ଗ୍ରହ ରାଶି ପରିବର୍ତ୍ତନ କରିବା ସମୟରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ବୁଧଙ୍କ କନ୍ୟା ରାଶିରେ ଚଳନ ଜ୍ୟୋତିଷ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ବୁଧ ଚଳନ ବୁଧଙ୍କ ସକରାତ୍ମକ ଶକ୍ତିର ଶୁଭଫଳ ମିଳିଥାଏ।
ଏହି ଗ୍ରହଙ୍କ ଚଳନ ବ୍ୟକ୍ତିଙ୍କ ଚିନ୍ତା କରିବାର କ୍ଷମତା, ବିଶ୍ଲେଷଣ କରିବାରେ ବୃଦ୍ଧି ହୋଇଥାଏ । ନୂଆ କାମ ଆରମ୍ଭ କରିବା ପାଇଁ ଏହି ସମୟ ଖୁବ୍ ଶୁଭ । ବୁଧଙ୍କ ପ୍ରଭାବରେ ସମ୍ପର୍କରେ ମଧୁରତା ଆସିବା ସହ ବିବାଦ ଦୂର ହୋଇଥାଏ । ବ୍ୟକ୍ତିଙ୍କୁ ଘର, ଧନସମ୍ପତ୍ତିରେ ସକରାତ୍ମକ ପ୍ରଭାବ ମିଳିଥାଏ।
ବୃଷ :
ଏହି ରାଶି ବ୍ୟକ୍ତି ବିଶେଷଙ୍କର ଚାକିରିରେ ପରିବର୍ତ୍ତନ ହୋଇପାରେ । ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଅନେକ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ ହେବ।
ମିଥୁନ :
ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ । ଅନେକ ଖୁସି ମିଳିବ । ପଦନ୍ନୋତି ସହ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ।
ସିଂହ :
ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ । ବିଦେଶ ଯାତ୍ରା କରିବାର ଯୋଗ ମିଳିପାରେ । ଧନ ଲାଭର ମଧ୍ୟ ଯୋଗ ରହିଛି । ଆୟରେ ବୃଦ୍ଧି ସହ ସଫଳତା ମିଳିବ।
କନ୍ୟା :
ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ହେବ । ଚାକିରିରେ ଉନ୍ନତି ହେବ । ବ୍ୟବସାୟରେ ଖୁବ୍ ଲାଭ ହେବ ।
ଧନୁ :
ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବ। କାମରେ ସଫଳତା ପାଇବେ ।