ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି । ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି ଘଟଣାରେ ଏବେ ନିଜ ଆଡ଼ୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଶିଶୁଙ୍କୁ ବାବା ସଜାଇ ତାଙ୍କ ପାଦରେ ଜୁଳସୀ ଚଢାଇବା ଫଟୋ ଭାଇରାଲ ହେବା ପରେ ଏହି ଆଶ୍ରମର ଗୁମର ଫିଟିଥିଲା । କିନ୍ତୁ ଏହାକୁ ନେଇ ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏହି ଘଟଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଶ୍ରମ ଲୋକେ କହୁଛନ୍ତି ଶିଶୁ ଜଣଙ୍କ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ।
ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।
ବିଳାସପୂର୍ଣ୍ଣ ଜୀବନଯାପନ ସହିତ ଆପତ୍ତିଜନକ କାର୍ଯ୍ୟ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠ ଆଶ୍ରମ ତିଆରି ହୋଇଥିବା ନେଇ ଘୋଷଣା ହେବା ପରେ ଏହାକୁ ଶୁକ୍ରବାର ସକାଳ 8ଟାରେ ଭାଙ୍ଗିବା ପାଇଁ ବିଡିଓ ପକ୍ଷରୁ ଘୋଷଣା ହୋଇଥିଲା ।
କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ବୈକୁଣ୍ଠ ଧାନ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ ଜାରି କରାଯାଇଛି । ଡିସେମ୍ବର 12 ତାରିଖ ଯାଏଁ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ତେବେ ଆଶ୍ରମ ଭାଙ୍ଗିବା ନେଇ ଘୋଷଣା ପରେ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟ ଯାଇଥିଲେ। ଡିସେମ୍ବର 12 ତାରିଖ ଯାଏଁ ଆଶ୍ରମକୁ ସୁରକ୍ଷା ମିଳିଛି ।