ବଲିଉଡ଼ ଅଭିନେତ୍ରୀରୁ ନାଗା ସ୍ବାଧୀର ଯାତ୍ରା। ମମତା କୁଲକର୍ଣ୍ଣିରୁ ପାଲଟିଲେ ମମତାନନ୍ଦ ଗିରି। ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ପୁରୁଣା ଜୀବନକୁ ତ୍ୟାଗ କରି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ଗ୍ଲାମର ଓ ଫିଲ୍ମର ମାର୍ଗକୁ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି।
ବଲିଉଡର ୯୦ ଦଶକର ଅଭିନେତ୍ରୀ ମମତା କୁଲକର୍ଣ୍ଣି ନିଜ ସମୟ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ, ସେ ବହୁ ପୂର୍ବରୁ ଅଣ୍ଡର ୱାର୍ଲଡ ସହିତ ତାଙ୍କର ସମ୍ପର୍କ ଥିବାକୁ ନେଇ ଚର୍ଚାରେ ରହିଥିଲେ, ସେ ପୁନର୍ବାର ଚର୍ଚାକୁ ଆସିଛନ୍ତି। ନିକଟରେ ପ୍ରୟାଗରାଜ ରେ ଚାଲିଥିବା ମହାକୁଂଭ ରେ ତାଙ୍କର ସନ୍ୟାସ ନେବାର ଖବର ସାମ୍ନାକୁ ଆସିଛି, ମମତା କୁଲକର୍ଣ୍ଣି ଯିଏକି ବର୍ତମାନ ମହାମଣ୍ଡଳେଶ୍ୱର ମମତା ନନ୍ଦ ଗିରୀ ଭାବରେ ନାମିତ ହୋଇଛନ୍ତି, କିନ୍ନର ଅଖାଡା ଦ୍ୱାରା ତାଙ୍କୁ ମହାମଣ୍ଡଳେଶ୍ୱର ଉପାଧି ଦିଆଯାଇଛି।
ରିପୋର୍ଟ ଅନୁସାରେ ମମତା କୁଲକର୍ଣ୍ଣି ଙ୍କ ସମୁଦାୟ ସମ୍ପତି ପାଖାପାଖି ୧୦ ମିଲିୟନ ଡଲାର ଅଟେ, ଯାହାକି ଭାରତୀୟ ମୁଦ୍ରାରେ ୮୫ କୋଟୀ ଅଟେ, ବଲିଉଡ ଠାରୁ ବର୍ତମାନ ସେ ଦୂରତା ରଖିଛନ୍ତି, ୨୦୦୦ ମସିହାରେ ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ଏବଂ ଲାଇମ ଲାଇଟ ଠାରୁ ମଧ୍ୟ ଦୁରେଇ ରହିଥିଲେ। ୨୦୧୫ ରେ ସେ ଡ୍ରଗ୍ସ କେଶ ରେ ତାଙ୍କ ନାମ ଆସିଥିଲା, ଏହି ଘଟଣା ସମ୍ପୂର୍ଣ ଭାବରେ ତାଙ୍କ ଜୀବନ କୁ ବଦଳାଇ ଦେଇଥିଲା ଏବଂ ଏହି କଠିନ ସମୟ ତାଙ୍କୁ ଆଧ୍ୟାତ୍ମିକ ରାସ୍ତା ଆଡକୁ ଟାଣି ନେଇଥିଲା।
ମମତା କୁଲକର୍ଣ୍ଣି ନିଜ ଚଳଚିତ୍ର କ୍ୟାରିଅର ର ଆରମ୍ଭ କରିଥିଲେ ୧୯୯୨ ରେ ଆସିଥିବା ଚଳଚିତ୍ର ତ୍ରିରଙ୍ଗା ରୁ, ଏହାପରେ ସେ ଅନେକ ଗୁଡିଏ ଚଳଚିତ୍ରରେ କାର୍ଯ୍ୟ କରିଥିଲେ, ୯୦ ଦଶକ ରେ ତାଙ୍କ ଲୋକ ପ୍ରିୟତା ଚରମ ସୀମାରେ ଥିଲା। ବଲିଉଡ ରୁ ଦୁରେଇ ଯାଇ ମମତା କୁଲକର୍ଣ୍ଣି ଆଧ୍ୟାତ୍ମିକ ରାସ୍ତାକୁ ବାଛି ନେଇଥିଲେ। ପ୍ରୟାଗରାଜ ରେ ତାଙ୍କର ସନ୍ୟାସୀ ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
ତେବେ ଜୁନା ଆଖଡାର ଅନ୍ତର୍ଜାତୀୟ ମୁଖପାତ୍ର ନାରାୟଣ ଗିରି ମହାରାଜ କହିଛନ୍ତି ଯେ ଦେଶର କୌଣସି ବିଦ୍ୱାନ, ରାଷ୍ଟ୍ରହୀତରେ କାର୍ଯ୍ୟ କରୁଥିବା ବ୍ୟକ୍ତି, ଆଧ୍ୟାତ୍ମରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବା ସାମାଜିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସନ୍ୟାସୀ ଆଖଡାମାନେ ମହାମଣ୍ଡଳେଶ୍ୱର ଉପାଧିରେ ବିଭୂଷିତ କରିଦେଉଛନ୍ତି। ଏଥିରେ ଫିଲ୍ମ ଅଭିନେତ୍ରୀ ଯଦି ମହାମଣ୍ଡଳେଶ୍ୱର ହୁଅନ୍ତି ଏଥିରେ କାହାର ଆପତ୍ତି କରିବାର କିଛି ନାହିଁ। ଏଣୁ ଯୋଗ୍ୟତାରୁ କାହାରିକୁ ବି ମହାମଣ୍ଡଳେଶ୍ୱର କରାଯାଇ ପାରେ ବୋଲି କହିଛନ୍ତି।