ତେଲେଙ୍ଗାନାର ଖମାମ ଜିଲ୍ଲାରେ ହନୁମାନ ଜୀ ଏବଂ ତାଙ୍କ ପତ୍ନୀ ସୁଭର୍ଚଲାଙ୍କୁ ପୂଜା କରାଯାଏ। ଏଠାରେ ନିର୍ମିତ ଏହି ପୁରାତନ ମନ୍ଦିର ବର୍ଷ ବର୍ଷ ଧରି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛ। ସ୍ଥାନୀୟ ଲୋକମାନେ ଜ୍ୟେଷ୍ଠ ଶୁଦ୍ଧ ଦଶାମୀ ଦିନ ହନୁମାନ ଜୀ ଏବଂ ସୁଭର୍ଚଲା ଦେବୀଙ୍କ ବିବାହ ଉତ୍ସବ ପାଳନ କରନ୍ତି।
ତେବେ ଉତ୍ତର ଭାରତରେ ରହୁଥିବା ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ଠାରୁ କମ ନୁହେଁ। କାରଣ ହନୁମାନ ଜୀଙ୍କୁ ବାଳ ବ୍ରହ୍ମଚାରି ଭାବରେ ବିବେଚନା କରାଯାଏ।
ଆସନ୍ତୁ ଜାଣିବା ହନୁମାନ ଜୀ ଏବଂ ତାଙ୍କ ପତ୍ନୀ ସୁଭର୍ଚଲା ଙ୍କ ବିବାହର ରହସ୍ୟ।
ବିବାହ କିପରି ହୋଇଥିଲା?
ଭଗବାନ ହନୁମାନ ସୂର୍ଯ୍ୟ ଭଗବାନଙ୍କୁ ତାଙ୍କର ଗୁରୁ ମାନୁଥିଲେ। ସୂର୍ଯ୍ୟ ଭଗବାନଙ୍କର ୯ ଈଶ୍ୱରୀୟ ଜ୍ଞାନ ଥିଲା। ବଜରଙ୍ଗ ବଲି ଏହି ସମସ୍ତ ଜ୍ଞାନ ଆହରଣ କରିବାକୁ ଚାହୁଁଥିଲେ। ସୂର୍ଯ୍ୟ ଦେବ ଏହି ୯ ଟି ଜ୍ଞାନ ମଧ୍ୟରୁ ୫ ଟି ବିଷୟରେ ହନୁମାନଜୀଙ୍କୁ ଜ୍ଞାନ ଦେଇଥିଲେ, କିନ୍ତୁ ଅବଶିଷ୍ଟ ୪ ଟି ବିଦ୍ୟା ପାଇଁ ସୂର୍ଯ୍ୟ ଦେବଙ୍କ ଆଗରେ ଏକ ସଙ୍କଟ ଦେଖାଦେଇଥିଲା।
ଅବଶିଷ୍ଟ ୪ଟି ଈଶ୍ୱରୀୟ ବିଜ୍ଞାନର ଜ୍ଞାନ କେବଳ ସେହି ଶିଷ୍ୟମାନଙ୍କୁ ଦିଆଯାଇପାରେ ଯେଉଁମାନେ ବିବାହିତ ଥିଲେ। ହନୁମାନଜୀ ବାଳ ବ୍ରହ୍ମଚାରି ଥିଲେ, ଏହି କାରଣରୁ ସୂର୍ଯ୍ୟ ଭଗବାନ ତାଙ୍କୁ ଅବଶିଷ୍ଟ ଚାରିଟି ଜ୍ଞାନ ଦେବାରେ ଅସମର୍ଥ ହୋଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସୂର୍ଯ୍ୟ ଦେବ ହନୁମାନଜୀଙ୍କୁ ବିବାହ କରିବାକୁ କହିଥିଲେ।
ପ୍ରଥମେ ହନୁମାନଜୀ ବିବାହ ପାଇଁ ରାଜି ହୋଇନଥିଲେ, କିନ୍ତୁ ତାଙ୍କୁ ଅବଶିଷ୍ଟ ୪ଟି ବିଦ୍ୟା ବିଷୟରେ ଜ୍ଞାନ ଆହରଣ କରିବାର ଥିଲା। ଏହି କାରଣରୁ ହନୁମାନଜୀ ବିବାହ ପାଇଁ ରାଜି ହୋଇଥିଲେ।
ବିବାହ ସତ୍ତ୍ୱେ ସେ ରହିଲେ ବ୍ରହ୍ମଚାରି।
ହନୁମାନ ଜିଙ୍କ ସହମତି ପାଇବା ପରେ ସୂର୍ଯ୍ୟ ଭଗବାନଙ୍କ ତେଜରେ ଏକ କନ୍ୟା ଜନ୍ମ ହେଲା। ସେହି କନ୍ୟାର ନାମ ସୁଭର୍ଚଲା ଥିଲା। ସୂର୍ଯ୍ୟ ଭଗବାନ ହନୁମାନ ଜୀଙ୍କୁ ସୁଭର୍ଚଲାଙ୍କୁ ବିବାହ କରିବାକୁ କହିଥିଲେ। ସୂର୍ଯ୍ୟ ଦେବ ଆହୁରି ମଧ୍ୟ କହିଥିଲେ ଯେ, ସୁଭର୍ଚଲା ସହିତ ବିବାହ ପରେ ମଧ୍ୟ ତୁମେ ସଦାବେଳେ ବ୍ରହ୍ମଚାରି ହୋଇ ରହିବ। କାରଣ ବିବାହ ପରେ ସୁଭର୍ଚଲା ପୁଣି ଥରେ ତପସ୍ୟାରେ ଲୀନ ହୋଇଯିବେ।
ହିନ୍ଦୁ ବିଶ୍ଵାସ ଅନୁଯାୟୀ, ସୁଭର୍ଚଲା କୌଣସି ଗର୍ଭରୁ ଜନ୍ମ ହୋଇନଥିଲେ, ତେଣୁ ତାଙ୍କୁ ବିବାହ କରିବା ପରେ ମଧ୍ୟ ହନୁମାନ ଜୀଙ୍କର ବ୍ରହ୍ମଚରିତ୍ବ ରେ କୌଣସି ପ୍ରତିବନ୍ଧକ ହେବ ନାହିଁ, ଏବଂ ବଜରଙ୍ଗବଲି ସର୍ବଦା ଜଣେ ବାଳ ବ୍ରହ୍ମଚାରି ରହିବେ।