ଘର ସଦାବେଳେ ନକରାତ୍ମକ ଶକ୍ତିରେ ଘେରି ରହିବ, ଯଦି ଠାକୁର ଘରେ କରୁଛନ୍ତି ଏହି 4ଟି ଭୁଲ। ହୋଇଯାଆନ୍ତୁ ସାବଧାନ!

ବାସ୍ତୁଶାସ୍ତ୍ର କୁ ଧ୍ୟାନରେ ରଖି ଘରର ବିଭିନ୍ନ ଅଂଶ ତିଆରି କରାଯାଏ। ଏହି ଗ୍ରନ୍ଥରେ ଗୃହର ଦିଗ, ଘର ଭିତରେ ଏବଂ ଘର ପାଖରେ ରଖା ଯାଇଥିବା ବସ୍ତୁମାନଙ୍କ ବିଷୟରେ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଗୃହ ନିର୍ମାଣ ସମୟରେ ଗୃହର ପୂଜା ସ୍ଥଳର କେଉଁ ଦିଗରେ ନିର୍ମାଣ କରିବେ ଏବଂ ପୂଜା ଘରେ କଣ ସବୁ ରଖିବେ ଏହା ଜାଣିବା ନିତାନ୍ତ ଜରୁରୀ ଅଟେ। ପୂଜା ସ୍ଥଳ ଆମ ଘରର ସବୁଠୁ ପ୍ରମୁଖ ଅଙ୍ଗ ହୋଇଥାଏ, ଏହି ସ୍ଥାନରେ ସକାରାତ୍ମକ ଉର୍ଜାର ନିର୍ମାଣ ହୋଇଥାଏ ଏବଂ ଏହି ଉର୍ଜା ସମ୍ପୂର୍ଣ୍ଣ ଘରେ ସଞ୍ଚାରିତ ହୋଇଥାଏ।

କେତେ ଲୋକ ଏହି ନିୟମ ଗୁଡ଼ିକୁ ଜାଣି ନଥାନ୍ତି ଏବଂ ଅଜାଣତରେ ଏହାର ନିର୍ମାଣ ଭୁଲ ଦିଗରେ କରି ଥାଆନ୍ତି। କିମ୍ବା ଏହି ପୂଜା ଘରେ ଭୁଲ ଜିନିଷ ରଖିଲେ ଏଠାରୁ ବାହାରୁ ଥିବା ନକରାତ୍ମକ ଏନର୍ଜି ଘରକୁ ଅଶୁଦ୍ଧ କରି ଦେଇଥାଏ। ଠାକୁର ଘରେ ଆମେ ଆମ ପରମ୍ପରା ଅନୁସାରେ ଦେବୀ ଦେବତାଙ୍କ ଫୋଟ ରଖି ପୂଜା କରିଥାଉ।

ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ଦେବୀ ଦେବତାଙ୍କ ଫୋଟ ସୀମିତ ହେବା ଦରକାର। ଏବଂ ଦେବା ଦେବୀଙ୍କ ଫୋଟକୁ ସଠିକ ଦିଗ ଆଡ଼କୁ ରଖିବା ଦରକାର, ତେବେ ଯାଇ ସେହି ମୂର୍ତ୍ତି ସିଦ୍ଧ ହୋଇଥାଏ। ଯଦି ଆପଣ ଗୋଟିଏ ପଦ୍ଧତିରେ ସବୁ ଦେବତାଙ୍କ ପୂଜା କରୁଥାଆନ୍ତି ତେବେ ଏହାର ଅଶୁଭ ପରିଣାମ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଆପଣଙ୍କୁ ଯେଉଁ ଦେବା ଦେବୀଙ୍କ ପୂଜା ପଦ୍ଧତି ଜଣା ଅଛି, ସେହି ଦେବା ଦେବୀଙ୍କ ଫୋଟ ରଖିବା ଦରକାର। କିଛି ଦେବତାଙ୍କୁ ଉଗ୍ର ମନା ଯାଇଥାଏ ଏବଂ ତାଙ୍କର ପୂଜା ବିଧି ମଧ୍ୟ ଅତ୍ୟନ୍ତ କଠିନ ହୋଇଥାଏ, ଏଥିପାଇଁ ତାଙ୍କର ମୂର୍ତ୍ତି ଘରେ ନ ରଖିବା ଉଚିତ।

ପୂଜା ଘରେ ଏହି ଭୁଲ କରନ୍ତୁ ନାହିଁ।

ସବୁଠୁ ପ୍ରଥମ ଭୁଲ ଯାହା ଆମ ଦ୍ୱାରା ହୋଇଯାଇଥାଏ ତାହା ହେଲା ମନ୍ଦିରକୁ ଅସ୍ଵଛ ରଖିବା। ପୂଜା ଘରେ ଆପଣ ଯେଉଁଥିରେ ଭଗବାନକୁ ସ୍ଥାପିତ କରିଛନ୍ତି କେବେବି ଅସ୍ଵଛ ରଖିବା ଉଚିତ ନୁହେଁ।

ଦ୍ୱିତୀୟ କଥା ହେଉଛି ଆମ ପୂଜା ଘରର ଦ୍ୱାର କେବେବି ଦକ୍ଷିଣ ଦିଗ ଆଡ଼କୁ ଖୋଲିବା ଠିକ କଥା ନୁହେଁ ଦକ୍ଷିଣ ଦିଗ ମୃତ୍ୟୁର ଦେବତା ଯମ ରାଜାଙ୍କ ଦ୍ୱାର ବୋଲି ମନାଯାଇଥାଏ। ଦେବୀ ଦବତାଙ୍କ ମୁଖ ମଧ୍ୟ ଦକ୍ଷିଣ ଆଡ଼କୁ ନରଖିବା ଉଚିତ। ଏହା ଧ୍ୟାନ ରଖନ୍ତୁ ଦେବୀ ଦେବତାଙ୍କ ମୁଖ ପରସ୍ପର ମୁହାଁ ମୁହିଁ ହୋଇ ରହିବା ଉଚିତ ନୁହେଁ।

ପୂଜା ଘରେ କେବେବି ନୃତ୍ୟୁ କରୁଥିବା ଗଣପତିଙ୍କ ମୂର୍ତ୍ତି ଏବଂ ତାଣ୍ଡବ କରୁଥିବା ଶିବଙ୍କ ମୂର୍ତ୍ତି ବା ଫୋଟ ନରଖିବା ଉଚିତ। ହନୁମାନ କିମ୍ବା ମା ଦୁର୍ଗାଙ୍କର ଉଗ୍ର ରୂପ ଥିବା ଫୋଟ ବା ମୂର୍ତ୍ତି କେବେବି ରଖିବା ଉଚିତ ନୁହେଁ। ଯେକୌଣସି ଭଗବାନଙ୍କର ଶାନ୍ତ କିମ୍ବା ବସିଥିବା ଅବସ୍ଥାରେ ଥିବା ଫୋଟ ରଖିଥିବା ଉଚିତ।

ଚତୁର୍ଥ କଥା ହେଉଛି ପୂଜା ଘରେ କୌଣସି ଜୀବିତ ଏବଂ ମୃତ ବ୍ୟକ୍ତିଙ୍କ ଫୋଟ ଠାକୁରଙ୍କ ସହିତ ରଖିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କରିବା ଅଶୁଭ ହୋଇଥାଏ।