ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦିନ ପଡୁଛି ହୋଲି, ଏହି ୩ ରାଶିଙ୍କ ପାଇଁ ଖୁସି ଖବର, ହେବ ଧନ ପ୍ରାପ୍ତି

ବୈଦିକ ଜ୍ୟୋତିଷ ଅନୁଯାୟୀ ଚଳିତ ବର୍ଷ ହୋଲି ମାର୍ଚ୍ଚ ୨୫ ତାରିଖରେ ପଡ଼ୁଛି । ତେବେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହୋଲି ଦିନ ହୋବାକୁ ଯାଉଛି । ଯେତେବେଳେ ଚନ୍ଦ୍ରଗ୍ରହଣ ହୁଏ, ଏହା ପୃଥିବୀର ସମସ୍ତ ଜୀବ ଉପରେ କିଛି ପ୍ରଭାବ ପକାଇଥାଏ ।

ତେବେ ଆଶ୍ବସ୍ତିକର କଥା ହେଉଛି ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଯେଉଁଥି ପାଇଁକି ସୂତାକ ଅବଧି ମଧ୍ୟ ଲାଗୁ ହେବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୦୦ ବର୍ଷ ପରେ ହୋଲି ଦିନ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ର ପ୍ରଥମ ଚନ୍ଦ୍ରଗ୍ରହଣ କନ୍ୟା ରାଶିରେ ଲାଗିବାକୁ ଯାଉଛି । ପଞ୍ଚାଙ୍ଗ ଅନୁଯାୟୀ, ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ରେ ସକାଳ ୧୦:୨୩ ରୁ ୩:୦୨ ପର୍ଯ୍ୟନ୍ତ ଚାଲିବ । ଚନ୍ଦ୍ରଗ୍ରହଣ ହେତୁ ଏହା କିଛି ରାଶିର ଚିହ୍ନ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏଥର ହୋଲିରେ ୩ଟି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ ।

ଆହୁରି ପଢନ୍ତୁ :- ୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!

ମେଷ ରାଶି :- ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଯୋଗୁ ମେଷ ରାଶିରେ ଶୁଭ ଫଳ ପାଇବାକୁ ଯାଉଛନ୍ତି । ଆର୍ଥିକ ଲାଭ ହେବ । ବାକିଥିବା ଟଙ୍କା ଫେରସ୍ତ ପାଇବେ । ଆତ୍ମବିଶ୍ବାସ ବୃଦ୍ଧି ପାଇବ ।

ତୁଳା ରାଶି :- ସାମାଜିକ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଜମି ଓ ନୂଆ ଗାଡି କିଣିବାର ସମ୍ଭାବନା ରହିଛି । ପ୍ରମୋସନ ମିଳିବାର ସମ୍ଭାବନା ରହିଛଇ । ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

କୁମ୍ଭ ରାଶି :- ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । କ୍ୟାରିୟରରେ ଆଗକୁ ବଢିବାକୁ ସୁଯୋଗ ମିଳିବ ।