ଏହି ରାଶିଗୁଡିକ ହେଉଛି କୁବେର ଦେବଙ୍କର ପ୍ରିୟ ରାଶି, ସେମାନେ ଜୀବନର କେବେ ନା କେବେ ହୋଇଥାନ୍ତି କୋଟିପତି।

କୁବେର ଦେବ ହେଉଛନ୍ତି ଧନର ଦେବତା। ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କ ସହିତ ଗଣେଶ ଭଗବାନ ଏବଂ କୁବେର ଦେବଙ୍କୁ ମଧ୍ୟ ପୂଜା କରାଯାଏ, ଯାହାଫଳରେ ସେମାନଙ୍କ ଆଶୀର୍ବାଦ ଦ୍ୱାରା ଆମକୁ ଧନ ପ୍ରାପ୍ତ ହୁଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି 4 ଟି ରାଶି ବିଷୟରେ କୁହାଯାଇଛି ଯାହାଙ୍କ ଉପରେ ପ୍ରଭୁ କୁବେର ଦେବଙ୍କ ବିଶେଷ କୃପା ରହିଥାଏ।

କୁବେର ଦେବଙ୍କର ପ୍ରିୟ ରାଶି।

ଵୈଦିକ ଜ୍ୟୋତିଷ ଅନୁଯାୟୀ ପ୍ରତ୍ୟେକ ରାଶି ର କିଏ ନା କିଏ ସ୍ବାମୀ ରହିଥାନ୍ତି। ସେହିଭଳି ଗ୍ରହମାନଙ୍କ ସହିତ ରାଶିମାନଙ୍କ ଉପରେ ମଧ୍ୟ ବିଭିନ୍ନ ଦେବତା ଏବଂ ଦେବୀଙ୍କ ପ୍ରଭାବ ମଧ୍ୟ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଧନ ଦେବତା କୁବେରଙ୍କ ବିଷୟରେ କହିବାକୁ ଗଲେ କୁବେର ଦେବଙ୍କ ବିଶେଷ ଆଶୀର୍ବାଦ ୪ ଟି ରାଶି ଉପରେ ରହିଥାଏ।

ବୃଷ ରାଶି:

ବୃଷ ରାଶି ର ସ୍ବାମୀ ହେଉଛନ୍ତି ଶୁକ୍ର ଏବଂ ଦେବତା ଶୁକ୍ର ହେଉଛି ଧନ, ବିଳାସ ଏବଂ ମହାନତା ର କାରକ ଗ୍ରହ। କୁବେର ଦେବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଧନ ଏବଂ ସମୃଦ୍ଧିର ଗୁରୁ ଅଟନ୍ତି। ତେଣୁ, ବୃଷ ରାଶିର ଲୋକଙ୍କ ଉପରେ ସେମାନଙ୍କର ବିଶେଷ ଆଶୀର୍ବାଦ ରହିଥାଏ ଏବଂ ଏମାନଙ୍କ ଜୀବନରେ ଧନର ଅଭାବ କେବେବି ହେବାକୁ ଦିଅନ୍ତି ନାହିଁ।

କର୍କଟ ରାଶି:

କର୍କଟ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଚନ୍ଦ୍ର ଏବଂ ଏହି ରାଶି ମଧ୍ୟ ପ୍ରଭୁ କୁବେରଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। କର୍କଟ ରାଶିର ଲୋକମାନେ ମଧ୍ୟ ଧନକୁବେର ଙ୍କ ଅନୁଗ୍ରହରେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ବହୁତ ଟଙ୍କା ରୋଜଗାର କରନ୍ତି।

ତୁଳା ରାଶି:

ତୁଳା ରାଶିର ସ୍ବାମୀ ଗ୍ରହ ମଧ୍ୟ ଶୁକ୍ର ଅଟନ୍ତି ଏବଂ ପ୍ରଭୁ କୁବେର ସେମାନଙ୍କ ପ୍ରତି ବିଶେଷ ଦୟାଳୁ ଥାଆନ୍ତି। ଯଦିଓ ଏହି ଲୋକମାନେ ଏକ ଗରିବ ପରିବାରରେ ଜନ୍ମ ହୋଇଥାନ୍ତି, ତେବେ ମଧ୍ୟ ସେମାନେ ଧନୀ ହୁଅନ୍ତି। ସେମାନେ ନିଜ ଜୀବନରେ ବହୁତ ଧନ ଏବଂ ସମୃଦ୍ଧତା ପାଆନ୍ତି।

ଧନୁ ରାଶି:

ଧନୁ ରାଶିର ସ୍ବାମୀ ଗ୍ରହ ବୃହସ୍ପତି। ବୃହସ୍ପତି ହେଉଛି ସୁଖ, ଭାଗ୍ୟ ଏବଂ ଜ୍ଞାନର କାରକ। ଏହି ରାଶିର ଲୋକମାନେ ପରିଶ୍ରମୀ, ସଚ୍ଚୋଟ ଏବଂ ସତ୍ୟବାଦୀ ହୋଇଥାନ୍ତି। ପୁଞ୍ଜି ବିନିଯୋଗ ବିଷୟରେ ମଧ୍ୟ ସେମାନେ ବହୁତ ଜ୍ଞାନବାନ। ଏହି ଲୋକମାନେ ମଧ୍ୟ ସେମାନଙ୍କ ଜୀବନରେ ଅନେକ ଧନ ପ୍ରାପ୍ତ କରିଥାନ୍ତି।