ସଦାବେଳେ ଅର୍ଥାଭାବ ଲାଗିରହୁଛି କି? ତେବେ କରନ୍ତୁ ଏହି ଉପାୟ, ଦୂର ହେବ ସବୁ ସମସ୍ୟା।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଅନେକ ଜିନିଷ ଏପରି ଥାଏ ଯାହାଦ୍ଵାରା ଘରେ ଅଭାବ ଅନାଟନ ଲାଗି ରହିଥାଏ।

ଦୈନନ୍ଦିନ ଜୀବନରେ ଘର ଓଳେଇବା କାମରେ ଝାଡୁ ଲାଗୁଥିବା ସମସ୍ତେ ଜାଣନ୍ତି । କିନ୍ତୁ ଝାଡୁ ଆପଣ ପାଇଁ ଆଣିଥାଏ ସୌଭାଗ୍ୟ, ଏହା ଅନେକଙ୍କୁ ଜଣାନଥାଏ। ଝାଡୁ ମାତାଲକ୍ଷ୍ମୀଙ୍କୁ କରିଥାଏ ସନ୍ତୁଷ୍ଟ ।

ବାସ୍ତୁଶାସ୍ତ୍ରରେ ଝାଡୁକୁ ବହୁ ମହତ୍ୱ ଦିଆଯାଇଥାଏ । ଝାଡୁର ଅନାଦାର ଲକ୍ଷ୍ମୀଙ୍କ ଅନାଦାର ବୋଲି କୁହାଯାଏ । ଏଥିସହ ଝାଡୁ ଆସୁରଙ୍କ ଗୁରୁ ଶୁକ୍ରଙ୍କ ସହ ଜଡିତ ବୋଲି ବିଶ୍ୱାସ କରାଯାଏ । ଝାଡୁ ସହ ଘରକୁ ଅର୍ଥ ଆଗମନ ସହ ମଧ୍ୟ ଯୋଡିଦେଖନ୍ତି ବାସ୍ତୁବିତ୍ । ସେଥିପାଇଁ ଝାଡୁ ରଖିବାର ରହିଛି ବିଶେଷ ପ୍ରଣାଳୀ ।

ଝାଡୁ ଧନ ସମ୍ପତି ସହ ଜଡିତ ଥିବାରୁ ଧନକୁ ଲୁଚେଇ ରଖିବା ପରି ଝାଡୁକୁ ମଧ୍ୟ ଲୁଚାଇ ରଖିବା ଆବଶ୍ୟକ। ଯେଉଁ ଘରେ ଝାଡୁକୁ ଏଣେତେଣେ ସମସ୍ତଙ୍କ ଆଖିରେ ପଡିବା ସ୍ଥାନରେ ରଖାଯାଏ, ସେହିଘର ଉପରେ ମାତାଲକ୍ଷ୍ମୀଙ୍କ କୋପଦୃଷ୍ଟି ପଡିଥାଏ ।

ଝାଡୁ ରଖିବା ବେଳେ କଦାପି ସିଧା କିମ୍ବା ଠିଆହେବା ଅବସ୍ଥାରେ ରଖନ୍ତୁ ନାହିଁ । ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ ।

ଘରର ଦକ୍ଷିଣ- ପଶ୍ଚିମ କୋଣ ହେଉଛି ଲକ୍ଷ୍ମୀଙ୍କ ଦିଗ । ତେଣୁ ଝାଡୁକୁ ଏହି କୋଣରେ ରଖନ୍ତୁ, ଘରକୁ ଧନର ଆଗମନ ହେବ ।