ମା’ର ମୃତ୍ୟୁ ପରେ ବାପା ଏବଂ ଝିଅ ମିଶି ଗୋଟିଏ ଘରେ ରହୁଥିଲେ। କିନ୍ତୁ ରସିକିଆ ବାପା ର ଆରମ୍ଭ ହେଲା ପ୍ରେମଲୀଳା। ବାପା ଏବେ ଝିଅ ଆଗରେ ଘରକୁ ଆଣିଲା ପ୍ରେମିକାକୁ। ଏନେଇ ଝିଅ ବାପାଙ୍କ ପାଖରେ ବିରୋଧ କଲା, କିନ୍ତୁ କିଛି ଶୁଣିନଥିଲା ବାପା। ଓଲଟା ପ୍ରେମିକକୁ ବିବାହ କରି ସ୍ତ୍ରୀ କରି ଘରକୁ ଆଣିବ ବୋଲି କହିଲା ବାପା। ଏହାକୁ ସହ୍ୟ କରିପାରିନଥିଲା ଝିଅ ଏବଂ କଲା ଏପରି କିଛି ଘଟଣା ଯାହା ସମସ୍ତଙ୍କୁ କରିଲା ଆଚମ୍ବିତ।
ବର୍ତ୍ତମାନ ଝିଅ ଏବେ ନିଜ ୩ ଜଣ ମାଉସୀ ସହିତ ମିଶି ବାପା ର ପ୍ରେମିକାକୁ ମାରିବାର ରଚିଲା ଷଡ଼ଯନ୍ତ୍ର। ଝିଅ ଏବଂ ତାର ୩ ଜଣ ମାଉସୀ ପ୍ରେମିକାର ଘରେ ପଶି ବେଡ଼ରୁମ ରେ ହାଣିଦେଇଥିଲେ।
କିନ୍ତୁ ପଡ଼ୋଶୀମାନେ ଏମାନଙ୍କ ଦେଖିଦେଇ ପୋଲିସ କୁ ଜଣାଇଥିଲେ। ପୋଲିସ ତଦନ୍ତ କରି ତିନି ମାଉସୀ ଏବଂ ଝିଅ କୁ ଗିରଫ କରିଛି।