ରହସ୍ୟମାୟୀ ଗୁମ୍ପାଟି ରହିଛି କଟକ ଟାଙ୍ଗୀ ବ୍ଲକ୍ ମାଗୁର ଧାନମଣ୍ଡଳ ଗାଁ ନିକଟରେ ଥିବା ସେହି ନଳୀ ଗୁମ୍ଫା। ଅନେକ ବର୍ଷ ତଳେ କିଛି ଲୋକ ଏହି ଗୁମ୍ଫାକୁ ରିସର୍ଚ କରିବାକୁ ଆସିଥିଲେ। କିନ୍ତୁ ସେହି ଗୁମ୍ଫା ଭିତରୁ ବିଭିନ୍ନ ପ୍ରକାର ଭୟଙ୍କର ଶବ୍ଦ ଶୁଣି ପୁଣି ଫେରି ଯାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଜଣେ ପୂଜକ ଏହି ନଳୀ ଗୁମ୍ଫାରେ ପୂଜା ପାଉଥିବା ବାବାଙ୍କ ଉପରେ କ୍ଷୀର ଢାଳିବାକୁ ଆସିଥିଲେ କ୍ଷୀର ଢାଳିବା ସମୟରେ ତାଙ୍କ ଲଟାଟି ଗୁମ୍ଫା ଭିତରକୁ ଚାଲି ଯାଇଥିଲା।
ଲଟା ପଛରେ ଗୋଡ଼ାଇ ଗୋଡ଼ାଇ ସେହି ପୂଜକ ଜଣଙ୍କ ଭିତରକୁ ଚାଲି ଯାଇଥିଲେ। ତାପରେ ସେହିଠାରୁ ସେ କୁଆଡେ ଅନ୍ତର୍ଧ୍ୟାନ ହେଇଗଲେ। କିନ୍ତୁ ୨୧ ଦିନ ପରେ ସେହି ଗୁମ୍ଫାରୁ ବାହାରି ଆସି ପରିବାରଙ୍କ ପାଖକୁ ଫେରିଥିଲେ। ଯାହା ଦେଖିଥିଲେ ସେସବୁ କହିବାକୁ ବାରଣ କରାଯାଇଛି ବୋଲି ସେ ପରିବାରଙ୍କ ଆଗରେ କହିଥିଲେ।
କିନ୍ତୁ ପରିବାର ଲୋକେ ବାଧ୍ୟ କରିବାରୁ ସେ ସବୁକଥା କହିଦେଇଥିଲେ। ଏବଂ ସେହି ଠାରେ ହିଁ ତାଙ୍କର ହଠାତ ମୃତ୍ୟୁ ହେଇଥିଲା। ସେବେଠାରୁ ଗୁମ୍ଫା ଭିତର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚନ ହେଇପାରିନାହିଁ। କିଛିବର୍ଷ ତଳେ ବାଲେଶ୍ଵର ଓ ଭଦ୍ରକରୁ କିଛି ଯୁବକ ସାହସ କରି ଭିତରକୁ ପଶି ଥିଲେ କିନ୍ତୁ କିଛି ବାଟ ଗଲା ପରେ ଚିତ୍କାର କରି ପୁଣି ଫେରି ଆସିଥିଲେ।
ଅନେକ ଲୋକ ଅନେକ କଥା କହୁଛନ୍ତି କିନ୍ତୁ ବାସ୍ତବରେ ଏଭଳି ପୁରାତନ ଗୁମ୍ଫାକୁ ନେଇ ରିସର୍ଚ୍ଚର ଆବଶ୍ୟକତା ରହିଛି। ଅନେକ ଦିନରୁ ଲୋକେ ଦାବି କରି ଆସୁଛନ୍ତି ଏହି ଅଲୌକିକତା ବହନ କରୁଥିବା ଗୁମ୍ଫାରେ ରହସ୍ୟମୟ ଘଟଣା ଘଟୁଛି ତେବେ ଗବେଷକ କିମ୍ବା ପ୍ରତ୍ନତତ୍ତ୍ଵ ବିଭାଗ ଏହା ଉପରେ ଗବେଷଣା କରିବା ଉଚିତ୍। ତେବେ ଯାଇଁ ସତ୍ୟ ସମ୍ନାକୁ ଆସିପାରିବ।