରର ଭଲ ବନ୍ଧୁ ଅଟନ୍ତି । ହେଲେ ହଠାତ୍ ସେହି ଦିନ ବାଇକ୍ ରେ ଯାଉଥିବା ସମୟରେ ଯୁବତୀ ଜଣଙ୍କ ଯୁବକଙ୍କୁ ପ୍ରପୋଜ କରିଥିଲେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ବିଜେଡି କରୁଛି ବଡ ପ୍ଲାନିଂ, ନିର୍ବାଚନ ମୈଦାନରେ ପ୍ରଚାର କରିବେ ବାବୁସାନ-ପ୍ରକୃତି

ହେଲେ ଯୁବକ ଜଣଙ୍କ ସିଧା ସିଧା ମନା କରି ଦେଇଥିଲେ । ଯାହା ପରେ ଜୋର୍ ରେ ରାଗି ଯାଇଥିଲେ ଯୁବତୀ ଜଣଙ୍କ । ହଠାତ୍ ଚଳନ୍ତା ଗାଡିରୁ ଡେଇଁ ପଡ଼ିଥିଲେ ଯୁବତୀ ଜଣଙ୍କ । ସ୍ଥାନୀୟ ଲୋକ ମାନେ ଯୁବତୀ ଜଣଙ୍କୁ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ ।