ଫିଲ୍ମ ଇଣ୍ଡଷ୍ଟ୍ରିର କଳା ସତର ପରଦା ଉଠାଇଲେ ଏହି ଖଳନାୟକ, କହିଲେ ଡାଇରେକ୍ଟର କେମିତି କରେ ରେପ୍ ସିନ୍

ବଲିଉଡ୍ ରେ ରେପ୍ ସିନ୍ କୁ ନେଇ ମୁହଁ ଖୋଲିଲେ ଦଲ୍ଲିପ ତାହିଲ୍ । ଯାହା ପୂର୍ବରୁ କେଉଁଠି ବି ଆପଣ ଶୁଣି ନ ଥିବେ ଏପରି ସତ କଥା ସ୍ବୀକାର କରିଛନ୍ତି ନିଜେ ଅଭିନେତା ଦଲ୍ଲିପ ତାହିଲ । ଦଲିପ୍ ବଲିଉଡ୍ ର ଜଣେ ନାମୀ ଦାମୀ କଳାକାର । ଯେ କି ନିଜର ଖଳନାୟକ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 

ଦଲିପ ବଲିଉଡ୍ ରେ ନିଜ କ୍ୟାରିୟର ଅଙ୍କୁର ରୁ ଆରମ୍ଭ କରିଥିଲେ । ହେଲେ ଶାନ ଫିଲ୍ମ ପରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଏହି ଫିଲ୍ମରେ ସେ ଖଳନାୟକ ର ଭୂମିକାରେ ନଜର ଆସିଥିଲେ ।

ଦଲିପ୍ ସିଦ୍ଧାର୍ଥ କନନ୍ ଙ୍କ ସହିତ ଏକ ସାକ୍ଷାତକାରରେ ରେପ୍ ସିନ୍ କୁ ନେଇ ଏପରି କିଛି ବୟାନ ଦେଇଥିଲେ । ସେ କହିଥିଲେ ଥରେ ଗୋଟିଏ ଫିଲ୍ମର ସୁଟିଂ ସମୟରେ ଡାଏରେକ୍ଟର ତାଙ୍କୁ କହିଥିଲେ ତମର ରେପ୍ ସିନ୍ ର ସୁଟିଂ ଅଛି । ସେଠାରେ ତମେ ଝିଅର ଡ୍ରେସ୍ ଖୋଲିଦେଇ ନିଜ ଇଛା ଅନୁସାରେ ଯାହା ଚାହିଁବ ତାହା କରି ପାରିବ।

ହେଲେ ଆମେ ଝିଅଟିକୁ କିଛି କହିବୁ ନାହିଁ ।ଏପରି ଶୁଣିବା ପରେ ସେ ସମ୍ପୂର୍ଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବଂ ଡାଏରେକ୍ଟରଙ୍କୁ ସିଧା ସିଧା ମନା କରି ଦେଇଥିଲେ ମୁ ଏପରି କିଛି କରି ପାରିବିନି ।