ଦେଖନ୍ତୁ ଭିଡ଼ିଓ : ସୁଭଦ୍ରା ଟଙ୍କା ଉପରେ ସାଇବର ଲୁଟେରାଙ୍କ ନଜର! କରନ୍ତୁ ନାହିଁ ଏପରି ଭୁଲ ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ…

ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମିଳି ସାରିଛି। ଆଗକୁ ଆହୁରି ଅନେକ ମହିଳା ପର୍ଯ୍ୟାୟକ୍ରମେ ଏହି ଟଙ୍କା ପାଇବେ। କିନ୍ତୁ ଏହା ଭିତରେ ମହିଳାଙ୍କ ଏହି ସୁଭଦ୍ରା ଟଙ୍କା ଉପରେ ପଡ଼ିଛି ସାଇବର ଲୁଟେରାଙ୍କ ନଜର ।

ହିତାଧିକାରୀ ଟିକିଏ ଭୁଲ କଲେ ଆଖି ପିଛୁଳାକେ ଆକାଉଣ୍ଟରୁ ଉଡ଼ାଇ ନେଇଯିବେ ଟଙ୍କା । ସୁଭଦ୍ରା ଟଙ୍କା ସହ ଆକାଉଣ୍ଟରେ ଥିବା ଅନ୍ୟ ଟଙ୍କା ମଧ୍ୟ ଚୋରି କରି ନେବେ ଡିଜିଟାଲ ଲୁଟେରା । ତେଣୁ ସୁଭଦ୍ରା ଟଙ୍କା ପାଇଥିବା ସମସ୍ତ ମହିଳା ହିତାଧିକାରୀଙ୍କୁ ସାଇବର ଲୁଟେରାଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

ଯେଉଁ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ବାରମ୍ବାର ଚେକ କରୁଥାନ୍ତୁ । ଯଦି ସନ୍ଦେହ ହେଉଛି ତେବେ ସାଇବର ଥାନା ସହ ଯୋଗାଯୋଗ କରନ୍ତୁ। ଏମିତ ନକଲେ ଟଙ୍କା ପଳେଇଥିବା ଜାଣି ନଥିବେ ।

ଯଦି ଆପଣଙ୍କ ଆକାଉଣ୍ଟ ଆଉ କାହାର ଅନଲାଇନ ପେମେଣ୍ଟ ସହ ଜଡ଼ିତ ରହିଥିବ ତେବେ ଆକାଉଣ୍ଟରୁ ଖାଲି ହୋଇଯିବ ସବୁ ଟଙ୍କା । ଆପଣ ତିଳେ ମାତ୍ର ବି ଜାଣ ପାରିବେ ନାହିଁ ।

ଯଦି ଆପଣ ଅନଲାଇନ ବିଷୟରେ କିଛି ଜାଣି ନାହାଁନ୍ତ । ଫୋନ ବ୍ୟବହାର କରୁ ନାହାଁନ୍ତି ତେବେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ଖୋଲନ୍ତୁ ନାହିଁ । ଯଦି ଖୋଲୁଛନ୍ତି ତାହାଲେ ଘରର ଯଦି କେହି ଅନଲାଇନ ପେମେଣ୍ଟ ବିଷୟରେ ଅବଗତ ସେମାନଙ୍କୁ ଡାକି ପାଖରେ ବାସାଇ କରନ୍ତୁ। ଏମିତି ନକଲେ ଲୁଟେରା ମାନେ ଆପଣଙ୍କ ଠାରୁ ସବୁ ଡାଟା ନେଇଯିବେ ଫିଙ୍ଗର ପ୍ରିଣ୍ଟ ମଧ୍ୟ ନେଇଯିବେ । ଯାହା ପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଚାଲିଥିବ । ଯାହାକୁ ଆପଣ ବିଲକୁଲ ବି ଜାଣିପାରିବେ ନାହିଁ ।

ଯେମିତି ଭିଡ଼ିଓ ରେ ଦେଖାଯାଉଥିବା ମହିଳାଙ୍କ ସହ ଘଟିଛି । ପେମେଣ୍ଟ ବ୍ୟାଙ୍କରୁ ତାଙ୍କର ଏକ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଯାଇଛି । ଏବେ ସାଇବର ଥାନାକୁ ଅଭିଯୋଗ ନେଇ ଆସିଛନ୍ତି ପୁରା ପରିବାର।