ଆପଣଙ୍କ ନଖ ରେ ମଧ୍ୟ ଏମିତିକା ରଙ୍ଗ ଦେଖା ଯାଉଛି କି? ନିଜ ନଖ ଦେଖି ଜାଣନ୍ତୁ କେଉଁ ବୀମାରୀ ମାଡି ଆସୁଛି

ଖରାପ ଖାଦ୍ୟ ପଦାର୍ଥ ଓ ଅନ ହେଲଦି ଲାଇଫ ଷ୍ଟାଇଲ କାରଣରୁ ଆଜିକାଲି ଖୁବ କମ ବୟସରେ ମଧ୍ୟ ଲିଭର କ୍ଷତିଗ୍ରସ୍ତ ହୋଇ ଯାଉଛି l ଏବଂ ଲିଭର ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ଆମ ଶରୀରର ଥିବା ଅଙ୍ଗପ୍ରତ୍ୟଙ୍ଗ ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏଭଳି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଲିଭର ଅସୁସ୍ଥ ବୋଲି ଜାଣି ପାରିବେl

ଯେମିତିକି ଆପଣ ଜାଣିଛନ୍ତି ଯେ ଆଖି, ଚର୍ମ, ନଖ, ମାଂସପେଶୀରୁ ଡାକ୍ତରମାନେ ଅନେକ ରୋଗର ନିଦାନ କରିପାରିଥା’ନ୍ତି । ସାଧାରଣତଃ ନଖରୁ ମଧ୍ୟ ଆମେ ବହୁ ଜିନିଷ ବିଷୟରେ ଜାଣିପାରିବା । ବିଶେଷକରି ଲିଭର, ହାର୍ଟ, ପେଟଜନିତ ସମସ୍ୟା ବିଷୟରେ ମଧ୍ୟ ଜଣାପଡ଼ିଥାଏ ।

ଏଇ ଯେମିତି, ଗୋଡ଼ ଫୁଲିବା ଦ୍ୱାରା ଆମେ କିଡନି୍‌ ରୋଗ ଜନିତ ସମସ୍ୟା ବୋଲି ଜାଣିପାରୁ ,ସେହିପରି ନଖରୁ ମଧ୍ୟ ଆମେ ରୋଗ ବିଷୟରେ ଜାଣିପାରିବା । ସ୍ୱାସ୍ଥ୍ୟର ସଙ୍କେତ ହେଉଛି ସୁସ୍ଥ ନଖ । ନଖ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । କୁହାଯାଏଯେ, ନଖ ସୁସ୍ଥ ରହିବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଏବଂ ଆରୋଗ୍ୟ ରହିଥାଏ । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିର ନଖକୁ ଦେଖି ଲିଭର୍, ହାର୍ଟ ଏବଂ ପଞ୍ଜରା ଜନିତ ରୋଗର ଚିହ୍ନଟ କରାଯାଇପାରିବ।

ନଖରୁ ଜାଣନ୍ତୁ ଆପଣଙ୍କ ଲିଭର ଠିକ୍‌ ଅଛି କି ନାହିଁ ?

ଲିଭର କ୍ଷତି ଶରୀର ପାଇଁ ଏକ ଗୁରୁତର ଅବସ୍ଥା ସୃଷ୍ଟି କରେ। ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । ଏହାର କାରଣ ହେଉଛି କେବଳ ଲିଭର ବା ଯକୃତ ସାହାଯ୍ୟରେ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ । ଏହା ବ୍ୟତୀତ ହଜମ, ଭଲ କୋଲେଷ୍ଟ୍ରଲ ଏବଂ ଲାଲ ରକ୍ତ କଣିକା ଉତ୍ପାଦନରେ ଏହି ଅଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ରଙ୍ଗରେ ପରିବର୍ତ୍ତନ

ଯକୃତ ଜନିତ ସମସ୍ୟା ହେତୁ ନଖର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗେ । ଏହା ରଙ୍ଗହୀନ ହୋଇଯାଏ ଏବଂ ହାଲୁକା ହଳଦିଆ ହେବାକୁ ଲାଗେ । ନଖର ରଙ୍ଗ ଅତ୍ୟଧିକ ଧଳା ଦେଖାଯାଉଥାଏ,ତେବେ ଏହା ଲିଭର୍ ଜନିତ ସମସ୍ୟାର ସଙ୍କେତ ଦେଇଥାଏ।

ଗାଢ ରେଖା ଦେଖାଯାଏ

ସୁସ୍ଥ ନଖ ଉପରେ କୌଣସି ଗାଢ ରେଖା ନଥାଏ। କିନ୍ତୁ ଯେତେବେଳେ ଯକୃତର ତ୍ରୁଟି ଦେଖାଯାଏ,ନାଲି-ବାଦାମୀ କିମ୍ବା ହଳଦିଆ ତୀକ୍ଷ୍ଣ ମୋଟା ରେଖା ନଖରେ ଦେଖାଯିବା ଆରମ୍ଭ କରେ।