ପୁଅ ପାଇଁ ହୋଲି ଖେଳିବା ହେଲା କାଳ, ରଙ୍ଗ ଖେଳୁ ଖେଳୁ ପୁଅର ଚାଲିଗଲା ଜୀବନ । ହୋଲି ଖେଳିବା ଯୁବକଙ୍କ ପାଇଁ ହୋଇଗଲା କାଳ । ଏହି ରଙ୍ଗ ଖେଳ ମୋ ପାଖରୁ ମୋ ପୁଅକୁ ଛଡାଇ ନେଲା । ମୋ ସଂସାରକୁ ଆଜି ଉଜାଡ଼ି ଦେଲା । କେତେ ହସ ଖୁସିରେ ମୋ ପୁଅ ସକାଳୁ ସକାଳୁ ଘରୁ ବାହାରି ପଡିଥିଲା ହୋଲି ଖେଳିବାକୁ । ହାତରେ ବିଭିନ୍ନ ପ୍ରକାରର ରଙ୍ଗ ନେଇ ସାଙ୍ଗସାଥିଙ୍କ ସହ ହୋଲି ବି ଖେଳୁଥିଲା । କିନ୍ତୁ ସେ କଣ ଜାଣିଥିଲା ଏହି ହୋଲି ଖେଳିବା ତା’ ଜୀବନର ଶେଷ ହୋଲି ଖେଳ ହୋଇଯିବ ବୋଲି ।
ହୋଲି ଖେଳିବାକୁ ପୁଅ ଯାଇଥିଲା ସତ କିନ୍ତୁ ଆଉ ଘରକୁ ଫେରିଲା ନାହିଁ । ମନ ପସନ୍ଦର ମା’ ରୋଷେଇ କରିଥିବା ଖାଇବାକୁ ହେଲେ ଆଉ ଖାଇ ପାରିଲା ନାହିଁ ପୁଅ । ସାଙ୍ଗସାଥୀଙ୍କ ସହ କେତେ ମଜା ମସ୍ତି କରି ହୋଲିବି ଖେଳୁଥିଲା କିନ୍ତୁ ସେଇ ହୋଲି ଖେଳିବା ତାଙ୍କ ପାଇଁ ହୋଇଗଲା କାଳ । ହୋଲି ଖେଳି ସାରି ସାଙ୍ଗ ମାନଙ୍କ ସହ କରମୁଆ ପୋଖରୀକୁ ଯାଇଥିଲେ ଗାଧୋଇବା ପାଇଁ । ହେଲେ କିଏ ବା ଜାଣିଥିଲା ସେଇ ପୋଖରୀରେ ତାଙ୍କ ସହ ଏଭଳି ଅଘଟଣ ଘଟିଯିବ ବୋଲି ।
ପୋଖରୀରେ ଗାଧୋଉ ଥିବା ସମୟରେ ହଠାତ ଗୋଡ଼ଟି ଖସି ଯାଇଥିଲା । ଆଉ ଏହା ପରେ ଅକାଳରେ ସେଇ ପାଣି ଭିତରେ ଚାଲିଯାଇଥିଲା ଯୁବକର ଜୀବନ । ଏଭଳି ଅଭାବନୀୟ ହୃଦୟବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଛାଣିପୁର ପଞ୍ଚାୟତରେ । ମୃତ ଯୁବକ ଜଣକ ହେଉଛନ୍ତି ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ । ତାଙ୍କର ବୟସ ହେଉଛି ୧୭ ବର୍ଷ । ତେବେ ଆଶିଷ +୨ ବିଜ୍ଞାନ ଛାତ୍ର ଥିବା ସୂଚନା ମିଳିଛି । ଆଉ ୧୭ ବର୍ଷର ପୁଅକୁ ହରାଇ ଏ ମା’ ଜଣକ ଭାଙ୍ଗି ପଡିଛି । ହୋଲି ଖେଳି ସାରି ଗାଧୋଇବା ଆଶିଷ ପାଇଁ ହୋଇଗଲା କାଳ ।
ଦେଖନ୍ତୁ ଭିଡିଓ :-
ତେବେ ଯୁବକ ଜଣକ ପଖରୀରେ ବୁଡିଯାଉଥିବାର ଦେଖି ଗାଁ ଲୋକେ ହଠାତ ଧାଇଁ ଆସିଥିଲେ ପୋଖରୀ ପାଖକୁ । ଆଉ ସଙ୍ଗେ ସଙ୍ଗେ ଆଶିଷକୁ ଉଦ୍ଧାର କରିଥିଲେ । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଚିକିତ୍ସା ନିମନ୍ତେ କିନ୍ତୁ ବଡ଼ ଦୁଃଖର କଥା ଯେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଅର ଏଭଳି ମୃତ୍ୟୁକୁ ଏ ମାଆ ଜଣକ କେମିତି ବା ସହିବ । ନିଜକୁ କେମିତି ସମ୍ଭାଳିବ । କିଏବା ଜାଣିଥିଲା ଦଇବ ଏମିତି ଦାଉ ସାଯିବ ବୋଲି । ଏ ମା’ କଣ ଜାଣିଥିଲା ତା ପୁଅ ଆଶିଷର ଏଇ ହୋଲି ଖେଳିବା ହେବ ଶେଷ ହୋଲି ଖେଳ ବୋଲି । ଆଶିଷ ସକାଳୁ ଯାଇଥିଲା ହୋଲି ଖେଳିବା ପାଇଁ ହେଲେ ଆଉ ଫେରିଲା ନାହିଁ । ସବୁଦିନ ପାଇଁ ତାର ଜୀବନଦ୍ୱୀପ ଏଇ ହୋଲି ରଙ୍ଗରେ ଲିଭିଗଲା । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।