ଜନ୍ମରୁ ମୃତ୍ୟୁ ଯାଏ ଆମ ଯାତ୍ରା ହିଁ ଜୀବନ। ମୃତ୍ୟୁ ଜୀବନର ସ୍ବାଭାବିକ ପରିଣତି। ମଣିଷ ବାଲ୍ୟ, ଯୌବନ ଓ ଜରା ତିନୋଟି ପର୍ଯ୍ୟାୟ ଦେଇ ମୃତ୍ୟୁ ପାଖରେ ପହଞ୍ଚିଥାଏ। ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ଥିବାପରି ମୃତ୍ୟୁ ପଛରେ ମଧ୍ୟ କାରଣଟିଏ ରହିଥାଏ। ସେହିଭଳି ଏକ ଘଟଣା ସମ୍ନାକୁ ଆସିଛି ବାହାଘର ଚାଲିଥିବା ସମୟରେ ହଠାତ୍ ହୃଦଘାତର ଶିକାର ହେଇଥିଲେ ବର। ଆଉ ଦେଖୁ ଦେଖୁ ବେଦୀ ଉପରେ କନ୍ୟାର କୋଳରେ ହିଁ ମୁଣ୍ଡ ରଖି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ବର।
ଆଉ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସେପଟେ ନିଜ ପୁଅ ଓ ନୂଆ ବୋହୂକୁ ଘରକୁ ନେବା ପାଇଁ ଦାଣ୍ଡ ପିଣ୍ଡାହାରେ ଜଗି ବସିଥିଲା ମା। ହେଲେ ମା ଜାଣିଥିଲା ଯେ ନୂଆ ବୋହୂ ଆସିବା ପୂର୍ବରୁ ଚାଲିଯାଇଥିଲା ପୁଅର ଜୀବନ। ଆଉ ପୁଅର ମୃତ ଶରୀରର ଦେଖି ମା ସେଇଠି ହିଁ ଟଳି ପଡ଼ିଥିଲା। ହଠାତ୍ ନାଚ ଗୀତରେ କମ୍ପୁଥିବା ପରିବେଶ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।
ଜୟ ଶ୍ରୀନିବାସର ୨୮ ବର୍ଷୀୟ ହସିଦଙ୍କର ଶ୍ରୀରାମ ନଗରର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ଚାଲିଥିଲା। ହଠାତ ବର୍ଣ୍ଣମାଳା ନିଧି ପରେ ବିବାହ ଆରମ୍ଭ ହେଇଥିଲା। ବିବାହ ଉତ୍ସବରେ ଅନ୍ୟାନ୍ୟ ରୀତିନୀତି ବି କରାଯାଇଥିଲା। ଶେଷରେ ବାହାଘରରେ ସଂପୂର୍ଣ୍ଣ ହେଇଥିଲା। ସକାଳ ପ୍ରାୟ ୬ଟା ସମୟରେ ପାଦଧୁଆ ନୀତି ସମୟରେ ହର୍ଶିଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।
ଆଉ ଦେଖୁ ଦେଖୁ ତାଙ୍କ ପାଖରେ ବସିଥିବା କନ୍ୟାର କୋଳରେ ମୁଣ୍ଡ ରଖି ଚେତାଶୂନ୍ୟ ହେଇ ପଡିଥିଲେ। ଏସବୁକୁ ଦେଖିବା ପରେ ପାଖରେ ଠିଆ ହେଇଥିବା ଲୋକେ ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ। ଯାହା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।