ଅନେକ ବଲିଉଡ଼ ଅଭିନେତା ଏବଂ ଅଭିନେତ୍ରୀ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ମନ୍ତବ୍ୟ ଦେଇଥାନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ । ଏବେ ରଣବୀର ସିଂଙ୍କ ପତ୍ନୀ ତଥା ବଲିଉଡ଼ର ଆଗ ଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକନ୍ ଏଭଳି ହିଁ ଏକ ମତ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।
ଦୀପିକା-ରଣବୀର ଯୋଡ଼ି ବଲିଉଡ଼ର ଅନ୍ୟତମ ହଟ୍ ଏବଂ ଫେମସ୍ ଯୋଡ଼ି ଭାବରେ ଅନ୍ୟତମ । ତେବେ, ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଜଣଙ୍କୁ ଡେଟ୍ କରିବା ସହିତ ତାଙ୍କ ଛୁଆର ମାଆ ହେବାକୁ ଇଚ୍ଛୁକ ଥିବା ଦୀପିକା ଖୋଲାଖୋଲି ଭାବରେ କହିଛନ୍ତି । ଏହି କଥାଟି ସେ ‘କଫି ଓ୍ବିଥ୍ କରନ୍-୮’କୁ ଆସି କହିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ଦୀପିକା ଏହା କହିବା ସମୟରେ ତାଙ୍କ ସହିତ ତାଙ୍କ ସ୍ୱାମୀ ରଣବୀର ମଧ୍ୟ ଉପସ୍ଥିତ ରହିଥିଲେ । ଲାଇଭ୍ ଟିଭିରେ ତାଙ୍କର ଏଭଳି ମତ ଶୁଣି ରଣବୀର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସୋ ସମୟରେ କରଣ ଦୀପିକାଙ୍କୁ ପଚାରିଥିଲେ ଯେ, “ରଣବୀରଙ୍କୁ ବିବାହ କରିବା ପୂର୍ବରୁ ଆପଣ ଆଉ କାହାକୁ ଡେଟ୍ କରୁଥିଲେ କି?”
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ପଟିଆରେ ଯୁବତୀ ଏକାଥରେ ୧୦ଟି ବିୟର୍ ପିଇ ମାତାଲ ହୋଇ ରାଜରାସ୍ତାରେ କଲେ ଏସିତି ହରକତ୍
ଯାହାର ଉତ୍ତରରେ ରଣବୀର ସିଂଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । କିନ୍ତୁ ସେ ଆଉ ଜଣେ ଅଭିନେତାଙ୍କୁ ପସନ୍ଦ କରୁଥିଲେ ଏପରିକି ତାଙ୍କ ଛୁଆର ମାଆ ହେବାକୁ ଚାହୁଁଥିବା କହିଥିଲେ ଦୀପିକା । ଏଠାରେ କହି ରଖୁଛୁ ଯେ ସେହି ଅଭିନେତା ଜଣକ ଆଉ କେହି ନୁହେଁ ବରଂ ପ୍ରଖ୍ୟାତ ହଲିଉଡ଼ ଅଭିନେତା ଭିନ୍ ଡିଜେଲ ଅଟନ୍ତି ।
ହଲିଉଡ଼ ଫିଲ୍ମ ‘ଏକ୍ସଏକ୍ସଏକ୍ସ ଜାଭେଣ୍ତର କେଜ୍’ ରେ ଦୀପିକା ଭିନଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କୁ ସେ ଡେଟ୍ କରୁଥିବା କଥା ମଧ୍ୟ କହିଛନ୍ତି ଦୀପିକା । ସେହି ସମୟରେ ଉଭୟ ଉଭୟଙ୍କୁ ପସନ୍ଦ କରୁଥିବା ବେଳେ ତାଙ୍କ ଛୁଆର ମାଆ ହେବାକୁ ଚାହୁଁଥିଲେ ଦୀପିକା ।