ଘର ମାଲିକ ଏବଂ ଭଡାଟିଆ ଯୁବତୀଙ୍କ ମଧ୍ୟରେ ଘର ଭଡାକୁ ନେଇ ଚୁଟି ଧରା ଧରି ହୋଇ ପିଟାପିଟି।

ଘର ଭଡ଼ାକୁ ନେଇ ହାତାହାତି । ରାଜଧାନୀର ଖାରବେଳନଗରରେ ଘର ଭଡ଼ାକୁ ନେଇ ଘର ମାଲିକ ଏବଂ ଭଡ଼ାରେ ରହୁଥିବା ଯୁବତୀଙ୍କ ମଧ୍ୟରେ ମାର୍‌ପିଟ ହେଉଥିବାର ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଜଣେ ଯୁବତୀ ଦୀର୍ଘଦିନ ହେବ ଭଡ଼ାରେ ରହୁଥିଲେ । ଘର ଛାଡିବାକୁ ପୂର୍ବରୁ ଯୁବତୀଙ୍କୁ ଘର ମାଲିକ କହିଥିଲେ । ହେଲେ ଯୁବତୀ ଜଣଙ୍କ କୌଣସି କାରଣରୁ ଘର ଛାଡିନଥିଲେ । ଶେଷରେ ମଙ୍ଗଳବାର ଦିନ ଘର ମାଲିକ ଏବଂ ଯୁବତୀଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା ।

ଆଉ ପାଟିତୁଣ୍ଡ ଏତେ ଜୋରରେ ବଢିଥିଲା ଯେ, ଘର ମାଲିକ ଜଣକ ଟାୟାରରେ ପିଟିବା ସହ ଯୁବତୀଙ୍କୁ ଚୁଟି ଘୋଷାଡି ପିଟିଥିଲେ । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପନିକି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଖାରବେଳନଗର ଥାନାରେ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।