ଅଧିକାଂଶ ଲୋକ ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ପସନ୍ଦ କରନ୍ତି । ହାଲୱା ଠାରୁ ଡ୍ରାଏ ଫ୍ରୁଟ୍ସ ପର୍ଯ୍ୟନ୍ତ, ସମସ୍ତେ ଅନେକ ଉପାୟରେ ଖାଆନ୍ତି । ସେହିଭଳି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ଏହି ଡ୍ରାଏ ଫ୍ରୁଟ୍ସରେ ସାମିଲ ଅଛି ଖଜୁରୀ । ତେବେ ଶୀତ ଦିନ ଖଜୁରୀ ଖାଇଲେ କଣ ହେବ, ଆସନ୍ତୁ ଜାଣିବା…
ଥଣ୍ଡା ପାଗରେ ଏହାକୁ ଖାଇଲେ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଖଜୁରୀ ପ୍ରଥମେ ଆସେ । କିନ୍ତୁ ଶୀତଦିନେ ଖଜୁରୀ ଖାଇବାକୁ ଅନେକ ଲୋକ ଦ୍ୱନ୍ଦ୍ୱରେ ରୁହନ୍ତି ।
ଆଜି ଆମେ ଆପଣଙ୍କୁ କହିବୁ ଶୀତଦିନେ ଖଜୁରୀ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିପାରେ । ଆହୁରି ମଧ୍ୟ, କେଉଁ ରୋଗ ନିୟନ୍ତ୍ରଣ କରାଯାଏ ?
ଆହୁରି ପଢନ୍ତୁ :- ଏପରି କପ୍ ରେ ଚା’ ପିଉଥିଲେ ଆପଣଙ୍କ ପାଇଁ କିଛିକଥା ଜାଣିବା ଜରୁରୀ, ନହେଲେ ପରେ ପସ୍ତେଇବେ
ଆଜି ପର୍ଯ୍ୟନ୍ତ ଆପଣ ଅନେକ ଫଳର ଉପକାରିତା ଏବଂ ସେମାନଙ୍କର ଚିକିତ୍ସା ବିଷୟରେ ପଢିଥିବେ ଏବଂ ଶୁଣିଥିବେ । ଆପଣ ଖଜୁରୀ ର ଉପକାର ଜାଣନ୍ତି କି? ତେବେ ଆସନ୍ତୁ ଜାଣିବା ଖଜୁରୀ ଖାଇବାର ଉପକାର ବିଷୟରେ ଯେଉଁଥିରେ ଅନେକ ରୋଗ ଭଲ ହୋଇଯାଏ ।
ଖଜୁରୀ ଫାଇବରରେ ଭରପୂର ଅଟେ । ଯେଉଁଥିପାଇଁ ଆପଣଙ୍କ ପାଚକ ତତ୍ତ୍ବ କୁ ସଫା ରଖିଥାଏ । ଯଦି ପାଚନ ପ୍ରକ୍ରିୟା ଠିକ୍ ରହେ ତ ତେବେ ପେଟ ଜନିତ କୌଣସି ସମସ୍ୟା ହୋଇନଥାଏ । ଖଜୁରୀ ରେ ଭିଟାମିନ୍ ସି ଭରପୂର ଅଟେ । ଏହା ଚେହେରାକୁ ଚମକ ଏବଂ ନରମ ରଖିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା B5 ବାଳକୁ ସୁସ୍ଥ, ମଜବୁତ୍ ଓ କେଶ ଝଡିବାକୁ ରୋକିଥାଏ ।
ଉଚ୍ଚ ବିପି ନିୟନ୍ତ୍ରିତ :- ଖଜୁରୀ ରେ ଥିବା ଫାଇବର ହୃଦୟକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖେ, ଯାହା ହୃଦୟ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ରୋକିଥାଏ । ଖଜୁରୀ ରେ ପୋଟାସିୟମ ମଧ୍ୟ ଥାଏ ଯାହା ହୃଦଘାତ ଭଳି ଗମ୍ଭୀର ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବା ପାଇଁ ଏହା ବହୁତ ଲାଭଦାୟକ । ବ୍ଲଡ ପ୍ରେସରର କଣ୍ଟ୍ରୋଲ ଏବଂ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ନିୟନ୍ତ୍ରିତ ମଧୁମେହ :- କିଛି ଲୋକ ଶୀତ ଦିନରେ ମିଠା ଖାଇବାକୁ ଇଚ୍ଛା କରନ୍ତି । ଏଭଳି ପରିସ୍ଥିତିରେ ମଧୁମେହ ରୋଗୀମାନେ ଯେତିକି ଚାହାଁନ୍ତି ମିଠା ଖାଇବାକୁ ସକ୍ଷମ ନୁହଁନ୍ତି କାରଣ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ଥାଏ । କିନ୍ତୁ ଖଜୁରୀ ଏମିତି ଡ୍ରାଏ ଫ୍ରୁଟ୍ସ ଯେ ମଧୁମେହ ରୋଗୀମାନେ ପ୍ରତିଦିନ ଖାଇଲେ କୌଣସି ଅସୁବିଧା ହେବନାହିଁ । ମଧୁମେହ ରୋଗୀଙ୍କ ପାଇଁ ଖଜୁରୀ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଖାଏ ।
ଥଣ୍ଡା ଏବଂ କାଶରୁ ରକ୍ଷା କରେ :- ଶୀତଦିନେ ଯଦି ଆପଣ ପ୍ରତିଦିନ ଖଜୁରୀ ଖାଆନ୍ତି କିମ୍ବା କ୍ଷୀର ସହିତ ଖାଆନ୍ତି, ତେବେ ଥଣ୍ଡା ଏବଂ କାଶର ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହି ଋତୁରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶରେ ପୀଡିତ । ଏହି ସମସ୍ତ ଲକ୍ଷଣରୁ ମୁକ୍ତି ପ୍ରଦାନରେ ଖଜୁରୀ ପ୍ରଭାବଶାଳୀ । କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।