ଉତ୍ତର ପ୍ରଦେଶର ଉନ୍ନାଓରେ କ୍ରିପା ଶଙ୍କର କନୌଜିଆ ନାମକ ପୁଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ପଡିଲା ମହଙ୍ଗା। ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍ପି ରୁ ସିଧାସଳଖ କନଷ୍ଟେବଳକୁ ଖସି ଆସିଛନ୍ତି।
ସୂଚନା ଅନୁଯାୟୀ, ପାରିବାରିକ କାରଣ ଦର୍ଶାଇ ପୁଲିସ୍ ଅଧିକାରୀ କ୍ରିପା ଶଙ୍କର କନୌଜିଆ ଉନ୍ନାଓ ଏସ୍ପିଙ୍କ ଠାରୁ ଛୁଟି ନେଇଥିଲେ। ହେଲେ ଦିନ ଯାଇ ରାତି ହୋଇଯାଇଥିଲା ସିନା ଅଧିକାରୀ କ୍ରିପା ଘରେ ପହଞ୍ଚି ନଥିଲେ। ସ୍ତ୍ରୀ ବ୍ୟସ୍ତ ହୋଇ ସମ୍ପର୍କୀୟଙ୍କୁ ଫୋନ କରିଥିଲେ କାଳେ ସ୍ବାମୀ ସେମାନଙ୍କ ଘରକୁ ଚାଲି ଯାଇଥିବେ। କିନ୍ତୁ ସ୍ବାମୀଙ୍କ କୌଣସି ଖୋଜ ମିଳିନଥିଲା, ଶେଷରେ ସେ ଥାନାକୁ ଯାଇଥିଲେ।
ଥାନାକୁ ଯିବାକୁ ଯିବାପରେ ସ୍ତ୍ରୀ କ୍ରିପା ଶଙ୍କର ଛୁଟି ନେବାର କଥା ଉନ୍ନାଓ ଏସପିଙ୍କ ଠାରୁ ଶୁଣି ଆହୁରି ଡରି ଯାଇଥିଲେ, ବୋଧଦୁଏ ତାଙ୍କ ସ୍ବାମୀଙ୍କ କିଛି ହୋଇଯାଇଥିବ।
ଏହାପରେ ଏସପି କ୍ରିପାଙ୍କ ତଦନ୍ତ ଆରମ୍ଭ କରିବା ସହିତ ମୋବାଇଲ ନମ୍ବର ଟ୍ରେସ୍ କରିବାକୁ ଆଦେଶ ଦେଇଥିଲେ। ମୋବାଇଲ ନମ୍ବର ଟ୍ରେସ୍ ଜରିଆରେ କ୍ରିପା କାନପୁରର ଏକ ହୋଟେଲରେ ଥିବା ଜଣାପଡ଼ିଥିଲା।
ଏହାପରେ ପୁଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ଅଧିକାରୀ ଜଣେ ମହିଳା କନଷ୍ଟେବଳଙ୍କ ସହ ନଜର ଆସିଥିବା ପୁଲିସ ଦେଖିବାକୁ ପାଇଥିଲେ। ଏହାପରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲ ରୁମ୍ ଉପରେ ଚଢ଼ାଉ କରି କ୍ରିପା ଶଙ୍କରଙ୍କୁ ଧରିଥିଲେ।
ଏହି ଘଟଣା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରିଥିଲେ। ଏହାପରେ କ୍ରିପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ କନଷ୍ଟେବଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଗୋରଖପୁରର ୨୬ ପିଏସି ବଟାଲିଅନରେ କ୍ରିପା ଶଙ୍କରଙ୍କର ନୂତନ ପୋଷ୍ଟିଂ ହୋଇଛି।