ବିଶ୍ଵ କପ୍ ସମୟରେ ଏହି ଅଭିନେତ୍ରୀ ଦେଇଥିଲେ ଅଜବ ବୟାନ, କହିଲେ “ଭାରତ ବିଶ୍ୱକପ ଜିତିଲେ ମୁଁ ଉଲଗ୍ନ ହୋଇ ବୁଲିବି”, ଜାଣନ୍ତୁ ପୁରା ଖବର

ଭାରତ ବିଶ୍ଵ କପ୍ ଜିତିଲେ ଭାଇଯାକ ବିଚ୍ ରେ “ଉଲଗ୍ନ ହେବି ” । ଏଭଳି ବୟାନ ଦେଇ ତାମିଲ ଅଭିନେତ୍ରୀ ରେଖା ବୋଜ୍ ଏବେ ଖୁବ୍ ଚର୍ଚ୍ଚାରେ । ସେମି ଫାଇନାଲରେ ଭାରତର ଦମ୍ ଦାର୍ ଖେଳ ପରେ ଲୋକ ମାନଙ୍କର ଆଶା ଫାଇନାଲକୁ ନେଇ ଦୁଇ ଗୁଣିତ ହୋଇ ଯାଇଥିଲା । ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଥିଲା ।

ଅହମ୍ମଦାବାଦ୍ ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଇଥିଲା ବିଶ୍ଵ କପ୍ ର ଫାଇନାଲ ମ୍ୟାଚ । ଯେଉଁଥିରେ ମୁହାଁ ମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । କେବଳ ସାଧାରଣ ଜନତା ନୁହଁନ୍ତି ବଡ ବଡ ଫିଲ୍ମ ତାରକା ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଷ୍ଟାଡିୟମ୍ ରେ ଦେଖିଥିଲେ ଏହି ମ୍ୟାଚ୍ ।

ଏହା ଭିତରେ ତାମିଲ ଅଭିନେତ୍ରୀ ରେଖା ବୋଜ୍ ଙ୍କର ଏପରି ପୋଷ୍ଟ ଏବେ ସମାଲୋଚନାର ବିଷୟ ପାଲଟିଛି । ରେଖା ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ରେ ଏକ ଷ୍ଟୋରି ସେୟାର କରି ଲେଖିଥିଲେ, “ଜଦି ବିଶ୍ଵ କପ୍ ରେ ଭାରତ ଜିତେ ତେବେ ଭାଇଜାକ୍ ବିଚ୍ ରେ ମୁଁ ଉଲଗ୍ନ ହୋଇ ବୁଲିବି ।”

ଆହୁରି ପଢନ୍ତୁ :- ବଲିଉଡ଼ର ଏହି ୫ ଅଭିନେତ୍ରୀ ଟପି ଯାଇଥିଲେ ସବୁ ସୀମା, ଟଙ୍କା ପାଇଁ ଦେଇଥିଲେ ଏଭଳି ସବୁ ବୋଲ୍ଡ ସିନ୍

କହିରଖୁଛୁ କି, ପୂର୍ବରୁ ପୁନମ ମଧ୍ୟ ସମାନ ପ୍ରକାରର ଆଚରଣ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଶସ୍ତା ଲୋକପ୍ରିୟତା ପାଇଁ ସେ ଏଭଳି ପୋଷ୍ଟ କରିଥିବା କିଛି ୟୁଜର୍ସ କମେଣ୍ଟ ଦେଇଥିବା ବେଳେ ଆଉ ଏକ ୟୁଜର୍ସ ଲେଖିଛନ୍ତି, “ଆପଣଙ୍କୁ ଲଜ୍ଜା ଲାଗିବା କଥା । ଏହା ଆମର ସଂସ୍କୃତି ନୁହେଁ ।” ଏଭଳି ବୟାନ ଦେଇ ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ଅଭିନେତ୍ରୀ ରେଖା ବୋଜ୍ ।