ପାଳନ ହେବାକୁ ଯାଉଛି ଜନ୍ମାଷ୍ଟମୀ । ସାଧରଣତଃ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରା ଯାଇଥାଏ । କୃଷ୍ଣଙ୍କ ଜନ୍ମଦିନ ଭାବେ ସମସ୍ତେ ଏହି ଦିନକୁ ଅତ୍ୟନ୍ତ ଆନନ୍ଦ ଏବଂ ନିଷ୍ଠାର ସହ ପାଳନ କରିଥାନ୍ତି ।
ତେବେ ଏହି ବର୍ଷ ଅଗଷ୍ଟ ମାସ ୨୬ ତାରିଖ ତଥା ସୋମବାର ଦିନ ଜନ୍ମାଷ୍ଟମୀ ପାଳନ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ଏହି ଦିନ ଅତ୍ୟନ୍ତ ଶୁଭ ଯୋଗ ରହିବ । ହର୍ଷର , ସୁସ୍ଥିର , ବର୍ଦ୍ଧାମାନ ସହିତ ସର୍ବାଧିଶିଧି ଯୋଗ ରହିଛି ।
ଜ୍ୟୋତିଷଙ୍କ କହିବା ଅନୁଯାୟୀ , ଜନ୍ମାଷ୍ଟମୀ ଦିନ ଏ ସମସ୍ତ ଯୋଗ ରହିଥିବାରୁ ଲୋକ ମାନଙ୍କ ଦିନଟି ଅତ୍ୟନ୍ତ ଶୁଭ ରହିବ । ତେବେ ଏହି ସମସ୍ତ ଯୋଗ କେତେକ ବିଶେଷ ରାଶିର ଲୋକ ମାନଙ୍କ ପାଇଁ ମଧ୍ୟ ଅନେକ ଫଳପ୍ରଦ ରହିଛି । ତେବେ ଜାଣନ୍ତୁ କଣ ରହିଛି ଏହି ସବୁ ରାଶି….
ବୃଷ ରାଶି :
ଏହି ରାଶିର ଲୋକ ମାନଙ୍କ ଦିନ ଗୁଡ଼ିକ ଅତ୍ୟନ୍ତ ଭଲ ରହିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ବାକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସମ୍ପତ୍ତିର ଅଧିକାରୀ ହେବେ । କ୍ୟାରିଅରକୁ ନେଇ ସମସ୍ତ ଦ୍ଵନ୍ଦ ଦୂର ହେବ ।
କର୍କଟ ରାଶି :
କର୍କଟ ରାଶିର ଲୋକ ମାନେ ମଧ୍ୟ ବେଶ୍ ଲାଭବାନ ହେବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ବିଭିନ୍ନ କ୍ଷେତ୍ରରୁ ଧନର ବର୍ଷା ହେବ । ବିବାହ ପାଇଁ ବିଭିନ୍ନ ଦିଗରୁ ପ୍ରସ୍ତାବ ଆସିପାରେ । ବିଜନେସରେ ମଧ୍ୟ ବେଶ୍ ଆଗକୁ ଯିବେ ।
ସିଂହ ରାଶି :
ପାରିବାରିକ କଳହ ଦୂର ହେବ । ପରିବାର ଲୋକଙ୍କ ଠାରୁ ସହଯୋଗ ମିଳିପାରେ । ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇ ପାରିବେ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବେ ।
ବିଛା ରାଶି :
ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରୁ ସଫଳତା ହାସଲ କରିବେ । ଭବିଷ୍ୟତକୁ ନେଇ ଥିବା ସମସ୍ତ ଦ୍ଵନ୍ଦ ଦୂର ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଦିନ ଗୁଡ଼ିକ ଅତ୍ୟନ୍ତ ଭଲ ରହିବ ।