ବର୍ତ୍ତମାନ ଚମଡା ବ୍ୟାଗ୍ କୁ ନେଇ ଏକ ବିବାଦର ବିଷୟ ପାଲଟିଛନ୍ତି ପ୍ରସିଦ୍ଧ ଆଧ୍ୟାତ୍ମିକ ବକ୍ତା ତଥା ଗାୟିକା ଜୟା କିଶୋରୀ। ଦୁଇ ଲକ୍ଷ ରୁ ଅଧିକ ଟଙ୍କା ର ବ୍ୟାଗ୍ ନେଇ ବିମାନ ବନ୍ଦରରୁ ଫେରୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବା ପରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି।
ଏହି ବ୍ୟାଗ୍ ଚମଡା ରେ ତିଆରି ବୋଲି ଏହା ଚର୍ଚ୍ଚା ର ବିଷୟ ପାଲଟିଛି। ହେଲେ ଏହି ବିବାଦର ଏବେ ମୁହଁ ଖୋଲିଛନ୍ତି ଜୟା କିଶୋରୀ। ସେ କହିଲେ ସେ କୌଣସି ପ୍ରକାର ର ସାଧୁ ସନ୍ଥ ନୁହଁନ୍ତି।ସେ ହେଉଛନ୍ତି ଜଣେ ସାଧାରଣ ଝିଅ। ସେ କୌଣସି ଜିନିଷ କେବେ ହେଲେ ମଧ୍ୟ କାହାରିକୁ ଛାଡ଼ିବା ପାଇଁ ପରାମର୍ଶ ଦେଇ ନାହାଁନ୍ତି।
ବ୍ୟାଗଟି ଏକ କଷ୍ଟୋମାଇଜ ଅଟେ। ସେ କେବେ ହେଲେ ମଧ୍ୟ ଚମଡା ବ୍ୟାଗ୍ ବ୍ଯବହାର କରି ନାହାଁନ୍ତି କି ଆଗକୁ ମଧ୍ୟ କେବେ ଚମଡା ବ୍ୟାଗ୍ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି।
ତାଙ୍କର ଏହି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।