ସାଧାରଣ ଲୋକଙ୍କ ସୁବିଧା ଏବଂ ଖାଲି ସମୟରେ ମନୋରଞ୍ଜନ ପାଇଁ ସରକାର ବିଭିନ୍ନ ସ୍ଥାନ ଗୁଡିକରେ ପାର୍କର ନିର୍ମାଣ କରୁଛନ୍ତି । ଏଠାରେ ଲୋକେ ନିଜ ପରିବାର ସହିତ ବୁଲିବାକୁ ମଧ୍ୟ ଆସିଥାନ୍ତି । ବୃଦ୍ଧ ଏବଂ ପ୍ରାପ୍ତ ବୟସ୍କ ଲୋକେ ଚାଲିବା ପାଇଁ ମଧ୍ୟ ଆସିଥାନ୍ତି । କିନ୍ତୁ, କିଛି ଅସାମାଜିକ ଲୋକଙ୍କ ପାଇଁ ଏବେ ଏହି ପାର୍କ ଗୁଡିକ ସୁରକ୍ଷିତ ଅବସ୍ଥାରେ ରହୁନାହିଁ ।
ଗୋଟିଏ ଦୁଇଟି ନୁହେଁ ବରଂ ଭୁବନେଶ୍ବରର ପ୍ରାୟ ସମସ୍ତ ପାର୍କ ଗୁଡିକର ବର୍ତ୍ତମାନ ସମୟରେ ସମାନ ଅବସ୍ଥା । ରାଜଧାନୀ ଡୁମୁଡୁମା ଫେଜ୍-୫ ସ୍ଥିତ BMC ପାର୍କର ମଧ୍ୟ ସମାନ ଅବସ୍ଥା । ଏଠାରେ ସନ୍ଧ୍ୟା ହେଲେ ଅସାମାଜିକଙ୍କର ଅଡ୍ଡା ଜମୁଥିବା ନେଇ ହେଉଛି ଅଭିଯୋଗ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଅନ୍ଧାର ହେଲେ ଏଠାରେ କିଛି ଅସାମାଜିକ ବ୍ୟକ୍ତି ମଦ, ଗଞ୍ଜେଇ ଠାରୁ ଆରମ୍ଭ କରି ଡ୍ରଗ୍ସ ମଧ୍ୟ ନେବାକୁ ପଛାଉ ନାହାନ୍ତି । କେବଳ ସେତିକି ନୁହେଁ ବରଂ ଏଠାରେ କିଛି ଯୁବକ ଯୁବତୀ ଅଶ୍ଳୀଳ କର୍ଯ୍ୟରେ ମଧ୍ୟ ଲିପ୍ତ ରାହୁଥିବାର ଦେଖିବାକୁ ମିଳୁଛି ।
ଆହୁରି ପଢନ୍ତୁ :- ଚାଇନାରେ ବ୍ୟାପିଲା କରୋନା ଠାରୁ ମଧ୍ୟ ଅତି ଭୟାନକ ଭାଇରସ୍, ଭାରତ ପାଇଁ ହୋଇପାରେ ବିପଦ…
ସବୁଠାରୁ ବଡ଼ କଥା ହେଉଛି ଏଠାରେ ସାଧାରଣ ପ୍ରେମୀ ଯୁଗଳ ନୁହେଁ ବରଂ କିଛି ଅସାମାଜିକ ବେଶ୍ୟାବୃତ୍ତି ମଧ୍ୟ କରୁଛନ୍ତି । ଏଥିନେଇ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ମନା କରିଲେ ପାଲଟା ଧମକ ମିଳୁଛି । ପାର୍କ ମଧ୍ୟରେ ଥିବା ଲାଇଟ ଗୁଡିକୁ ମଧ୍ୟ ଏହି ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଦେଉଛନ୍ତି ।
ପାର୍କରେ ଅନ୍ଧାର ହେଲେ ସେମାନଙ୍କୁ ବେସ୍ ସୁହାଉଛି ବୋଲି ଲୋକେ ମତ ଦେଇଛନ୍ତି । ତେବେ, ଏଥିନେଇ BDA ଏବଂ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପ୍ରଶାସନର ଏଭଳି ଉଦାରତା ସ୍ଥାନୀୟ ଲୋକଙ୍କ ମନରେ ରୋଷ ସୃଷ୍ଟି କରିଛି । ପାର୍କ ମଧ୍ୟରୁ ପୁଳା ପୁଳା କଣ୍ଡୋମ ଏବଂ ନିଶା ଦ୍ରବ୍ୟ ଜବତ କରାଯାଉଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।