ମହିଳା ଅଫିସରଙ୍କୁ ମାରିଦେଲା ଡ୍ରାଇଭର । ମାରିବା ପରେ ୨ ଶହ କିଲୋମିଟର ଦୂରକୁ ଚାଲି ଗଲା ଡ୍ରାଇଭର । ମହିଳା ଅଫିସରଙ୍କୁ ମାରି ଡ୍ରାଇଭର ପ୍ରତିଶୋଧ ନେଲା । ୫ ବର୍ଷର ଡ୍ରାଇଭର ପୁରା ଅଂଚଳକୁ ଦହଲାଇ ଦେଲା । ଡ୍ରାଇଭର ନିଜ ମ୍ୟାଡାଙ୍କ ପାଖକୁ ଗଲା ଆଉ ନେହୁରା ହେଲା ।ମ୍ୟାଡାମ ଯେତେବେଳେ ସମସ୍ତ ନେହୁରାକୁ ଏଡେଇ ଦେଇଥିଲେ ସେତେବେଳେ ଚରମ ନିଷ୍ପତ୍ତି ନେଇଯାଇଥିଲା ଡ୍ରାଇଭର ।
ଏହି ଘଟଣାକୁ ନେଇ ପୁରା ଭାରତରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ନୃଶଂସ ଡ୍ରାଇଭର ଏମିତି କିଛି କାଣ୍ଡ ଭିଆଇ ଦେଇଛି ଯେ ଯାହା ସମସ୍ତଙ୍କୁ ବିଚଳିତ କରିଦେଇଛି । ସୂଚନା ମୁତାବକ ଏହି ମ୍ୟାଡାମ ଜଣଙ୍କ ହେଉଛନ୍ତି k.s ପ୍ରତିମା । ସେ ଖଣି ଏବଂ ଭୂବିଜ୍ଞାନ ବିଭାଗର ମହିଳା ଅଧିକାରୀ ଅଟନ୍ତି । ଏ ଅଭିଯୁକ୍ତ ହେଉଛନ୍ତି ତାଙ୍କ ଡ୍ରାଇଭର କିରଣ ।
ମହିଳା ଅଧିକାରୀ ପ୍ରତିମା କିରଣକୁ ଅନେକ ସମୟରେ ଗାଳି ଦେଉଥିଲେ । ନିକଟରେ ପ୍ରତିମା ତାଙ୍କୁ ଏକ ଦୁର୍ଘଟଣା ପାଇଁ ଦାୟୀ କରିଥିଲେ ଏବଂ ତାଙ୍କୁ ଚାକିରୀରୁ ହଟେଇ ଦେଇଥିଲେ । ଦୀର୍ଘ ୨ ମାସ ହେବ ଚାକିରୀରୁ ବାହାର କରିଦିଆ ଯାଇଥିଲା । ଚାକିରୀରୁ କିରଣକୁ ବରଖାସ୍ତ କରିଦେବା ପରେ ସେ ଆର୍ଥିକ ଅସୁବିଧାର ସମୁଖୀନ ହେଲେ । ତାଙ୍କର ପତ୍ନୀ ମଧ୍ୟ ତାଙ୍କୁ ଛାଡି ତାଙ୍କ ବାପ ଘରକୁ ଚାଲିଗଲେ ।
ଦେଖନ୍ତୁ ଭିଡିଓ :-
ଗତ ନଭେମ୍ବର ୨ ତାରିଖରେ ଡ୍ରାଇଭର କିରଣ ପ୍ରତିମାଙ୍କ ପାଖକୁ ଆସିଲେ ଆଉ ତାଙ୍କର ପୁନଃ ନିଯୁକ୍ତି ପାଇଁ ପ୍ରତିମାଙ୍କ ପାଖରେ ନେହୁରା ହୋଇଥିଲେ ହେଲେ ପ୍ରତିମା ଡ୍ରାଇଭରର କଥାକୁ ଏଡାଇ ଦେଇଥିଲେ । ତାପରେ କିରଣ ରାଗି ଯାଇ ପ୍ରତିମାଙ୍କୁ ଜୀବନରୁ ମାରିଦେଲେ ।
ପ୍ରତିମାଙ୍କୁ ମାରିଦେବା ପରେ ଡ୍ରାଇଭର କିରଣ ବେଙ୍ଗାଲୁରରୁ ୨ ଶହ କିଲୋମିଟର ଦୂରରେ ଥିବା ଚାମର ନଗରକୁ ପଳାଇ ଆସିଥିଲା ଅଭିଯୁକ୍ତ କିରଣ । ଏଭଳି କିଛି କହିଛନ୍ତି ଡେପୁଟି କମିଶନର ରାହୁଲ କୁମାର । ଏବେ ଅଭିଯୁକ୍ତ କିରଣଙ୍କୁ ଧରିବା ପରେ ସେ ସରକାରୀ ଅଧିକାରିଣୀ ପ୍ରତିମାଙ୍କୁ କେମିତି ମାରିଥିଲା ଏବେ ସବୁ ଗୋଟି ଗୋଟି କରି କହୁଛି ।ତେବେ ଜାଣିବାକୁ ରହିଲା ଅଭିଯୁକ୍ତ କିରଣକୁ କେଉଁ ଦଣ୍ଡ ମିଳୁଛି ।